ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

୭୩ତମ ଷ୍ଟେଟ ପୋଲିସ ଆଥଲେଟିକ ମିଟ ଉଦଯାପିତ

Published By : Prameya | February 25, 2025 9:00 PM

କଟକ,୨୫/୨ : ୯ ଟି ନୂଆ ରେକର୍ଡ଼ ସହ ଉଦଯାପିତ ହେଲା ୭୩ତମ ଷ୍ଟେଟ ପୋଲିସ ଆଥଲେଟିକ ମିଟ। ଡିଜିପି ଯୋଗେଶ ବହାଦୁର ଖୁରାନିଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ, କୃତି କ୍ରୀଡ଼ାବିତମାନଙ୍କୁ ପୁରସ୍କୃତ କରିଛନ୍ତି । ଏଥର ଓ ଏସଏପି କଟକ ଦଳଗତ ଚାମ୍ପିୟନ ହୋଇଛି ଏବଂ ମହିଳା ବର୍ଗରେ କେନ୍ଦୁଝରକୁ ଦଳଗତ ଚାମ୍ପିୟନ ଟ୍ରଫି ମିଳିଛି। ୪ ବର୍ଷ ବ୍ୟବଧାନରେ ୭୩ତମ ରାଜ୍ୟ ପୋଲିସ ଆଥଲେଟିକ ମିଟ ହୋଇଥିଲା। 

ତେଣୁ ଓଡ଼ିଶା ପୋଲିସର କ୍ରୀଡ଼ାବିତମାନେ ସେଥିରେ କେତେ ସଫଳତା ହାସଲ କରିପାରିବେ, ତାହା ଥିଲା ଏକ ବିରାଟ ପ୍ରଶ୍ନ। କିନ୍ତୁ ଅନେକ ପୁରୁଣା ରେକର୍ଡକୁ ଭାଙ୍ଗିଛନ୍ତି ନୂଆ ପୀଢ଼ିର କ୍ରୀଡ଼ାବିତମାନେ। ଏଥର ମୋଟ ୪୧ଟି ଟିମ୍ ଯୋଗଦେଇଥିଲେ ଏବଂ ଉଭୟ ପୁରୁଷ ଏବଂ ମହିଳା ବର୍ଗରୁ ୭ଶହ ୯୬କ୍ରୀଡ଼ାବିତ୍ ଭାଗ ନେଇଥିଲେ। ଯେହେତୁ ଏଥର ଅନେକ ନୂଆ ରେକର୍ଡ଼ ହୋଇଛି, ତେଣୁ ଆଗକୁ ହେବାକୁ ଥିବା ନ୍ୟାସନାଲ ପୋଲିସ ଆଥଲେଟିକ ମିଟରେ ଓଡ଼ିଶାର ଭଲ ପ୍ରଦର୍ଶନ ରହିବ ବୋଲି ଆଶା ପ୍ରକଟ କରିଛନ୍ତି ଡିଜିପି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.