କଟକ, ୦୮/୦୩ : ଶୌଚ ପାଇଁ ଯାଇଥିବା ବେଳେ ଆକ୍ରମଣ କଲା ବିଲୁଆ, ୪ ଆହତ। କଟକ ଜିଲ୍ଲା ତିଗିରିଆ ବ୍ଲକ ହରିଶରଣପୁର ଗ୍ରାମରେ ଏଭଳି ଘଟଣା ଘଟିଛି। ସମସ୍ତ ଆହତଙ୍କୁ ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।
ସୂଚନାନୁଯାୟୀ, ହରିଶରଣପୁର ଗ୍ରାମର କିଛି ଲୋକ ଶୁକ୍ରବାର ସନ୍ଧ୍ୟା ସମୟରେ ଶୌଚ ହେବାକୁ ଯାଇଥିଲେ। ଏହି ସମୟରେ ଏକ ବିଲୁଆ ସେମାନଙ୍କୁ ଆକ୍ରମଣ କରିଥିଲା। ବିଲୁଆ ଆକ୍ରମଣରେ ୪ ଜଣ ଗ୍ରାମବାସୀ ଆହତ ହୋଇଥିଲେ। ସ୍ଥାନୀୟ ଲୋକେ ଆହତମାନଙ୍କୁ ଉଦ୍ଧାର କରି ବିନ୍ଧାଣୀମା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ଏବେ ସେମାନଙ୍କର ଚିକିତ୍ସା ଚାଲିଛି। ଆହତଙ୍କ ମଧ୍ୟରେ ଜଣେ ପୁରୁଷ ଏବଂ ୩ ଜଣ ମହିଳା ରହିଛନ୍ତି।
ଏହି ଖବରଟିକୁ ପଢନ୍ତୁ-ଖେଳୁ ଖେଳୁ ଷ୍ଟିଲ୍ ଗରାରେ ମୁଣ୍ଡ ପୁରାଇଦେଲା ୪ ବର୍ଷର ଶିଶୁ