ପ୍ରମୂଖ ଖବର
  • ବାଲେଶ୍ୱର : ଯାତ୍ରା ଦେଖିବାକୁ ଯାଇ ଫେରିଲେନି ଯୁବକ, ଉଦ୍ଧାର ହେଲା ମୃତଦେହ
  • ||
  • ଖସିଲା ସୁନା ଦର, ୨୪ କ୍ୟାରେଟ୍ ୧୦ ଗ୍ରାମ ପିଛା ୮୮, ୪୦୧ ଟଙ୍କାକୁ ହ୍ରାସ , ରୂପା ଦର କିଲେ ପିଛି ୮୮, ୩୭୫ ଟଙ୍କାକୁ ଖସିଲା
  • ||
  • ଦକ୍ଷିଣ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ଉତ୍ତରପଶ୍ଚିମ ଦିଗରେ ଗତି କରିବ
  • ||
  • କଟକ : ବସ୍-ଅଟୋ ମୁହାଁମୁହିଁ ଧକ୍କା, ୩ ଗୁରୁତର
  • ||
  • ପୁରୀ : ସର୍ଟ ସର୍କିଟରୁ ଆମ୍ୱୁଲାନ୍ସରେ ଲାଗିଲା ନିଆଁ, ଅଳ୍ପରେ ବର୍ତ୍ତିଲେ ରୋଗୀ
  • ||
  • ବୌଦ୍ଧ : ୨ କୁଇଣ୍ଟାଲ ଗଞ୍ଜେଇ ସହିତ କାର୍‌ ଏବଂ ବାଇକ୍ ଜବତ, ୩ ଗିରଫ
  • ||
  • ଖୋର୍ଦ୍ଧା : ଷଢେଇଗଡ ଗାଁରେ ବୋମା ବିସ୍ଫୋରଣ: ଜଣେ ମୃତ, ଜଣେ ଗୁରୁତର
  • ||
  • ହାଇଦ୍ରାବାଦର ଚତୁର୍ଥ ପରାଜୟ, ୭ ୱିକେଟ୍‌ରେ ଜିତିଲା ଗୁଜରାଟ, ଆଜି ମୁମ୍ବାଇକୁ ଭେଟିବ ବେଙ୍ଗାଲୁରୁ
  • ||
  • ଓଡ଼ିଆ ନୂଆବର୍ଷ ପୂର୍ବରୁ ବିଜେଡି ସାଙ୍ଗଠନିକ ନିର୍ବାଚନ, ଆଜି ଶଙ୍ଖ ଭବନରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ଗଞ୍ଜାମ : ବିଷ ପିଇ ଗୋଟିଏ ପରିବାରର ୩ ଜଣଙ୍କ ମୃତ୍ୟୁ, ଛାନଭିନ୍‌ କରୁଛି ପୋଲିସ
  • ||

କର୍ଣ୍ଣାଟକ ହାଇକୋର୍ଟଙ୍କ ପରାମର୍ଶ: ଦେଶ ପାଇଁ ୟୁସିସି ଆବଶ୍ୟକ, କେନ୍ଦ୍ର ଓ ରାଜ୍ୟମାନେ ପଦକ୍ଷେପ ନିଅନ୍ତୁ

Published By : Prameya | April 7, 2025 1:01 PM

ବେଙ୍ଗାଲୁରୁ ୦୭/୦୪, ଦେଶ ପାଇଁ  ସମାନ ନାଗରିକ ସଂହିତା (ୟୁସିସି)ର  ଆବଶ୍ୟକତା ରହିଛି । ଯାହାଫଳରେ ସବୁ ନାଗରିକ ବିଶେଷକରି ମହିଳାମାନଙ୍କୁ ସମାନ ଅଧିକାର ମିଳିପାରିବ ବୋଲି କର୍ଣ୍ଣାଟକ  ହାଇକୋର୍ଟ କହିଛନ୍ତି । ଏଥିସହ ହାଇକୋର୍ଟ ମିଳିତ ଭାବେ ଏଭଳି ଆଇନ ଆଣିବାକୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । 

