ପ୍ରମୂଖ ଖବର
  • ରଥଯାତ୍ରା ଏଂବ ସ୍ନାନ ପୂର୍ଣ୍ଣିମାକୁ ନେଇ ଗୁରୁତ୍ଵପୂର୍ଣ୍ଣ ବୈଠକ ବସିବ, ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ
  • ||
  • ପଙ୍କରେ ଫସିଲେ ୩ ଦନ୍ତା ହାତୀ, ଖାଦ୍ୟ ଅନ୍ବେଷଣରେ ଆସି ଅଟକି ରହିଛନ୍ତି
  • ||
  • ମୋହନା: ଶଳାକୁ ଗୁଳି କରି ହତ୍ୟା କଲା ଭିଣୋଇ
  • ||
  • ଜମି ବିବାଦକୁ ନେଇ ମାଆ ଓ ଝିଅଙ୍କୁ ଛୁରା ମାଡ଼ ଘଟଣା, ଜେଲ ଗଲା ଅଭିଯୁକ୍ତ ସୂରଜ
  • ||
  • ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ
  • ||
  • କରଞ୍ଜିଆ: ଫେରିଲେ ଝାଡ଼ଖଣ୍ଡି ହାତୀପଲ, ୨୦ରୁ ଊର୍ଦ୍ଧ୍ବ ଗାଁରେ ଭୟର ବାତାବରଣ
  • ||
  • ଅଗ୍ନିକାଣ୍ଡରେ ଜଳିଗଲା ଦୁଇ ବଖରା ଘର, ନିଆଁରେ ପୋଡି ହୋଇ ମହିଳା ଗୁରୁତର
  • ||
  • ଆଜି ଶେଷ ରଜ ଉତ୍ସବ: ସବୁଠି ପିଠା, ମିଠା, ପାନର ଆସର
  • ||
  • ଆଜି ପିତୃ ଦିବସ: ବାପାଙ୍କ ପାଇଁ ଦିନଟିଏ, ବାପା ବିଶ୍ବାସର ବରଗଛ, ଭରଷାର ଭବିଷ୍ୟତ
  • ||
  • ଓଡ଼ିଶାରେ ନାକେଦମ୍ କରୁଛି ତାତି, କାଲିଠୁ ମିଳିବ ଆଶ୍ୱସ୍ତି: ୨୪ ସୁଦ୍ଧା ରାଜ୍ୟରେ ମୌସୁମୀ ବର୍ଷା ସମ୍ଭାବନା
  • ||

NDRF ଓ ITBPର ସାହାଯ୍ୟ ନିଅ : ଚାରିଧାମ ଯାତ୍ରାରେ ଭିଡ଼କୁ ଦେଖି ଆକ୍ସନରେ କେନ୍ଦ୍ର ସରକାର ... ପ୍ରତିଦିନ ରିପୋର୍ଟ ଦେବାକୁ ନିର୍ଦ୍ଦେଶ

