ପ୍ରମୂଖ ଖବର
  • ପୁରୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ୧୦୦ ଦିନର ସଫଳତା ସମାବେଶ ଓ ପ୍ରଦର୍ଶନୀରେ ଯୋଗଦେବେ
  • ||
  • ୨୨ରୁ ଉତ୍ତର ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା, ଆହୁରି ବିଗିଡ଼ିପାରେ ବାଲେଶ୍ୱର, ମୟୂରଭଞ୍ଜ ସ୍ଥିତି
  • ||

ଟେଲି ଅଭିନେତ୍ରୀ ଚେହେରାରେ ନ୍ୟୁଡ୍‌ କଲ୍‌, ୫୫ ଜଣ ମୁଣ୍ଡିଆଳଙ୍କ ସହ ଚାଲିଥିଲା ଚାଟ୍

ଭୁବନେଶ୍ୱର,୧୮/୦୯: ସୁନ୍ଦର ଗଢ଼ଣ ସାଙ୍ଗକୁ ଗୋରା ତକ୍‌ତକ ଚେହେରା । ମୁହଁରେ ଟିକେ ମେକ୍‌ ଅପ୍‌ ବୋଳିଦେଲେ, ସିନେ କି ଟେଲି ଅଭିନେତ୍ରୀଠୁ କୌଣସି ଗୁଣରେ କମ୍‌ ନୁହେଁ । ଯାତ୍ରାପାର୍ଟିରେ ଆଙ୍କର ହୋଇଥିବା ସତ୍ତେ୍ୱ ଟେଲି ଅଭିନେତ୍ରୀ ପରିଚୟରେ ନ୍ୟୁଡ୍‌ କଲ୍‌ରେ ମାତିଥିଲେ ଇରାନୀ । କି ଦିନ କି ରାତି । ସବୁବେଳେ ବିଲ୍ଡର, ଠିକାଦାର, ଛାତ୍ରଙ୍କ ସହ ମୋବାଇଲ୍‌ ଭିଡିଓ କଲ୍‌ରେ ମାତିଥିଲେ । 

ଇରାନୀ ଖୋଲିଥିବା କିଛି ନକଲି ସୋସିଆଲ ମିଡିଆ ଆକାଉଣ୍ଟରେ ନିଜକୁ ଟେଲି ଅଭିନେତ୍ରୀ  ବୋଲି ଦର୍ଶାଇଥିଲେ । ମାତ୍ର କେଇ ଦିନର କଥାବାର୍ତ୍ତା ପରେ ସିଧା ନ୍ୟୁଡ୍‌ କଲ୍‌ ପାଇଁ ଅଫର୍‌ ଦେଉଥିଲେ ।  ପୁଲିସ ଜବତ କରିଥିବା ଇ-ଗାଜେଟ୍‌ ଯାଞ୍ଚରୁ ଜାଣିବାକୁ ପାଇଛି, ଇରାନୀ ପ୍ରତିଦିନ ୧୦-୧୨ଜଣଙ୍କ ସହ  ଭିଡିଓ କଲ୍‌ରେ କଥା ହେଉଥିଲେ । ଅଧିକାଂଶ ଲୋକଙ୍କୁ ରାତିବେଳା ଭିଡିଓ କଲ୍‌ କରୁଥିଲେ । ଏସବୁ ଭିଡିଓ କଲରେ ନଗ୍ନତା ରହିଥିବା ପୁଲିସ ସନ୍ଦେହ କରୁଛି । କାହିଁକି ନା, ସେ ଭିଡିଓ କଲ୍‌ କରିବା ପରେ  ସମ୍ପୃକ୍ତ ପୀଡିତଙ୍କ ସହ ମେସେଜ୍‌ ଚାଟ୍‌ରେ ଅଶ୍ଲୀଳ ବାର୍ତ୍ତା ଦେଉଥିଲେ । ନାରଗୋଦାସ୍ଥିତ ଭଡ଼ାଘରକୁ  ଏକାନ୍ତରେ ଭେଟିବାକୁ ଅଫର ଦେଉଥିଲେ । ସେହିପରି ବିଶ୍ୱାସନୀୟତା ଯୋଗୁ ଅଧିକାଂଶ ପୀଡି଼ତ  ହ୍ୱାଟସ୍‌ଆପ୍‌ରେ ଭିଡିଓ କଲ୍‌କୁ ପସନ୍ଦ କରୁଥିଲେ ।

