ନୂଆଦିଲ୍ଲୀ,୦୬/୦୪: ପବିତ୍ର ଶ୍ରୀରାମ ନବମୀ ଅବସରରେ ଉତ୍ସବ ମୁଖର ଦିଲ୍ଲୀରୁ ପଲ୍ଲୀ । ମର୍ଯ୍ୟାଦା ପୁରୁଷ ଶ୍ରୀରାମଙ୍କୁ ଦର୍ଶନ କରି ସାନିଧ୍ୟ୍ୟ ସାଉଁଟିଛନ୍ତି ଶ୍ରଦ୍ଧାଳୁ । ରାମଧ୍ୱନୀରେ କମ୍ପୁଛି ଗଗନ ପବନ । ରାମଜନ୍ମ ଭୂମି ଅଯୋଧ୍ୟାରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଶ୍ରୀରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ସୋସିଆଲ ମଡ଼ିଆ ଏକ୍ସରେ ରାମ ନବମୀ ଅବସରରେ ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇ ରାଷ୍ଟ୍ରପତି କହିଛନ୍ତି, '' ଏହି ଉତ୍ସବ ଧର୍ମ, ନ୍ୟାୟ ଏବଂ କର୍ତ୍ତବ୍ୟପରାୟଣତା ହେବାକୁ ସନ୍ଦେଶ ଦେଇଥାଏ । ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମ ମାନବ ଜାତି ପାଇଁ ତ୍ୟାଗ, ପ୍ରତିଶ୍ରୁତିବଦ୍ଧ ଏବଂ ଶୌର୍ଯ୍ୟର ଆଦର୍ଶ ପ୍ରସ୍ତୁତ କରିଛନ୍ତି । ତାଙ୍କର ସୁଶାସନ ଅର୍ଥାତ ରାମରାଜ୍ୟର ଅବଧାରଣକୁ ଆଦର୍ଶ ଭାବେ ଗଣନା କରାଯାଏ । ଏହି ଶୁଭ ଅବସରରେ ଦେଶବାସୀ ବିକଶିତ ଭାରତ ନିର୍ମାଣ ପାଇଁ ଏକଜୁଟ୍ ହୋଇ କାର୍ଯ୍ୟ କରିବାକୁ ସଂକଳ୍ପ ନିଅନ୍ତୁ ।''
सभी देशवासियों को रामनवमी के पावन पर्व की हार्दिक बधाई और शुभकामनाएं। यह त्योहार धर्म, न्याय और कर्तव्य-परायण होने का संदेश देता है। मर्यादापुरुषोत्तम प्रभु श्री राम ने मानव जाति के लिए त्याग, वचनबद्धता, समरसता और शौर्य के उच्च आदर्श प्रस्तुत किए हैं। उनके सुशासन यानी रामराज्य की…
— President of India (@rashtrapatibhvn) April 6, 2025
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାମନବମୀ ଶୁଭେଚ୍ଛା ଜଣାଇ କହିଛନ୍ତି, '' ସମସ୍ତ ଦେଶବାସୀଙ୍କୁ ରାମ ନବମୀ ଅବସରରେ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜନ୍ମୋତ୍ସବର ଏହି ପବିତ୍ର ଅବସର ତୁମ ସମସ୍ତଙ୍କ ଜୀବନରେ ନୂଆ ଚେତନା ଏବଂ ନୂଆ ଉତ୍ସାହ ଆଣୁ । ଯାହା ଶସକ୍ତ, ସମୃଦ୍ଧ ଏବଂ ସମର୍ଥ ଭାରତର ସଂକଳ୍ପକୁ ନିରନ୍ତର ନୂଆ ଉର୍ଜା ପ୍ରଦାନ କରୁ ।''
Ram Navami greetings to everyone! May the blessings of Prabhu Shri Ram always remain upon us and guide us in all our endeavours. Looking forward to being in Rameswaram later today!
— Narendra Modi (@narendramodi) April 6, 2025
ଅଧିକ ପଢ଼ନ୍ତୁ...ପବିତ୍ର ଶ୍ରୀରାମ ନବମୀ, ଉତ୍ସବମୁଖର ଦିଲ୍ଲୀରୁ ପଲ୍ଲୀ, ଝଲସୁଛି ଅଯୋଧ୍ୟାର ରାମ ମନ୍ଦିର
କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ରାମନବମୀ ଅବସରରେ ଶୁଭେଚ୍ଛା ଜଣାଇ କହିଛନ୍ତି, ''ପବିତ୍ର ରାମନବମୀ ଅବସରରେ ଦେଶବାସୀଙ୍କୁ ଶୁଭକାମନା । ପ୍ରଭୁ ଶ୍ରୀରାମଙ୍କ ଜୀବନ ସତ୍ୟ, ସେବା ଏବଂ ମାନବ ମୂଲ୍ୟର ରକ୍ଷାର ପ୍ରେରଣା ଦେଇଥାନ୍ତି । ପ୍ରଭୁଙ୍କ ନିକଟରେ ସମସ୍ତଙ୍କ ସ୍ବାସ୍ଥ୍ୟ, ସୁଦୀର୍ଘ ଏବଂ ସମୃଦ୍ଧ ଜୀବନ କାମନା କରୁଛି ।''
जय श्री राम!
— Amit Shah (@AmitShah) April 6, 2025
सभी रामभक्तों को रामनवमी के पावन पर्व की हार्दिक शुभकामनाएँ।
प्रभु श्री राम का जीवन सत्य, सेवा और मानव मूल्यों के रक्षा की प्रेरणा देता है। प्रभु से सभी के स्वस्थ, सुदीर्घ और समृद्ध जीवन की कामना करता हूँ। pic.twitter.com/w39r5bLNDB