ପ୍ରମୂଖ ଖବର
  • ଲୋକସଭାରେ ଶପଥ ନେଲେ ଅମୃତପାଲ ସିଂ, ସ୍ବତନ୍ତ୍ର ବିମାନ ଯୋଗେ ଆସିଥିଲେ ସଂସଦ ଭବନ...
  • ||
  • ବ୍ରିଟେନ ନିର୍ବାଚନରେ ପରାଜୟ ସ୍ୱୀକାର କଲେ ସୁନକ; ନୂଆ ପ୍ରଧାନମନ୍ତ୍ରୀ ହେବେ କୈର ଷ୍ଟାର୍ମର
  • ||
  • ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଅନବସର ସେବା: ଆଜି ଖଡି ପ୍ରସାଦ ବିଜେ ସହ ବନକଲାଗି ନୀତି
  • ||
  • ଜଷ୍ଟିସ୍ ଚୌଧୁରୀ ପ୍ରତାପ ମିଶ୍ରଙ୍କ ପରଲୋକ, ୮୨ ବର୍ଷ ବୟସରେ ତ୍ୟାଗ କଲେ ଶେଷ ନିଶ୍ୱାସ
  • ||
  • ଚାଷ କାର୍ଯ୍ୟ ପାଇଁ ପାଗ ଅନୁକୂଳ: ତିନି ଦିନ ବିଭିନ୍ନ ଜିଲ୍ଲାରେ ବର୍ଷା ସମ୍ଭାବନା, ରଥଯାତ୍ରା ଦିନ ପୁରୀରେ ପ୍ରବଳ ବର୍ଷିବ
  • ||

ମହାନଦୀରେ ନିର୍ମାଣ ହେବ ୨ ବ୍ୟାରେଜ୍‌, ସର୍ଭେ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ସମ୍ବଲପୁର, ୦୩/୦୭ : ଫାଇଲ୍‌ରେ ରହିଗଲା ପ୍ରସ୍ତାବିତ ବିନାଖଣ୍ଡି ଓ ଫାସକୁଦା ବ୍ରିଜ୍‌ ସହ ବ୍ୟାରେଜ୍‌ ପ୍ରସଙ୍ଗ । ୧୦ ବର୍ଷ ତଳୁ ପ୍ରସ୍ତାବ ଦିଆଯାଇଥିବା ଏହି ପ୍ରକଳ୍ପ ସମ୍ପୂର୍ଣ୍ଣ ହଜିଯାଇଥିଲା । ଏନେଇ କ୍ୟାବିନେଟ୍‌ରେ ସର୍ଭେ ପାଇଁ ପ୍ରସ୍ତାବ ପାରିତ ସତ୍ତ୍ଵେ ଆଜି ପର୍ଯ୍ୟନ୍ତ କାମ ଆରମ୍ଭ ହୋଇ ନଥିଲା । ହେଲେ ଏବେ ରାଜ୍ୟରେ ସରକାର ବଦଳିବା ପରେ ଆରମ୍ଭ ହୋଇଛି ମହାନଦୀ ବଞ୍ଚାଅ ଅଭିଯାନ । ମହାନଦୀରେ ୨ଟି ବ୍ରିଜ୍‌ ସହ ବ୍ୟାରେଜ୍‌ ତିଆରି ପାଇଁ ମଙ୍ଗଳବାର ରାଜ୍ୟ ସରକାର ସମ୍ବଲପୁର ଜଳସେଚନ ବିଭାଗକୁ ଚିଠି ଲେଖିଛନ୍ତି । ମହାନଦୀ ଉପରେ ୨ଟି ବ୍ୟାରେଜ୍‌ ଓ ସହରର ଅଯୋଧ୍ୟା ସରୋବରକୁ ବିକଶିତ ପାଇଁ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିବା ସମ୍ବଲପୁରର ଜଳସେଚନ ବିଭାଗ ସୂଚନା ଦେଇଛି । 