ବିଚାରପତି ହଞ୍ଚାଟେ ସଞ୍ଜିବ କୁମାରଙ୍କ  ଜଣିକିଆ ଖଣ୍ଡପୀଠ ଏକ ପାରିବାରିକ ବିବାଦ  ମାମଲାର ଶୁଣାଣି କରିବା ଅବସରରେ ଏହା କହିଛନ୍ତି। ଏହି ମାମଲା ମୁସଲିମ ମହିଳା  ଶେହନାଜ ବେଗମ୍‌ଙ୍କ ମୃତ୍ୟୁ ପରେ ତାଙ୍କ ସମ୍ପତ୍ତି  ଭାଗବଣ୍ଟାକୁ ନେଇ ଜଡିତ । ଯେଉଁଥିରେ ତାଙ୍କ  ଭାଇ-ଭଉଣୀ ଓ ସ୍ୱାମୀଙ୍କ ମଧ୍ୟରେ ବିବାଦ ଲାଗି  ରହିଛି । ମାମଲାର ଶୁଣାଣି ବେଳେ ଜଷ୍ଟିସ କୁମାର ମୁସଲିମ ପର୍ସନାଲ ଲ ଉପରେ ପ୍ରଶ୍ନ ଉଠାଇବା  ସହ କହିଛନ୍ତି ଏହି ଆଇନ ମହିଳାଙ୍କ ସହ  ଭେଦଭାବ କରୁଛି । ହିନ୍ଦୁ ଆଇନରେ ପୁଅଙ୍କ ଭଳି  ଝିଅଙ୍କୁ ସମାନ ଜନ୍ମଗତ ଅଧିକାର ଓ ପ୍ରତିଷ୍ଠା  ମିଳୁଥିଲା ବେଳେ ମୁସଲିମ୍‌ ଆଇନରେ ଏହା  ନାହିଁ । ତେଣୁ ୟୁସିସି ଦ୍ୱାରା ହିଁ ସମ୍ବିଧାନ ପ୍ରଦତ୍ତ  ସମାନତା ଅଧିକାର ସମ୍ଭବ ହୋଇପାରିବ ।  ଜାତିଗତ ଓ ଧର୍ମଗତ ଆଇନର ଊଦ୍ଧ୍ୱର୍ରେ ୟୁସିସି  ଲାଗୁ କରାଯିବା ଫଳରେ ସମ୍ବିଧାନର ଧାରା  ୧୪ର ଉଦ୍ଦେଶ୍ୟ ସଫଳ ହେବ । ୟୁସିସି ଆଣି  ତାକୁ ପ୍ରଭାବୀ ଢ଼ଙ୍ଗରେ କାର୍ଯ୍ୟକାରୀ କରାଯିବା  ଫଳରେ ମହିଳାଙ୍କୁ ନ୍ୟାୟ ମିଳିବା ସହ ଜାତି,  ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମାନତା ଅଧିକାରର  ସ୍ୱପ୍ନ ସାକାର ହୋଇପାରିବ । 

ଜଷ୍ଟିସ କୁମାର ଆହୁରି ମଧ୍ୟ କହିଛନ୍ତି ଯେ  ଗୋଆ ଓ ଉତ୍ତରାଖଣ୍ଡରେ ୟୁସିସି ଦିଗରେ ବଡ  ପଦକ୍ଷେପ ନିଆଯାଇଛି । କେନ୍ଦ୍ର ସରକାର ଓ ବାକି ସବୁ ରାଜ୍ୟ ମଧ୍ୟ ଏ ଦିଗରେ ପଦକ୍ଷେପ  ନେବା ଆବଶ୍ୟକ । ବ୍ୟବସ୍ଥାପକ ସଭାରେ  ୟୁସିସିକୁ ନେଇ ଜୋରଦାର ଚର୍ଚ୍ଚା ହୋଇଥିଲା । ବ୍ୟବସ୍ଥାପକ ସଭାର କିଛି ସଦସ୍ୟ ଏହାକୁ  ବିରୋଧ କରିଥିଲା ବେଳେ ଚିଠା କମିଟିର  ଅଧ୍ୟକ୍ଷ ଡକ୍ଟର ବି.ଆର ଆମ୍ବେଦକର ୟୁସିସିକୁ  ଦୃଢ଼ ସମର୍ଥନ କରିଥିଲେ । ଲୌହମାନବ  ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ, ଡକ୍ଟର ରାଜେନ୍ଦ୍ର  ପ୍ରସାଦ, ଟି କ୍ରିଷ୍ନାମାଚାରୀ ଓ ମୌଲାନା  ହସ୍‌ରତ ମୋହାନିଙ୍କ ଭଳି ନେତାମାନେ  ତାକୁ ସମର୍ଥନ କରିଥିଲେ । ସୁପ୍ରିମକୋର୍ଟ  ମଧ୍ୟ ପୂର୍ବରୁ ବିଭିନ୍ନ ମାମଲାର ଶୁଣାଣି ବେଳେ  ଦେଶ ପାଇଁ ୟୁସିସିର ଆବଶ୍ୟକତା ଥିବା  ଦର୍ଶାଇଥିଲେ ବୋଲି ଜଷ୍ଟିସ କୁମାର କହିଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.