ଡେରାଡୁନ୍‌- ୧୦ ମେ’ରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇ ଯାଇଛି।ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି। ଅନେକ ଯାତ୍ରୀଙ୍କ ସ୍ୱାସ୍ଥ୍ୟ ସମ୍ୱନ୍ଧୀୟ କାରଣରୁ ମୃତ୍ୟୁ ହୋଇଛି। ଏହା ବ୍ୟତୀତ ଯାତ୍ରା ପଥରେ ଯାତ୍ରୀଙ୍କ ଅସମ୍ଭବ ଭିଡ଼ର ଅନେକ ଆଶ୍ଚର୍ଯ୍ୟ କଲା ଭଳି ଭିଡ଼ିଓ ସାମନାକୁ ଆସିଛି। ଏବେ କେନ୍ଦ୍ର ସରକାର ଏହାକୁ ଧ୍ୟାନ ଦେଇଛନ୍ତି। କେନ୍ଦ୍ର ଗୃହ ସଚିବ ଅଜୟ କୁମାର ଭଲ୍ଲା ଗୁରୁବାର ଭର୍ଚୁଆଲ ମାଧ୍ୟମରେ ଉତ୍ତରାଖଣ୍ଡରେ ଚାଲିଯିବା ଚାରିଧାମ ଯାତ୍ରାର ତାଜା ତଥ୍ୟ ସଂଗ୍ରହ କରିଛନ୍ତି। ଭଲ୍ଲା ମୁଖ୍ୟ ସଚିବ ରାଧା ରତୁଡିଙ୍କୁ ଧାମ ଓ , ଯାତ୍ରା ମାର୍ଗ ଏବଂ ଆଶ୍ରୟ ସ୍ଥଳୀ ଗୁଡ଼ିକରେ ଯାତ୍ରୀଙ୍କ ରିପୋର୍ଟ ପ୍ରତିଦିନ ଗୃହ ମନ୍ତ୍ରଣାଳୟକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଗୃହ ସଚିବ ଆବଶ୍ୟକ ପଡ଼ିଲେ ଯାତ୍ରା ମାର୍ଗରେ କ୍ରାଉଡ୍‌ ମାନେଜମେଣ୍ଟ ପାଇଁ ଜାତୀୟ ବିପର୍ଯ୍ୟୟ ମୁକାବିଲା ବଳ ( ଏନଡିଆରଏଫ୍‌)  ଓ ଭାରତ- ତିବତ୍ ସୀମା ପୁଲିସ (ଆଇଟିବିପି)ର ସାହାଯ୍ୟ ନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ , ସେ ଭବିଷ୍ୟତରେ ଚାରିଧାମ ଯାତ୍ରା ପ୍ରବନ୍ଧନର ରଣନୀତି ହେତୁ ଏକ କମିଟି ଗଠନର ନିର୍ଦ୍ଦେଶ ଦେଇଛନ୍ତି। 

ରାଜ୍ୟର ମୁଖ୍ୟ ସଚିବ , କେନ୍ଦ୍ର ଗୃହ ସଚିବଙ୍କୁ ସୂଚନା ଦେଇଛନ୍ତି ଯେ, ରାଜ୍ୟରେ ଚାରିଧାମ ଯାତ୍ରାରେ ସବୁ ରାଜ୍ୟ ବିଶେଷକରି , ୫ଟି ପ୍ରମୁଖ ରାଜ୍ୟ ଗୁଡ଼ିକ ଉତ୍ତର ପ୍ରଦେଶ , ମଧ୍ୟପ୍ରଦେଶ, ରାଜସ୍ଥାନ, ଗୁଜରାଟ ଓ ମହାରାଷ୍ଟ୍ରରୁ ସବୁଠୁ ଅଧିକ ଯାତ୍ରୀ ଚାରିଧାମକୁ ଆସିଥାନ୍ତି। ସେମାନଙ୍କର ମୁଖ୍ୟ ସଚିବଙ୍କୁ ଚିଠି ମାଧ୍ୟମରେ ତଥା ବ୍ୟକ୍ତିଗତ ଭାବେ କଥାବାର୍ତ୍ତା କରି ଅନୁରୋଧ କରାଯାଇଛି କି, ତୀର୍ଥଯାତ୍ରୀ ରେଜିଷ୍ଟ୍ରେସନ ପରେ ହିଁ ଚାରିଧାମକୁ ଆସନ୍ତୁ ତଥା ଯେଉଁ ଦିନର ରେଜିଷ୍ଟ୍ରେସନ ହୋଇଛି, ସେହି ଦିନରେ ହିଁ ଆସନ୍ତୁ। ସେ କହିଛନ୍ତି କି ବ୍ୟବସ୍ଥାକୁ ଜାରି ରଖିବା ପାଇଁ ୩୧ ମେ ଯାଏ ଚାରିଧାମ ଯାତ୍ରାର ଅଫ୍‌ଲାଇନ୍‌ ରେଜିଷ୍ଟ୍ରେସନ ଉପରେ ରୋକ୍ ଲଗାଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.