ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ଏହି ୩ ରାଶିର ବ୍ୟକ୍ତିଙ୍କ ପାଇଁ ଅଶୁଭ, ଆର୍ଥିକ କ୍ଷତି ସହିତ ହୋଇପାରେ ସ୍ୱାସ୍ଥ୍ୟ ଖରାପ!

Published By : Prameya | February 15, 2025 5:27 PM

ଭୁବନେଶ୍ୱର ୧୫/୦୨: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ପ୍ରତ୍ୟେକ ଗ୍ରହ ଏକ ନିର୍ଦ୍ଦିଷ୍ଟ ବ୍ୟବଧାନରେ ନିଜର ସ୍ଥିତି ପରିବର୍ତ୍ତନ କରନ୍ତି। ଯାହା ସମସ୍ତ ରାଶି ଉପରେ ଭିନ୍ନ ଭିନ୍ନ ପ୍ରଭାବ ପକାଇଥାଏ। ଚଳିତ ବର୍ଷର ପ୍ରଥମ ଚନ୍ଦ୍ରଗ୍ରହଣ ମାର୍ଚ୍ଚ ୧୪ରେ ପଡୁଛି। ତେବେ ଏହି ଗ୍ରହଣ ଭାରତରେ ଦେଖାଯିବ ନାହିଁ। ତେଣୁ ଏହାର ସୂତକ କାଳ ବୈଧ ହେବ ନାହିଁ । କିନ୍ତୁ ଗ୍ରହମାନଙ୍କର ସ୍ଥିତି ହେତୁ ଏହା ନିଶ୍ଚିତ ଭାବରେ ୧୨ ଟି ରାଶି ଉପରେ ପ୍ରଭାବ ପକାଇବ ।

ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଚନ୍ଦ୍ରଗ୍ରହଣ ସମୟରେ ଚନ୍ଦ୍ର କନ୍ୟା ରାଶି ଏବଂ ଉତ୍ତରା ଫାଲଗୁନି ନକ୍ଷତ୍ରରେ ଅବସ୍ଥିତ ରହିବେ। ଏଥିସହିତ ପୂର୍ବରୁ କେତୁ କନ୍ୟା ରାଶିରେ ଅବସ୍ଥିତ, ଯେଉଁଥିପାଇଁ ଚନ୍ଦ୍ରଗ୍ରହଣ ଯୋଗ ସୃଷ୍ଟି ହେବ । ଏହି ମିଶ୍ରଣର ପ୍ରଭାବ କିଛି ରାଶି ପାଇଁ ଶୁଭ ହୋଇଥିବା ବେଳେ ଆଉ କିଛି ରାଶି ପାଇଁ ଅଶୁଭ ହେବ। ଯେଉଁଥିପାଇଁ ସେମାନଙ୍କୁ ସତର୍କତା ଅବଲମ୍ବନ କରିବାକୁ ପଡିବ। ଆସନ୍ତୁ ଜାଣିବା କେଉଁ ରାଶିଗୁଡିକ ସତର୍କତା ଅବଲମ୍ବନ କରିବେ।

ମିଥୁନ ରାଶି : ଜୀବନରେ କିଛି ସମସ୍ୟା ଉପୁଜିପାରେ। ଆପଣ ସୁଖ-ସୁବିଧାର ଅଭାବ ଅନୁଭବ କରିପାରନ୍ତି। ପାରିବାରିକ କଳହ ଏବଂ ମାନସିକ ଚାପ ବଢିପାରେ। ଆଇନଗତ ପ୍ରସଙ୍ଗରୁ ଦୂରେଇ ରହିବେ। ଚତୁର୍ଥ ଘରେ ଚନ୍ଦ୍ରଗ୍ରହଣ ହେତୁ ଚିନ୍ତା ଏବଂ ଅସ୍ଥିରତା ଅନୁଭବ ହୋଇପାରେ। ବଡ ବିନିଯୋଗରୁ ଦୂରେଇ ରୁହନ୍ତୁ, ଆର୍ଥିକ କ୍ଷତି ହୋଇପାରେ । 

ପ୍ରତିକାର- ନିଜର କ୍ରୋଧ ଏବଂ ବକ୍ତବ୍ୟ ଉପରେ ନିୟନ୍ତ୍ରଣ ରଖନ୍ତୁ। ପରିବାର ସହିତ ସକାରାତ୍ମକ ବାର୍ତ୍ତାଳାପ କରନ୍ତୁ । ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ ଏବଂ ଦୂବ ଅର୍ପଣ କରନ୍ତୁ ।

ସିଂହ ରାଶି : ମାନସିକ ଏବଂ ଶାରୀରିକ ସମସ୍ୟା ହୋଇପାରେ । କ୍ୟାରିୟରରେ ବାଧା ଆସିପାରେ। କୌଣସି ବଡ ନିଷ୍ପତ୍ତିକୁ ସ୍ଥଗିତ ରଖିବା ଉପଯୁକ୍ତ ହେବ। ଜୀବନରେ ଚାପ ଏବଂ ନକାରାତ୍ମକତା ରହିପାରେ ।

ପ୍ରତିକାର- ଆଧ୍ୟାତ୍ମିକତା ଏବଂ ଧ୍ୟାନ ମାଧ୍ୟମରେ ମାନସିକ ଶାନ୍ତି ପ୍ରାପ୍ତ କରନ୍ତୁ। ଭଗବାନ ଶିବଙ୍କୁ ଅଭିଶେକ କରନ୍ତୁ ଏବଂ “ଓଁ ନମଃ ଶିବାୟ” ମନ୍ତ୍ର ଜପ କରନ୍ତୁ। ଏଥିସହିତ ଯୋଗ-ପ୍ରାଣାୟାମ ନିୟମିତ କରନ୍ତୁ ।

ତୁଳା ରାଶି : ଛୋଟ କାର୍ଯ୍ୟରେ ଆପଣଙ୍କୁ ଅଧିକ ପରିଶ୍ରମ କରିବାକୁ ପଡିପାରେ। ଦ୍ୱାଦଶ ଘରେ ଚନ୍ଦ୍ରଗ୍ରହଣ ହେତୁ ଖର୍ଚ୍ଚ ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ସଫଳତା ପାଇବାରେ ବିଳମ୍ବ ହୋଇପାରେ । ଆପଣ ଏକାଗ୍ରତାର ଅଭାବ ଅନୁଭବ କରିପାରନ୍ତି ।  ସ୍ୱାସ୍ଥ୍ୟ ସମ୍ବନ୍ଧରେ ସତର୍କ ରହିବେ।

ପ୍ରତିକାର- ଅନାବଶ୍ୟକ ଖର୍ଚ୍ଚ ନିୟନ୍ତ୍ରଣ କରନ୍ତୁ। ହନୁମାନ ଚାଳିସା ପାଠ କରନ୍ତୁ ଏବଂ ହନୁମାନଙ୍କୁ ଗୁଡ-ଚଣା ଭୋଗ ଲଗାନ୍ତୁ। ନୀଳ ରଙ୍ଗର ପୋଷାକ ପିନ୍ଧିବା ଠାରୁ ଦୂରେଇ ରୁହନ୍ତୁ ।

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.