ପ୍ରମୂଖ ଖବର
  • ୧୯୮୪ ଶିଖ୍‌ ଦଙ୍ଗା ମାମଲା, ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କୁ ଆଜୀବନ କାରାଦଣ୍ଡ
  • ||
  • ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ
  • ||
  • ବିଧାନସଭାର CAG ରିପୋର୍ଟ, ମଦନୀତିରେ ଦିଲ୍ଲୀ ସରକାରଙ୍କୁ ୨ ହଜାର କୋଟିର କ୍ଷତି
  • ||
  • ନିମାପଡ଼ାରୁ ନକଲି ପରୀକ୍ଷାର୍ଥୀ ଗିରଫ, ଆଡମିଟ୍ କାର୍ଡରେ ଫଟୋ ମ୍ୟାଚ୍ ନହେବାରୁ ଧରାପଡ଼ିଲେ
  • ||
  • ଚାପଡରେ ହାଣି ପ୍ରେମିକା ସହ ୬ଜଣଙ୍କୁ ବିଭତ୍ସ ହତ୍ୟା, ଥାନାରେ ଆତ୍ମସମର୍ପଣ କଲେ ଯୁବକ
  • ||
  • ଉଦଳା; ସୀମା ଟପିଗଲା ଅମାନୁଷିକତା। ବିଦ୍ୟାଳୟରେ ପରିସ୍ରା ଓ ବାନ୍ତି କରିଦେଲେ ବୋଲି ଦିବ୍ୟାଙ୍ଗ ଛାତ୍ରୀଙ୍କୁ ନିର୍ଘାତ ମାଡ଼
  • ||
  • ପୋଲିସକୁ ଚକମା ଦେଇ ଚମ୍ପଟ୍ ମାରିବା ବେଳେ ଗୋରୁ ବୋଝେଇ ଟ୍ରକ୍ ଦୁର୍ଘଟଣା, ଡ୍ରାଇଭର୍ ଫେରାର୍
  • ||
  • ଆଇସିସି ଚାମ୍ପିଅନ୍ସ ଟ୍ରଫି: ଆଜି ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ଟକ୍କର, ଦେଖିବାକୁ ମିଳିବ ସଂଘର୍ଷପୂର୍ଣ୍ଣ ମ୍ୟାଚ୍
  • ||
  • ରାଜ୍ୟରେ ୪ଦିନ ଯାଏ ଶୁଖିଲା ପାଗ, ୩ ଡିଗ୍ରୀ ବଢ଼ିବ ରାତି ତାପମାତ୍ରା
  • ||
  • ଓଡ଼ିଶାରେ ମୃଦୁ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା ୫.୧ ରେକର୍ଡ, ବଙ୍ଗୋପସାଗର କେନ୍ଦ୍ରସ୍ଥଳ
  • ||

ଚିକିଟି ମଦ ମୃତ୍ୟୁ ମାମଲା, ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ

Published By : Prameya | February 25, 2025 2:09 PM

ପାତ୍ରପୁର, ୨୫/୦୨ : ଗଞ୍ଜାମ ଜିଲ୍ଲା ଚିକିଟି ମଦ ମୃତ୍ୟୁ ମାମଲା। ଦୀର୍ଘ ୬ ମାସ ପରେ ଅବକାରୀ କମିଶନରଙ୍କ ତଦନ୍ତ ଆରମ୍ଭ। ମଙ୍ଗଳବାର ମଧ୍ୟାହ୍ନରେ ଅବକାରୀ କମିଶନର ନରସିଂହ ଭୋଳ ଚିକିଟି ଜେନାପୁର ସ୍ଥିତ କଲ୍ୟାଣ ମଣ୍ଡପରେ ପହଞ୍ଚି ମୃତକ ଓ ଆହତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ବୁଝି ସମସ୍ତଙ୍କ ବୟାନ ରେକର୍ଡ କରିଛନ୍ତି। 

ସୂଚନାନୁଯାୟୀ, ୨୦୨୪ ଅଗଷ୍ଟ ୧୯ ତାରିଖରେ ଚିକିଟି ବ୍ଲକ କେ.ନୂଆଗାଁ ଥାନା ଅନ୍ତର୍ଗତ ମାଉନ୍ଦପୁର ଗ୍ରାମରେ ବିଷାକ୍ତ ମଦ୍ୟପାନ କରି ପ୍ରାୟ ୨୫ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇଥିଲେ। ତାଙ୍କୁ ଚିକିଟି ଗୋଷ୍ଠି ସ୍ଵାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସମସ୍ତଙ୍କୁ ବ୍ରହ୍ମପୁର ଓ ଚିକିଟି ବଡ଼ ମେଡ଼ିକାଲ ସ୍ଥାନାନ୍ତର କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ପର୍ଯ୍ୟାୟ କ୍ରମେ ବିଷାକ୍ତ ମଦ୍ୟପାନ ଘଟଣାରେ ପ୍ରଥମେ ଯୁର ବେହେରା, ଲୋକନାଥ ବେହେରା, ପ୍ରଦୀପ ବେହେରା, ବାୟା ସେଠୀ, ଲକ୍ଷ୍ମଣ ବେହେରା ଆଦି ୫ଜଣଙ୍କ ମୃତ୍ୟୁ ହୋଇଥିଲା । ଘଟଣା ଏତେ ସ୍ପର୍ଶକାତର ହୋଇଥିଲା ଯେ ବିଧାନସଭା ହୁଲସ୍ତୁଲ ହୋଇ ଉଠିଥିଲା । ଘଟଣାରେ ଉଭୟ ପୋଲିସ ଓ ଅବକାରୀ ବିଭାଗ ତରଫରୁ ୧୧ ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଥିଲା। 

ଘଟଣା ନେଇ ପ୍ରଥମେ ରାଜ୍ୟ ସରକାର ଆରଡିସି ସ୍ତରୀୟ ତଦନ୍ତ ପାଇଁ ଘୋଷଣା କରିଥିଲେ। ପରେ ରାଜସ୍ୱ ପାରିଷଦ ସଦସ୍ୟ ଚୁପ୍ ରହିବାରୁ ପୁଣି ଚିକିଟି ବିଷାକ୍ତ ମଦମୃତ୍ୟୁ ଘଟଣା ନେଇ ବିରୋଧୀ ବିଧାନସଭାରେ ତୁମ୍ବୀ ତୋଫାନ କରି ସରକାରଙ୍କୁ ସମାଲୋଚନା କରିଥିଲେ। ଘଟଣାକୁ ଚାପିବାର ଉଦ୍ୟମ ହେଉଥିବାର ଅଭିଯୋଗ କରିବା ପରେ ଅବକାରୀ କମିଶନର ନରସିଂହ ଭୋଳ ତତ୍ପରତା ପ୍ରକାଶ କରିଥିଲେ। ମଙ୍ଗଳବାର ମଧ୍ୟାହ୍ନରେ ଘଟଣାର ତଦନ୍ତ କରିବା ପାଇଁ ଚିକିଟି ଜେନାପୁର ସ୍ଥିତ କଲ୍ୟାଣ ମଣ୍ଡପରେ ପହଂଚି ମୃତକ ଓ ଆହତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ବୁଝି ସମସ୍ତଙ୍କ ବୟାନ ରେକର୍ଡ କରିଥିଲେ । ଏହି ସମୟରେ ଅବକାରୀ ବିଭାଗ ଆରକ୍ଷୀ ଅଧିକ୍ଷକ ପ୍ରବୀଣ କୁମାର ପ୍ରଧାନ, ଡ଼ିଏସପି କୁମୁଦ ରଞ୍ଜନ କୁଂହା, ଚିକିଟି ଏସ୍ଡିପିଓ ବିଶ୍ଵାମିତ୍ର ହରପାଲ ଏବଂ କେ. ନୂଆଗାଁ ଆଇଆଇସି କିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ମଦମୃତ୍ୟୁ ଭଳି ବହୁ ଚର୍ଚ୍ଚିତ ଘଟଣାର ତଦନ୍ତ ଅବକାରୀ ବିଭାଗ ଦ୍ଵାରା କରି ସରକାର ନିଜ ଦୋଷ ଝାଡ଼ି ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଅଭିଯୋଗ ହୋଇଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.