ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ, ୬ ଶିକାରୀ ଗିରଫ

Published By : Prameya | February 15, 2025 1:23 PM

ଭୁବନେଶ୍ଵର, ୧୫/୦୨ : ଶିମିଳିପାଳରେ AI କ୍ୟାମେରା ଧରିଲା ଶିକାରୀ। ଶିକାର କରିବା ବେଳେ ଖୁଣ୍ଟା ଥାନା ଅଞ୍ଚଳର ୬ ଜଣ ଶିକାରୀ ଧରାପଡ଼ିଛନ୍ତି। ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଜାଲ ଜବତ ହୋଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଛି।

ସୂଚନାନୁଯାୟୀ, ଖୁଣ୍ଟା ଥାନା ଅଞ୍ଚଳର କିଛି ଶିକାରୀ ଶିମିଳିପାଳରେ ଶିକାର କରୁଥିଲେ। AI କ୍ୟାମେରା ସାହାଯ୍ୟରେ ସେମାନଙ୍କୁ ଚିହ୍ନଟ କରାଯାଇ ଗିରଫ କରାଯାଇଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ଖୁଣ୍ଟା ଥାନା ଅନ୍ତର୍ଗତ ଭୂପଡ ଅଞ୍ଚଳର ବୁଦ୍ଧିଆ ହେମ୍ବ୍ରମ, ସୁବର୍ଣ୍ଣମଞ୍ଜରୀ ଅଞ୍ଚଳର ରଥ ସିଂ, ବାଉଲା ସିଂ ଏବଂ ନୂଆଗାଁ ଅଞ୍ଚଳର ମିଥୁନ ହେମ୍ଵ୍ରେମ, ଲକ୍ଷ୍ମଣ ସୋରେନ ଓ ପ୍ରଧାନ ସୋରେନ। ଏମାନେ ସମସ୍ତେ ବେଆଇନ ଭାବେ ଅଭୟାରଣ୍ୟକୁ ପ୍ରବେଶ କରି ମାଉସ ଡିଅର ଶୀକାର କରିଥିଲେ। ସେମାନଙ୍କ ନିକଟରୁ ୩ଟି ଦେଶୀ ବନ୍ଧୁକ ସହ ଜାଲ ଜବତ ହୋଇଛି। ସମସ୍ତଙ୍କୁ ବାରିପଦା ସ୍ଥିତ CJM କୋର୍ଟକୁ ଚାଲାଣ କରାଯାଇଛି। ଏନେଇ ଶିମିଳିପାଳର ଡେପୁଟି ଡାଇରେକ୍ଟର ସମ୍ରାଟ ଗୌଡ଼ା ସୂଚନା ଦେଇଛନ୍ତି।

ଏହି ଖବରଟିକୁ ପଢନ୍ତୁ-ଜୟନାରାୟଣଙ୍କ ବିସ୍ଫୋରକ ବୟାନ : 'ପାଣ୍ଡିଆନ୍‌ଙ୍କ ନଂ ୱାନ୍ ଚାମଚା ହେବାକୁ ଚାଲିଛି ପ୍ରତିଯୋଗୀତା'

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.