ନୂଆଦିଲ୍ଲୀ,୦୭/୦୪: ସେୟାର ବଜାରରେ ସୁନାମୀ । ଆମେରିକା ଟାରିଫ୍ ବୃଦ୍ଧିକୁ ନେଇ ବଜାରରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପରେ ବିଶ୍ବ ବଜାରରେ ହଲଚଲ ଦେଖା ଦେଇଛି । ଜାପାନ୍, ଚୀନ ଓ କୋରିଆ ସେୟାର ବଜାର ଡାଉନ୍ ହୋଇଛି । ୮ % ଖସିଲା ସେୟାର । ଆମେରିକା ବଜାରରେ ବି ମାନ୍ଦାବସ୍ଥା । ଭାରତୀୟ ବଜାରରେ ବି ପ୍ରଭାବ ପଡ଼ିଛି । ୩୩୦୦ ଖସିଲା ସେନସେକ୍ସ । ନିଫ୍ଟ ୧୦୦୦ରୁ ଅଧିକ ଖସିଛି । ଉଡ଼ିଗଲା କୋଟି କୋଟି ଟଙ୍କା । ଯାହା ଅନୁମାନ କରାଯାଉଥିଲା ତାହା ହେଲା । ବଜାର ଦେଖିଲା 'ବ୍ଲାକ୍ ମଣ୍ଡେ' ।
ଭାରତୀୟ ବଜାରରେ ପ୍ରଭାବ- ସେୟାର ମାର୍କେଟ କାରବାର ଆରମ୍ଭ ହେବା କ୍ଷଣି ବିଏସଇ ସେନସେକ୍ସ କ୍ରାସ୍ କରିଥିଲା । ୭୫,୩୬୪.୬୯ ତୁଳନାରେ ଖସି ୭୧,୪୪୯ ଲେବଲରେ ଖୋଲିଥିଲା । ସେହିପରି ଏନଏସଇ ନିଫ୍ଟି ୨୨,୯୦୪ ତୁଳନାରେ ଖସି ୨୧,୭୫୮ କାରବାରରେ ଆରମ୍ଭ ହୋଇଥିଲା । ଏହାପରେ ଦୁଇ ଇନଡେକ୍ସ କିଛି ସମୟ ପରେ ଖସିଯାଇଥିଲା । ନିଫ୍ଟି ୫୦ ଇନଡେକ୍ସ ମଧ୍ୟ ୧୦୦୦ ଖସି ୨୧,୭୪୩କୁ ଆସିଥିଲା । ସେନସେକ୍ସ ୭୧,୪୨୫ ସ୍ତରରେ ଟ୍ରେଣ୍ଡ୍ କରୁଥିବା ଦେଖିବାକୁ ମିଳିଥିଲା । ବିଏସଇ ସେନସେକ୍ସ ୩୩୭୯.୧୯ ଅର୍ଥାତ ୪.୪୮ ପ୍ରତିଶତ ଖସିଛି । ରିଲାଏନ୍ସଠୁ ନେଇ ଟାଟା ଯାଏ ସବୁ ସେୟାର କ୍ରାସ ହୋଇଛି । ୩୦ ବଡ କମ୍ପାନୀ ସେୟାର କାରବାର ଉପରେ ପ୍ରଭାବ ପଡ଼ିଛି । ସବୁଠୁ ଅଧିକ ଟାଟା ଷ୍ଟିଲ ସେୟାର ଉପରେ ପଡ଼ିଛି । ବଜାର ଖୋଲିବା ମାତ୍ରେ ୫ ମିନିଟରେ ୧୯୦୦୦ କୋଟି ସ୍ୱାହା ହୋଇଯାଇଛି ।
ଟ୍ରମ୍ପଙ୍କ ଟାରିଫ୍ ପରେ ସେୟାର ବଜାରରେ ବଡ଼ ପ୍ରଭାବ ପଡ଼ିଛି । ଅଷ୍ଟ୍ରେଲିଆ ସେୟାର ବଜାରରେ ୬.୪%, ସିଙ୍ଗାପୁର ଏକ୍ସଚେଞ୍ଜ ବଜାରରେ ୭%ରୁ ଅଧିକ ସେୟାର ଖସିଛି । ଜାପାନ ସେୟାର ବଜାରରେ ପାଖାପାଖି ୨୦% ଖସିଥିବା ଜଣାପଡ଼ିଛି । ସେହିପରି ତାଇୱାନ ଷ୍ଟକ୍ ମାର୍କେଟରେ ୧୫%, ହଂକଂ ଇନଡେକ୍ସ ବଜାରରେ ୯.୨୮% ଭୟଙ୍କର ହ୍ରାସ ହୋଇଛି ।
ବ୍ଲାକ୍ ମଣ୍ଡେ କଣ ? ୧୯୮୭ ମସିହା ଅକ୍ଟୋବର ୧୯ରେ ଏମିତି ଏକ ସମୟ ଥିଲା, ଯେବେ ବିଶ୍ୱ ବଜାରରେ ବଡ଼ ଧରଣର କମ୍ପନ ହୋଇଥିଲା । ଯେଉଁଥିଲେ ୟୁଏସ ଡାଉ ଜୋନ୍ସ ଇଣ୍ଡଷ୍ଟ୍ରିୟାଲ ଆଭରେଜ ୨୨.୬% ଖସିଥିଲା । ରବିବାର ଆମେରିକା ବଜାର ବିଶ୍ଲେଷକ ଜିମ କ୍ୟାମେର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ପାଇଁ ସୋମବାର ଅର୍ଥାତ ୭ ଏପ୍ରିଲରେ ଏକ 'ବ୍ଲାକ୍ ମଣ୍ଡେ' ଦେଖା ଦେବ ବୋଲି ଚେତାବନୀ ଦେଇଥିଲେ । ତାଙ୍କ ଭବିଷ୍ୟବାଣୀ ସତ ହୋଇଛି । ବ୍ଲାକ୍ ମଣ୍ଡେ ଦେଖିଲା ବିଶ୍ୱ ବଜାର ।
ଏହି ସଙ୍କଟ କେବେଳ ଆମେରିକା ମଧ୍ୟରେ ସୀମିତ ନାହିଁ । ଏସିଆ ଏବଂ ଭାରତ ବାଜରରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ନିବେଶକ କୋଟି କୋଟି ଡଲାର ପାଣିରେ ପଡ଼ିଛି । ୧୯ ଅକ୍ଟୋବର, ୧୯୮୭ ବ୍ଲାକ ମଣ୍ଡେ ଭାବରେ ଜଣାଶୁଣା । ବିଶ୍ୱ ଅର୍ଥନୀତିରେ ଏହା ଏକ ଖରାପ ସମୟ ଥିଲା । ଏସଏଡ଼ିପି ୫୦୦ରୁ ସେହିଦିନ ୩୦% ଖସିଥିଲା । ଏକ ମାସ ଯାଏ ଏପରି ସ୍ଥିତି ରହିଥିଲା ।