ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

ନିଟ୍‌ ପରୀକ୍ଷା ମାମଲା : ୭ ଜଣିଆ ସଦସ୍ୟ କମିଟି ଦେବ ପ୍ରସ୍ତାବ, ଇସ୍ରୋର ପୂର୍ବତନ ମୁଖ୍ୟ ମଧ୍ୟ ସାମିଲ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗୁରୁବାର ରାଷ୍ଟ୍ରୀୟ ପରୀକ୍ଷଣ ଏଜେନ୍ସି (ଏନଟିଏ)ର କାର୍ଯ୍ୟରେ ସଂସ୍କାର ଆଣିବାର ଉପାୟ ଉପରେ ବିଚାର କରିବା ପାଇଁ , ଯେଉଁ ଉଚ୍ଚ ସ୍ତରୀୟ ସମିତିର ଘୋଷଣା କରିଥିଲେ , ତାହା ଗଠନ କରାଯାଇଛି। ଏଥିରେ କିଛି ଜଣାଶୁଣା ଶିକ୍ଷାବିତ୍‌ ଓ ଟେକ୍ନୋକ୍ରେଟ୍‌ ସାମିଲ ଅଛନ୍ତି। ନିଟ୍‌ ପରୀକ୍ଷାରେ କଥିତ ଅନିୟମିତତା ଓ ୟୁଜିସି-ନେଟ୍‌ ପରୀକ୍ଷାକୁ ରଦ୍ଦ କରିବାକୁ ନେଇ ଏଜେନ୍ସି ଓ ସରକାର ଆଲୋଚନାର ଘେରରେ ରହିଛନ୍ତି। ଏହି ଦୁଇ ମହତ୍ତ୍ୱପୂର୍ଣ୍ଣ ପରୀକ୍ଷାରେ ୩୦ ଲକ୍ଷରୁ ଅଧିକ ଛାତ୍ର ସାମିଲ ହୋଇଥିଲେ। 

ଏବେ କେମିତି ରୋକା ଯିବ ପେପର ଲିକ୍‌ ,କେମିତି ଆସିବ ସଂସ୍କାର ଓ ନିରପେକ୍ଷ ? ଏହାକୁ ନେଇ ଏକ କମିଟି ଗଠନ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ ଶନିବାର କହିଛି କି, ସେ ରାଷ୍ଟ୍ରୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ମାଧ୍ୟମରେ ପରୀକ୍ଷାର ସ୍ୱଚ୍ଛତା, ସୁଚାରୂପେ ଓ ନିରପେକ୍ଷ ସଞ୍ଚାଳନ ସୁନିଶ୍ଚିତ କରିବାକୁ ଭାରତୀୟ ମହାକାଶ ଅନୁସନ୍ଧାନ ସଙ୍ଗଠନ (ଇସ୍ରୋ)ର ପୂର୍ବତନ ମୁଖ୍ୟ କେ. ରାଧାକୃଷ୍ଣନଙ୍କ ନେତୃତ୍ୱରେ ବିଶେଷଜ୍ଞଙ୍କ ଏକ ଉଚ୍ଚ ସ୍ତରୀୟ ସମିଟି ଗଠନ କରାଯାଇଛି। ଡା. କେ ରାଧାକୃଷ୍ଣନ ଆଇଆଇଟି କାନପୁରର ବୋର୍ଡ ଅଫ୍‌ ଗଭର୍ଣ୍ଣର୍ସ ବର୍ତ୍ତମାନ ଅଧ୍ୟକ୍ଷ ଅଛନ୍ତି। 

ପ୍ୟାନେଲରେ ଦିଲ୍ଲୀ ସ୍ଥିତ ଏମ୍ସର ପୂର୍ବତନ ନିର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆ ,ହାଇଦ୍ରାବାଦ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର କୁଳପତି ବି.ଜେ.ରାଓ , ଆଇଆଇଟି ଦିଲ୍ଲୀର ପ୍ରଫେସର ଆଦିତ୍ୟ ମିତ୍ତଲ ଓ ଆଇଆଇଟି ମାଡ୍ରାସର ସିଭିଲ ଇଞ୍ଜିନିୟରିଂ ବିଭାଗର ପୂର୍ବତନ ପ୍ରଫେସର ରାମମୂର୍ତ୍ତୀ କେ. ସାମିଲ ଅଛନ୍ତି। ମନ୍ତ୍ରଣାଳୟର ଉଚ୍ଚ ଶିକ୍ଷା ବିଭାଗ କହିଛି କି ୭ ସଦସ୍ୟ ବିଶିଷ୍ଟ କମିଟି ପରୀକ୍ଷା ପ୍ରକ୍ରିୟାରେ ତନ୍ତ୍ରର ସଂସ୍କାର , ଡାଟା ସୁରକ୍ଷା ପ୍ରୋଟୋକଲରେ ସୁଧାର ଓ ଏନଟିଏର ସରଞ୍ଚନା ଓ କାର୍ଯ୍ୟପ୍ରଣାଳୀକୁ ନେଇ ପରାମର୍ଶ କରିବ। ସମିଟି ଦୁଇ ମାସ ଭିତରେ ମନ୍ତ୍ରଣାଳୟକୁ ନିଜର ରିପୋର୍ଟ ପ୍ରଦାନ କରିବ।

ଉଲ୍ଲେଖନୀୟ ