ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ସହରରେ ହଠାତ ପ୍ରବାହିତ ହେଲା ମଦର ବନ୍ୟା, କେମିତି ଘଟିଗଲା ଏତେବଡ଼ ଦୁର୍ଘଟଣା ?

ଲିସବନ୍‌, ୧୨/୦୯: ସହରରେ ମଦର ବନ୍ୟା । ଚାହୁଁ ଚାହୁଁ ପୂରା ସହରରେ ମଦର ଲହଡ଼ି ଖେଳିଗଲା । ଚାରିଆଡ଼େ ମଦ, ମଦ ଆଉ ମଦ । ଗଳିକନ୍ଦି, ରାସ୍ତାଘାଟରେ ଆଣ୍ଠୁଏ ଉଚ୍ଚର ଲହଡ଼ି ଖେଳିଲା ମଦ । ସହରରେ ମଦର ନଦୀ ପ୍ରବାହିତ ହେଲା ବୋଲି କେହି କେହି କହୁଛନ୍ତି । ପର୍ତ୍ତୁଗାଲର ଏକ ଛୋଟ ସହର ସାଓ ଲରେଙ୍କୋ ଡି ବ୍ୟାରିରେ ରେଡ ଓ୍ବାଇନର ନଦୀ ପ୍ରବାହିତ ହେଉଥିବା ନେଇ ଭିଡିଓ ସାମ୍ନାକୁ ଆସିଛି । 

ନାଲି ରଙ୍ଗର ମଦ ପ୍ରବାହିତ ହେଉଛି ପୂରା ସହରରେ । ମିଳିଥିବା ସୂଚନା ଅନୁସାରେ, ଏକ ମଦ ଡିଷ୍ଟିଲେରିରେ ଦୁର୍ଘଟଣା ଘଟିବା ପରେ ଗ୍ୟାଲନ ଗ୍ୟାଲନ ରେଡ୍‌ ଓ୍ବାଇନ୍‌ ସହର ସାରା ପ୍ରବାହିତ ହୋଇଛି । ପ୍ରାୟ ୬ ଲକ୍ଷ ଗ୍ୟାଲନ୍‌ ରେଡ୍‌ ଓ୍ବାଇନ୍‌ ପ୍ଲାଣ୍ଟ ଡେଇଁ ସହରରେ ଖେଳିଯାଇଛି । ଏନେଇ ଏକ ଭିଡିଓ ସାମ୍ନାକୁ ଆସିଛି ।ଏଥିରେ ଦେଖିବାକୁ ମିଳିଛି ଯେ, ଏକ ପାହାଡ଼ିଆ ଅଞ୍ଚଳରୁ ଲାଲ ରଙ୍ଗର ତରଳ ପଦାର୍ଥ ପ୍ରବାହିତ ହେଉଛି । ଏହି ସହରରେ କେବଳ ୨ ହଜାର ଲୋକ ବସବାସ କରନ୍ତି । 


ଏଭଳି ଘଟଣା ଜଣାପଡ଼ିବା ପରେ ପରିବେଶବିତମାନେ ଚିନ୍ତା ପ୍ରକଟ କରିଛନ୍ତି । ସେପଟେ କମ୍ପାନୀର କାର୍ଯ୍ୟକର୍ତ୍ତା ସହରରୁ ରେଡ୍‌ ଓ୍ବାଇନ୍‌ ନିଷ୍କାସିତ କରିବା ଲାଗି ପ୍ରଚେଷ୍ଟା ଆରମ୍ଭ କରିଛନ୍ତି । ନ୍ୟୁୟର୍କ ପୋଷ୍ଟ ଅନୁସାରେ, ମଦର ବନ୍ୟାକୁ ରୋକିବା ଲାଗି ଦମକଳବାହିନୀର ସାହାରା ନିଆଯାଇଛି । ଅନ୍ୟପକ୍ଷରେ, ଡିଷ୍ଟିଲେରି ପକ୍ଷରୁ ଏହି ଘଟଣା ପାଇଁ କ୍ଷମା ପ୍ରାର୍ଥନା କରାଯାଇଛି । ଆମର ଭୁଲ ପାଇଁ ଯେଉଁ କ୍ଷତି ହୋଇଛି ତାହା ଆମେ ଭରଣା କରିବୁ । ଏଭଳି ଏକ ଅଘଟଣ ପାଇଁ ଆମେ ଦାୟୀ ବୋଲି ଡିଷ୍ଟିଲେରି ପକ୍ଷରୁ କୁହାଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.