ପ୍ରମୂଖ ଖବର

ପାଟି ଖୋଲା ରଖି ଶୋଇବା କ୍ଷତିକାରକ, ହୋଇପାରେ ଅନେକ ଗମ୍ଭୀର ରୋଗ

ନୂଆଦିଲ୍ଲୀ ୧୯/୦୧: କିଛି ଲୋକଙ୍କର ଶୋଇବା ସମୟରେ ପାଟି ଖୋଲା ରଖିବାର ଅଭ୍ୟାସ ରହିଥାଏ, ଯାହାକୁ ଆମେ ସାଧାରଣ ଭାବିଥାଉ । କିନ୍ତୁ ଏହା ଆଦୌ ସାମାନ୍ୟ ନୁହେଁ । କାରଣ ଏହା ସ୍ୱାସ୍ଥ୍ୟକୁ ପ୍ରଭାବିତ କରିଥାଏ । ଏହି ଅଭ୍ୟାସ ବ୍ୟକ୍ତିକୁ ଅନେକ ରୋଗରେ ଗ୍ରାସିତ କରିପାରେ । ଚାଲନ୍ତୁ ଜାଣିବା କି କି ସମସ୍ୟା ଆସିପାରେ ।

ଦାନ୍ତ ପାଇଁ କ୍ଷତିକାରକ :

ଅଧା ପାଟି ଖୋଲି ଶୋଇବା ଦ୍ୱାରା ଦାନ୍ତ ଉପରେ କୁପ୍ରଭାବ ପଡିଥାଏ । ଏହା ଦ୍ୱାରା ପାଟି ଭିତରକୁ ପବନ ଯାତୟାତ କରିଥାଏ । ଫଳରେ ଭିତରେ ଥିବା ଲାଳ ଶୁଖିଯାଇଥାଏ । ଲାଳ ସୃଷ୍ଟି କରୁଥିବା ଫ୍ଲାକ୍‌କୁ ଅଟକାଇ ଦେଇଥାଏ । ତେଣୁ ପାଟି ଭିତରେ ଅନେକ ପ୍ରକାରର ବ୍ୟାକ୍ଟେରିଆ ବଢିଯାଇଥାନ୍ତି । ତେଣୁ ଦାନ୍ତ ନଷ୍ଟ ହୋଇଯାଇଥାଏ ।ଲାଳର ଅଭାବ ଯୋଗୁ ଦାନ୍ତରେ ସଂକ୍ରମଣ, ପାଟିରୁ ଗନ୍ଧ ଆସିବା ଓ କ୍ୟାବିଟିଜ୍‌ ପରି ସମସ୍ୟା ଆସିଥାଏ ।   

ହୃଦୟକୁ କରେ ପ୍ରଭାବିତ :

ପାଟି ଅଧା ଖୋଲାକରି ଶୋଉଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ହୃଦଘାତ୍‌ର ଆଶଙ୍କା ପାଟିବନ୍ଦ କରି ଶୋଉଥିବା ବ୍ୟକ୍ତିଙ୍କ ତୁଳନାରେ ଅନେକ ଗୁଣା ଅଧିକ । କାରଣ ପାଟିଖୋଲା କରି ଶୋଉଥିବା ବ୍ୟକ୍ତି ନାକ ପରିବର୍ତ୍ତେ ପାଟିରେ ନିଶ୍ୱାସ ନେଇଥାନ୍ତି, ଯଦ୍ୱାରା ଶରୀରକୁ ଆବଶ୍ୟକ ଅମ୍ଳଜାନ ମିଳିପାରି ନଥାଏ । ଫଳରେ ଧମନୀରେ ରକ୍ତ ପ୍ରଭାବ ଠିକ୍‌ ଭାବରେ ହୋଇପାରି ନଥାଏ ।ଏହାର ସିଧାସଳଖ ପ୍ରଭାବ ହୃଦୟ ଉପରେ ପଡିଥାଏ । 

ଆସ୍ଥାମା ସମସ୍ୟା :

ପାଟି ଅଧା ଖୋଲାକରି ଶୋଇବା ଦ୍ୱାରା ବ୍ୟକ୍ତିଠାରେ ଆସ୍ଥାମା ସମସ୍ୟା ସୃଷ୍ଟି କରିପାରେ । କାରଣ ପାଟି ଖୋଲାକରି ଶୋଇବା ଦ୍ୱାରା ଫୁସ୍‌ଫୁସ୍‌କୁ ଅଧିକ କାମ କରିବାକୁ ପଡିଥାଏ । ଫୁସ୍‌ଫୁସ୍‌ ଚାପଗସ୍ତ ରହିବା ଯୋଗୁ ଆସ୍ଥାମା ଗ୍ରାସିତ ହେବାର ଆଶଙ୍କା ବଢିଥାଏ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.