ପ୍ରମୂଖ ଖବର
  • ରବିବାରଠୁ ୨ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମା’ ତାରିଣୀଙ୍କୁ ଦର୍ଶନ ପରେ ଜନସମାବେଶରେ ହେବେ ସାମିଲ
  • ||
  • ଶ୍ରୀମନ୍ଦିରରେ ପଟିଦିଅଁ ବିଜେ, ଜ୍ୱରରୁ ମୁକ୍ତି ପାଇଁ ମହାପ୍ରଭୁଙ୍କ ଗୁପ୍ତ ଅନବସର ସେବା ଆରମ୍ଭ
  • ||
  • ଆସନ୍ତା ଦୁଇ ଦିନ ବିକ୍ଷିପ୍ତ ସ୍ଥାନରେ ବର୍ଷା ସମ୍ଭାବନା, ୨୫ରୁ ରାଜ୍ୟରେ ପ୍ରବଳ ଛେଚିବ
  • ||

ଭାରତୀୟ ରେଳବାଇ ରଚିଲା ଇତିହାସ, 'ଲିମକା ବୁକ୍ ଅଫ୍ ରେକର୍ଡସ'ରେ ପାଇଲା ସ୍ଥାନ

ନୂଆଦିଲ୍ଲୀ,୧୬/୬:  ଇତିହାସ ରଚିଲା ଭାରତୀୟ ରେଳବାଇ। ‘ଲିମକା ବୁକ୍ ଅଫ୍ ରେକର୍ଡସ’ରେ ସ୍ଥାନ ପାଇଛି ରେଳ ମନ୍ତ୍ରଣାଳୟ। ଭାରତୀୟ ରେଳବାଇ ସବୁଠାରୁ ବଡ଼ ପବ୍ଲିକ ସର୍ଭିସ ଇଭେଣ୍ଟ ଆୟୋଜିତ କରି ଏହି ରେକର୍ଡ କରିବାରେ ସଫଳ ହୋଇଛି । ଚଳିତ ବର୍ଷ ଫେବୃଆରୀ ୨୬ରେ ରେଳବାଇ ମନ୍ତ୍ରଣାଳୟ ୨୧୪୦ ସ୍ଥାନରେ ଏହି ଇଭେଣ୍ଟ ଆୟୋଜିତ କରିଥିଲା । ଏଥିରେ ପ୍ରାୟ ୪୦ ଳକ୍ଷ ୧୯ ହଜାର ୫୧୬ ଲୋକେ ଅଂଶଗ୍ରହଣ କରିଥିଲେ । ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେଲୱେ ଓଭରବ୍ରିଜ୍ ଏବଂ ଅଣ୍ଡର ପାସ୍ ସହ ଅନେକ ରେଳ ଷ୍ଟେସନକୁ ଆଧୁନିକରଣ କରିବାର କାର୍ଯ୍ୟ କରିଥିଲେ । ଏନେଇ ଏଏନ୍‌ଆଇ ‘ଏକ୍ସ’ରେ ଏକ ପୋଷ୍ଟ ସେୟାର କରିଛି ।

ମୋଦୀ ୩.୦ ସରକାରରେ ଅଶ୍ୱିନୀ ବୈଷ୍ଣବ ଦ୍ୱିତୀୟ ଥର ପାଇଁ ରେଳ ମନ୍ତ୍ରଣାଳୟ ସହ ସୂଚନା ଏବଂ ପ୍ରସାରଣ ମନ୍ତ୍ରଣାଳୟର ଦାୟିତ୍ୱ ମିଳିଛି । ସେ କହିଛନ୍ତି ଗତ ୧୦ ବର୍ଷରେ ମୋଦି ରେଳରେ ଅନେକ ସମସ୍ୟା ଦୂର କରିଛନ୍ତି । ସେହିପରି ଆଗକୁ ମଧ୍ୟ ରେଳକୁ ଫୋକସରେ ରଖିଛନ୍ତି ମୋଦି। ସେହିପରି ଏହି କାର୍ଯ୍ୟକାଳରେ ତାଙ୍କ ପ୍ରାଥମିକତା ହେବ ଭୋଟିଂ ଟିକେଟ୍ ସମସ୍ୟା ଦୂର କରିବା । ସମସ୍ତଙ୍କୁ କିପରି କନଫର୍ମ ଟିକେଟ୍ ମିଳିବ ସେନେଇ ରେଳ ମନ୍ତ୍ରଣାଳୟ ପ୍ରୟାସ ଜାରି ରଖିଛି ।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.