ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଜାଣନ୍ତୁ ଭାରତ ପାଇଁ କାହିଁକି ଜରୁରି ?

Published By : Tapas Panda | April 6, 2025 11:13 PM

Image Courtesynewsroompost:

ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ଗସ୍ତ କରିଛନ୍ତି । ରାଷ୍ଟ୍ରପତି  ରବିବାର ପର୍ତ୍ତୁଗାଲର ରାଜଧାନୀ ଲିସବନ ଅଭିମୁଖେ ଯାତ୍ରା କରିଛନ୍ତି । ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ  ଯାତ୍ରା କରିଛନ୍ତି ରାଷ୍ଟ୍ରପତି । ଦୀର୍ଘ ୨୫ ବର୍ଷ ପରେ ଭାରତୀୟ ରାଷ୍ଟ୍ରପତି ଏହି ଦୁଇ ଦେଶକୁ ଗସ୍ତ କରିଛନ୍ତି ।  

ଏହି ଗସ୍ତ ଦୁଇ ଗୁରୁତ୍ୱପୂର୍ଣ୍ଣ ୟୁରୋପୀୟ ସଂଘର ଅଂଶୀଦାରଙ୍କ ସହିତ ଭାରତର ବହୁମୁଖୀ ସମ୍ପର୍କକୁ ଆହୁରି ବିସ୍ତାର କରିବ କରିବ ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ କହିଛନ୍ତି ।

ପର୍ତ୍ତୁଗାଲ ଗସ୍ତ ସମୟରେ ରାଷ୍ଟ୍ରପତି ମୁର୍ମୁ ୟୁରୋପୀୟ ଦେଶର ରାଷ୍ଟ୍ରପତି ମାର୍ସେଲୋ ରେବେଲୋ ଡି ସୌସାଙ୍କୁ ଭେଟି ପ୍ରତିନିଧିମଣ୍ଡଳ ସ୍ତରୀୟ ଆଲୋଚନା କରିବେ। ସେ ପର୍ତ୍ତୁଗାଲ ପ୍ରଧାନମନ୍ତ୍ରୀ ଲୁଇସ୍ ମଣ୍ଟେନେଗ୍ରୋ ଏବଂ ଜାତୀୟ ସଂସଦର ବାଚସ୍ପତି ଜୋସ୍ ପେଡ୍ରୋ ଏଗୁଇର-ବ୍ରାଙ୍କୋଙ୍କୁ ମଧ୍ୟ ସାକ୍ଷାତ କରିବେ ।

୨୭ ବର୍ଷର ବ୍ୟବଧାନ ପରେ ଜଣେ ଭାରତୀୟ ରାଷ୍ଟ୍ରପତିଙ୍କ ପର୍ତ୍ତୁଗାଲ ଗସ୍ତ ହୋଇଛି । ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ କୂଟନୈତିକ ସମ୍ପର୍କକୁ ୫୦ ବର୍ଷ ପୂର୍ତ୍ତି ଅବସରରେ  ରାଷ୍ଟ୍ରପତିଙ୍କ ଏହି ଗସ୍ତ ବହୁ ଗୁରୁତ୍ବ ବହନ କରୁଛି ।

ଭାରତ ଏବଂ ପର୍ତ୍ତୁଗାଲ ମଧ୍ୟରେ ଐତିହାସିକ ଏବଂ ବନ୍ଧୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ସମ୍ପର୍କ ରହିଛି, ଯାହା ବର୍ଷ ବର୍ଷ ଧରି ଏକ ଆଧୁନିକ ଏବଂ ଗତିଶୀଳ ସହଭାଗୀତାରେ ପରିଣତ ହୋଇଛି। ଏହି ଗସ୍ତ ପର୍ତ୍ତୁଗାଲ ସହିତ ଭାରତର ବୃଦ୍ଧି ପାଉଥିବା ସମ୍ପର୍କକୁ ଆହୁରି ପ୍ରେରଣା ଦେବ ।

ସ୍ଲୋଭାକିଆରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦେଶର ରାଷ୍ଟ୍ରପତି ପିଟର ପେଲେଗ୍ରୀନି ଏବଂ ପ୍ରଧାନମନ୍ତ୍ରୀ ରବର୍ଟ ଫିକୋଙ୍କ ସହ ଦ୍ୱିପାକ୍ଷିକ ବୈଠକ କରିବେ। ଏହା ୨୯ ବର୍ଷ ମଧ୍ୟରେ କୌଣସି ଭାରତୀୟ ରାଷ୍ଟ୍ରପତିଙ୍କ ସ୍ଲୋଭାକିଆକୁ ପ୍ରଥମ ଗସ୍ତ ହେବ।

ରାଷ୍ଟ୍ରପତିଙ୍କ ଏହି ରାଜକୀୟ ଗସ୍ତ ଭାରତ, ପର୍ତ୍ତୁଗାଲ ଏବଂ ସ୍ଲୋଭାକିଆ ମଧ୍ୟରେ ସମ୍ପର୍କକୁ ଆହୁରି ମଜଭୁତ କରିବାର ସୁଯୋଗ ପ୍ରଦାନ କରିବ ଏବଂ ଭାରତ-ୟୁରୋପୀୟ ସଂଘ ସମ୍ପର୍କକୁ ମଧ୍ୟ ମଜଭୁତ କରିବ ବୋଲି କୁହାଯାଉଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.