ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ଗାଁ ଲୋକଙ୍କୁ ଖଣ୍ଡାରେ ଆକ୍ରମଣ ଉଦ୍ୟମ କଲେ ଯୁବକ, ଅଭିଯୁକ୍ତ ଗିରଫ

Published By : Harapriya Sethi | February 8, 2025 9:37 AM

ଭୁବନେଶ୍ୱର, ୦୮/୦୨: ଯୁବକଙ୍କ ଉନ୍ମୁକ୍ତ କାଣ୍ଡ । ଖଣ୍ଡା ଧରି ଗାଁ ଲୋକଙ୍କୁ ଆକ୍ରମଣ ପାଇଁ କରିଲେ ଉଦ୍ୟମ । ଥାନାରେ ଅଭିଯୋଗ ପରେ ଯୁବକକୁ ଗିରଫ କଲା ପୋଲିସ । ଗିରଫ ହୋଇଥିବା ଯୁବକ ହେଉଛନ୍ତି କିଶନନଗର ଗ୍ରାମର ମିଟୁ ଭୋଇ । କଟକ ଜିଲ୍ଲା କିଶନନଗର ଥାନା ଅନ୍ତର୍ଗତ କିଶନ  ନଗର ଗ୍ରାମରେ ଏଭଳି ଘଟଣା ଦେଖିବାକୁ ମିଳିଛି ।

ଜାମିନ ପାଇଁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅନିଲ-ହଂସିକା, ପୂର୍ବରୁ ଖାରଜ ହୋଇଥିଲା ଆବେଦନ

ସୂଚନା ମୁତାବକ, କିଶନନଗର ଗ୍ରାମର ମିଟୁ ଭୋଇ ନାମକ ଯୁବକ ଏକ ଖଣ୍ଡା ଧରି ଗ୍ରାମର କେତେକ ବ୍ୟକ୍ତିଙ୍କୁ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲେ । ହାତରେ ଖଣ୍ଡା ଧରି ଗାଁ ଲୋକଙ୍କୁ ଆତଙ୍କିତ କରିଥିଲେ । ଏହା ଦେଖି ସେହି ଗ୍ରାମର ବର୍ଷା ରାଣୀ ମଣ୍ଡଳ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ କିଶନ ନଗର ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମିଟୁକୁ ଗିରଫ କରିଛି । ଏହା ସହ ତାଙ୍କ ପାଖରୁ ଏକ ଖଣ୍ଡା ଜବତ କରି କୋର୍ଟ ଚାଲାଣ କରିବା ସହ ଘଟଣାର ତଦନ୍ତ ଜାରି ରଖିଛି ପୋଲିସ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.