ସମ୍ବଲପୁର ଜଳସେଚନ ବିଭାଗର ଏସ୍‌ଡିଓ କହିଛନ୍ତି, ମହାନଦୀରେ ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ସର୍ଭେ କରିବାକୁ ମଙ୍ଗଳବାର ନିର୍ଦ୍ଦେଶ ଆସିଛି । ରାଜ୍ୟ ଜଳସେଚନ ବିଭାଗ ଏହି ନିର୍ଦ୍ଦେଶନାମା ପଠାଇଛନ୍ତି । ମହାନଦୀର ରେଲୱେ ବ୍ରିଜ୍‌(ମହାନଦୀ ବ୍ରିଜ୍‌-୧ ନିକଟ)ରୁ ଦେଓଗାଁ ପର୍ଯ୍ୟନ୍ତ ଏହି ସର୍ଭେ ହେବ । ଏଥିରେ ୨ଟି ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ ହେବ । ମାନେଶ୍ୱର ଓ ଦେଓଗାଁରେ ବ୍ରିଜ୍‌ କମ୍‌ ବ୍ୟାରେଜ୍‌ ହେବାର ସମ୍ଭାବନା ଅଧିକ ରହିଛି । ଯେଉଁଥିରେ କୌଣସି ପରିବାର ବିସ୍ଥାପିତ ହେବେ ନାହିଁ । ସେହିଭଳି ସମ୍ବଲପୁର ଅଯୋଧ୍ୟା ସରୋବରକୁ ବିକାଶିତ କରାଯିବ । ସେଠାରେ ବ୍ୟାରେଜ୍‌ ନିର୍ମାଣ କରି ପର୍ଯ୍ୟଟନର ବିକାଶ ହେବ । ସମ୍ବଲପୁର ସହରରେ ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ବହୁ ଦିନରୁ ଦାବି ହୋଇଆସୁଥିଲା । 

ସହରରେ ଜଳ ସମସ୍ୟା ଓ ପର୍ଯ୍ୟଟନର ବିକାଶ ପାଇଁ ବାରମ୍ବାର ଏହି ଦାବି ଉଠୁଥିଲା । ଏଥିପାଇଁ ବିନାଖଣ୍ଡି ଓ ଫାସକୁଦା ଅଞ୍ଚଳରେ ଏକ ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ କରିବାକୁ ୨୦୧୪ରେ ସମ୍ବଲପୁରର ଜଳସେଚନ ବିଭାଗ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦେଇଥିଲା । ୪୩ କୋଟି ବଜେଟ୍‌ରେ ଏହି ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ପଠାଇଥିଲା । ହେଲେ ଏହା କାର୍ଯ୍ୟକାରୀ ହୋଇପାରି ନଥିଲା । ତେଣୁ ପୁଣି ଥରେ ୨୦୧୯ରେ ୪୫ କାଟି ଟଙ୍କା ବଜେଟ୍‌ର ଏକ ବ୍ରିଜ୍‌ ସହ ବ୍ୟାରେଜ୍‌ ନିର୍ମାଣ ପାଇଁ ପ୍ରସ୍ତାବ ଦେଲା ସମ୍ବଲପୁର ଜଳସେଚନ ବିଭାଗ । ଏ ନେଇ ସର୍ଭେ ହୋଇଥିଲେ ମଧ୍ୟ ନିର୍ମାଣ ହୋଇପାରି ନଥିଲା । ଯାହାକି ଗତ ନିର୍ବାଚନରେ ପ୍ରମୁଖ ପ୍ରସଙ୍ଗ ପାଲଟିଥିଲା । ଏହି ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ସମ୍ବଲପୁର ବିଜେପି ଘେରିଥିଲା । 

ରାଜ୍ୟରେ ବିଜେପି ସରକାର ଆସିଲେ ତୁରନ୍ତ ଏହି ଦିଗରେ ପଦକ୍ଷେପ ନିଆଯିବ ବୋଲି କୁହାଯାଇଥିଲା । ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ଏହି ଦିଗରେ ତୁରନ୍ତ ପଦକ୍ଷେପ ନେଇଛି ବୋଲି କୁହାଯାଉଛି । ଅଣମୌସୁମୀ ସମୟରେ ମହାନଦୀରେ ଜଳ ସଙ୍କଟ ସୃଷ୍ଟି ହୋଇଥାଏ । ଛତିଶଗଡ଼ରେ ୩୨ରୁ ଅଧିକ ବ୍ୟାରେଜ୍‌ ନିର୍ମାଣ ପାଇଁ ଏହି ଅସୁବିଧା ହେଉଥିବା ରାଜ୍ୟ ସରକାର କହିଆସୁଥିଲେ । କିନ୍ତୁ ମହାନଦୀ ଉପରେ ରାଜ୍ୟର କୌଣସି ସ୍ଥାନରେ ବ୍ୟାରେଜ ତିଆରି କରିନଥିଲେ । ଯାହାକୁ ନେଇ ୨ ରାଜ୍ୟ ମୁହାଁମୁହିଁ ହୋଇଥିଲେ ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Rath Yatra

    Copyright © 2024 - Summa Real Media Private Limited. All Rights Reserved.