ଏହାବାଦ୍‌ ଇରାନୀ ସାଇବର ଅପରାଧଙ୍କ ଶୈଳୀରେ ଲାପ୍‌ଟପ୍‌ ଥୋପ ପକାଉଥିଲେ । ଅର୍ଥାତ୍‌  ଅନେକ ଲୋକଙ୍କୁ ପ୍ରଥମେ ଚାଟ୍‌ କରି ନ୍ୟୁଡ୍‌ କଲ୍‌ କରିବାକୁ ପ୍ରଲୋଭିତ କରୁଥିଲେ । ସମ୍ପୃକ୍ତ ବ୍ୟକ୍ତିଜଣକ  ଭିଡିଓ କଲ୍‌ କରିବା ମାତ୍ରେ ଇରାନୀ ଓ ତାଙ୍କ ସହଯୋଗୀମାନେ ଧରିଥିବା ମୋବାଇଲ୍‌କୁ ଏକ ଲାପ୍‌ଟପ୍‌  ସାମ୍ନାରେ ରଖୁଥିଲେ । ଉକ୍ତ ଲାପ୍‌ଟପ୍‌ରେ ପୂର୍ବରୁ ସୁନ୍ଦରୀ ଯୁବତୀଙ୍କ ନଗ୍ନ ଭିଡିଓ କ୍ଲିପ୍‌ ରହୁଥିଲା । ଯାହାକୁ ଚାଲୁ କରିବା କ୍ଷଣି ଭିଡିଓ କଲ୍‌ ଅପରପଟେ ଥିବା ବ୍ୟକ୍ତିଜଣକ ନିଜ ସଞ୍ଜମତା ହରାଉଥିଲା । ଏହାର  କିଛି ସ୍କ୍ରିନ୍‌ ସର୍ଟ ନେଇ ତୁରନ୍ତ ଉକ୍ତ ବ୍ୟକ୍ତିଙ୍କୁ ପଠାଇ ବ୍ଲାକ୍‌ମେଲ୍‌ କରୁଥିଲେ । ସେହିପରି ଇରାନୀ କିଛି  ଅନ୍‌ଲାଇନ୍‌ ଭିଡିଓ କଲ୍‌ ଆପ୍‌ର ସଦସ୍ୟତା ନେଇଥିବା ପୁଲିସ ସୁରାକ୍‌ ପାଇଛି । ଯେଉଁ ଆପ୍‌ ଜରିଆରେ  ସେ ନିଜ ମୁହଁ ଲୁଚାଇ ନ୍ୟୁଡ୍‌ କଲ୍‌ କରି ପ୍ରାର୍ଯ୍ୟାପ୍ତ ଟଙ୍କା ରୋଜଗାର କରୁଥିଲେ ।

୫୫ ଜଣ ମୁଣ୍ଡିଆଳଙ୍କ ସହ ଚାଲିଥିଲା ଚାଟ୍‌

ଫେସ୍‌ବୁକ ଓ ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ୍‌ ମିଡିଆରୁ ଇରାନୀ  ଅଧିକାଂଶ ଶିକାର ଖୋଜୁଥିବା ପୁଲିସକୁ ସୁରାକ୍‌ ମିଳିଛି ।  ଇରାନୀ ୨ଟି ମୋବାଇଲ୍‌ ଫୋନ୍‌ ରଖିଥିଲେ । ଦେଢ଼ ମାସ  ତଳେ ଦେଢ଼ ଲକ୍ଷ ମୂଲ୍ୟରେ ଏକ ଦାମୀ ଫୋନ୍‌ କିଣିଥିଲେ ।  ସେଥିରେ କାହାରି ସହ ଭିଡିଓ କଲ୍‌ କରିନଥିଲେ । ଦାମୀ  ଫୋନ୍‌ର ଫଟୋ ଗ୍ୟାଲେରୀ ପ୍ରାୟ ଫାଙ୍କା ଥିଲା । ଫେସ୍‌ବୁକ୍‌,  ଇନ୍‌ଷ୍ଟାଗ୍ରାମ ଭଳି ସୋସିଆଲ ମିଡିଆ ଆକାଉଣ୍ଟ ମଧ୍ୟ ଅସଲି  ଥିଲା । କିନ୍ତୁ ପୁରୁଣା ମୋବାଇଲ୍‌ରୁ ପୁଲିସକୁ ସାଂଘାତିକ  ତଥ୍ୟ ମିଳିଛି । 

ଏହି ମୋବାଇଲ୍‌ରେ ୪ରୁ ଅଧିକ ନକଲି  ଫେସ୍‌ବୁକ୍‌ ଆକାଉଣ୍ଟ ଖୋଲାଯାଇଛି । ଏସବୁ ଆକାଉଣ୍ଟର  ଡିସ୍‌ପ୍ଲେ ପିକ୍‌ଚର (ଡିପି)ରେ ଇରାନୀ ନିଜ ଅର୍ଧନଗ୍ନ  ଫଟୋ ରଖିଛନ୍ତି । ଆଉ କିଛି ହଟ୍‌ପ୍ୟାଣ୍ଟ ପିନ୍ଧା ଫଟୋ ଓ  ଭିଡିଓ ପୋଷ୍ଟ କରିଛନ୍ତି । ଏସବୁ ନକଲି ଆକାଉଣ୍ଟରେ  ପାଖାପାଖି ୫୫ଜଣଙ୍କ ମୁଣ୍ଡିଆଳଙ୍କ ସହ ସେ ଅନ୍ତରଙ୍ଗ ଚାଟ୍‌ କରୁଥିଲେ । ପ୍ରାୟ ସମସ୍ତଙ୍କୁ ଏକାନ୍ତରେ ଭେଟିବାକୁ  ନିଜ ଭଡ଼ାଘରକୁ ଡାକି ସାରିଥିବା ପୁଲିସକୁ ପ୍ରମାଣ ମିଳିଛି ।  ତେବେ ସେମାନଙ୍କ ମଧ୍ୟରୁ କେତେଜଣ ଇରାନୀ ଜାଲରେ  ଫସିଛନ୍ତି, ଏନେଇ ପୁଲିସ ତନାଘନା ଚଳାଇଛି ।

  • PrameyaOdia
  • odisha news
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.