ପ୍ରମୁଖ ଖବର
  • ଭୁବନେଶ୍ଵର : ରାଜଧାନୀରେ ଲୁଟ୍ ରୋକିବାକୁ ପୋଲିସର ନୂଆ ଷ୍ଟ୍ରାଟେଜି, ଆପାର୍ଟମେଣ୍ଟକୁ ଯାଇ ଲୋକଙ୍କୁ କରିବ ସଚେତନ
  • ||
  • ଆଇଜଲ : ମିଜୋରାମ ବିଧାନସଭା ନିର୍ବାଚନ: ୮ରେ ଶପଥ ନେବେ ଲାଲଦୁହୋମା
  • ||
  • ନୀଳଗିରି : ଘରେ ପଶି ମହିଳାଙ୍କୁ ଗୁଳି ମାରିଲେ ଦୁର୍ବୃତ୍ତ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଭୁବନେଶ୍ଵର : ମିଗଜାଉଁ ବଳ କମିଲା, ଦକ୍ଷିଣ ଓ ପଶ୍ଚିମରେ ଅଳ୍ପ ବର୍ଷା ସମ୍ଭାବନା
  • ||
  • କଟକ : ସରିଲା ବାଲିଯାତ୍ରା, ୯ ଦିନରେ ମେଳା ବୁଲିଲେ ୬୦ ଲକ୍ଷରୁ ଅଧିକ
  • ||

ଏଟିପି ଫାଇନାଲ୍‌: ଜୋକୋଭିକ୍‌-ସିନରଙ୍କ ମଧ୍ୟରେ ଟାଇଟଲ୍ ଲଢ଼େଇ

ତୁରିନ,୨୦/୧୧: ଚଳିତ  ଏଟିପି ଫାଇନାଲ୍ସର ଫାଇନାଲ୍‌ ଲାଇନ୍‌ ଅପ୍‌ ଚୂଡ଼ାନ୍ତ ହୋଇଛି । ବିଶ୍ୱର ଏକ ନମ୍ବର ଖେଳାଳି ନୋଭାକ୍‌ ଜୋକୋଭିକ୍‌  ଓ ଇଟାଲୀର ଜାନିକ୍‌ ସିନରଙ୍କ ମଧ୍ୟରେ  ଟାଇଟଲ୍‌ ପାଇଁ ଲଢ଼େଇ ହେବ ।  ରବିବାର ଦ୍ୱିତୀୟ ସେମି ଫାଇନାଲ୍‌ରେ  ଜୋକୋଭିକ୍‌ ସିଧାସଳଖ ୬-୩,  ୬-୨ ସେଟ୍‌ରେ ବିଶ୍ୱର ୨ନଂ ଖେଳାଳି  ସ୍ପେନର କାର୍ଲୋସ୍ର ଅଲ୍‌କାରାଜଙ୍କୁ ପରାସ୍ତ କରିଥିଲେ । ଏହି ମ୍ୟାଚ୍‌  ଜିତିବା ପାଇଁ ତାଙ୍କୁ ୧ଘଣ୍ଟା ୩୦  ମିନିଟ୍‌ ଲାଗିଥିଲା । ଛଅ ଛଅ ଥର ଚାମ୍ପିଅନ୍‌ ଜୋକୋଭିକ୍‌ ନବମ ଥର  ଫାଇନାଲ୍‌ରେ ପ୍ରବେଶ କରିଛନ୍ତି ।  

ପୂର୍ବରୁ ଅନ୍ୟ ଏକ ସେମିରେ ସିନର  ୨ଘଣ୍ଟା ୨୫ମିନିଟ୍‌ର ସଂଘର୍ଷ ପରେ  ୬-୩, ୬-୭ (୪-୭), ୬-୧  ସେଟ୍‌ରେ ରୁଷିଆ ତାରକା ଡାନିଲ୍‌  ମେଡଭେଡେଭ୍‌ଙ୍କୁ ପରାସ୍ତ କରିଥିଲେ । ସର୍ବିୟା ତାରକା ଜୋକୋଭିକ୍‌  ପୂର୍ବରୁ ୨୦୦୮ରେ ପ୍ରଥମ ଥର ଏଟିପି  ଫାଇନାଲ୍ସ ଚାମ୍ପିଅନ୍‌ ହୋଇଥିଲେ ।  ଏହାପରେ ସେ କ୍ରମାନ୍ୱୟରେ ୪ଥର  (୨୦୧୨, ୨୦୧୩, ୨୦୧୪, ୨୦୧୫)  ଚାମ୍ପିଅନ୍‌ ହୋଇଥିବାବେଳେ ଗତ  ୨୦୨୨ ସଂସ୍କରଣରେ ଟ୍ରଫି ହାସଲ  କରିଥିଲେ । ଫାଇନାଲ୍‌ରେ ସେ ସିନରଙ୍କୁ ହରାଇ ସ୍ୱିଜରଲାଣ୍ଡର ପ୍ରସିଦ୍ଧ ଖେଳାଳି ରୋଜର ଫେଡେରରଙ୍କ  ରେକର୍ଡ଼ ଭଙ୍ଗ କରିବା ଲକ୍ଷ୍ୟରେ  ରହିଛନ୍ତି । ଫେଡେରର ୬ଥର ଟାଇଟଲ୍‌ ହାତେଇବାରେ ସଫଳ  ହୋଇଥିଲେ ।

Copyright © 2022 - Summa Real Media Private Limited. All Rights Reserved.