ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

ଭାରତର ଚିକେନ୍ ନେକ୍ ନିକଟରେ ଡ୍ରାଗନର ମାଷ୍ଟର ପ୍ଲାନ୍: ଏୟାରଫିଲ୍ଡ ତିଆରି କରିବ ଚୀନ, ବାଙ୍ଗଲାଦେଶର ଗ୍ରୀନ୍ ସିଗ୍‌ନାଲ୍

Published By : Prameya | April 7, 2025 2:08 PM

ନୂଆଦିଲ୍ଲୀ, ୦୭/୦୪ : ଭାରତର ଚିକେନ୍ ନେକ୍ ନିକଟରେ ଡ୍ରାଗନର ମାଷ୍ଟର ପ୍ଲାନ୍। ବାଂଲାଦେଶ ଲାଲମୋନିରହାଟ ଜିଲ୍ଲାରେ ଏୟାରଫିଲ୍ଡ ତିଆରି କରିବ ଚୀନ୍। ସବୁଜ ସଙ୍କେତ ଦେଲା ବାଙ୍ଗଲାଦେଶ। ଭାରତ ସରକାରଙ୍କ ବଢିଲା ଟେନସନ୍। ସୀମା ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ। 

ଜାତୀୟ ଗଣମାଧ୍ୟମ ସୂଚନା ଅନୁଯାୟୀ, ବାଂଲାଦେଶର ଲାଲମୋନିରହାଟ ଜିଲ୍ଲାରେ ଚୀନ ଏୟାରଫିଲ୍ଡ ସ୍ଥାପନ କରିବ। ମହମ୍ମଦ ୟୁନୁସଙ୍କ ଚୀନ ଗସ୍ତ ସମୟରେ ଦୁଇ ଦେଶ ମଧ୍ୟରେ ଏନେଇ ଆଲୋଚନା ହୋଇଛି। ତେବେ ଔପଚାରିକ ଭାବେ ଦୁଇ ଦେଶ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। ଏହି ଖବର ମିଳିବା ପରେ ଭାରତ ସରକାରଙ୍କ ଟେନସନ୍ ବଢିଛି। କାରଣ ଦୀର୍ଘ ଦିନ ହେବ ଭାରତର ଚିକେନ ନେକ୍ ଉପରେ ଚୀନ, ପାକିସ୍ତାନ ଭଳି ଦେଶ ଗୁଡ଼ିକର ଲୋଲୁପ ଦୃଷ୍ଟି ରହିଛି। ଗତ କିଛି ଦଶନ୍ଧି ମଧ୍ୟରେ ଏହି ଅଞ୍ଚଳରେ ଜନସଂଖ୍ୟା ସନ୍ତୁଳନ ମଧ୍ୟ ବିଗିଡ଼ିଛି। 

ସେପଟେ ଭୌଗୋଳିକ ଦୃଷ୍ଟିରୁ ମଧ୍ୟ ଚିକେନ୍ ନେକ୍ ଭାରତ ପାଇଁ ଖୁବ୍ ସମ୍ଵେଦନଶୀଳ ସ୍ଥାନ। କାରଣ ପୂର୍ବୋତ୍ତର ରାଜ୍ୟ ଗୁଡ଼ିକୁ ଯୋଡ଼ୁଛି ଚିକେନ୍ ନେକ୍। ଯାହାକି ପଶ୍ଚିମବଙ୍ଗରେ ଅବସ୍ଥିତ। ଏହାକୁ ଲାଗିଛି ନେପାଳ, ବାଂଲାଦେଶ, ଭୂଟାନ ଏବଂ ଚୀନ। ସେପଟେ ପଶ୍ଚିମବଙ୍ଗର କୂଚବିହାର ଏବଂ ଜଲପାଇଗୁଡ଼ିକୁ ଲାଗିଛି ବାଂଲାଦେଶର ଲାଲମୋନିରହାଟ ଜିଲ୍ଲା। ପ୍ରତିରକ୍ଷା ଦୃଷ୍ଟିରୁ ବି ଖୁବ୍ ସମ୍ଵେଦନଶୀଳ ଏହି ସ୍ଥାନ। ଏଠାରେ ସର୍ବଦା ହାଇ ଆଲର୍ଟରେ ରୁହନ୍ତି ଭାରତୀୟ ସେନା। ତେଣୁ ଚିକେନ୍ ନେକ୍ ନିକଟରେ ଯଦି ଚୀନ୍‌ ଏୟାରଫିଲ୍ଡ ସ୍ଥାପନ କରେ ତାହେଲେ ଆଗାମୀ ଦିନରେ ଭାରତର ସୀମା ସୁରକ୍ଷା ପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେବ। ବିଶେଷ କରି ପଶ୍ଚିମବଙ୍ଗ ଏବଂ ସିକ୍କିମ ପାଇଁ ବିପଦ ସୃଷ୍ଟି ହେବ। 

ଏହି ଖବରଟିକୁ ପଢନ୍ତୁ-ଟ୍ରମ୍ପଙ୍କ ଟାରିଫ୍‌ରେ ବିଶ୍ୱ ବଜାରରେ ଭୂକମ୍ପ; ସେୟାର ବଜାର ଡାଉନ୍,୫ ମିନିଟ୍‌ରେ ୧୯୦୦୦ କୋଟି ସ୍ୱାହା



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.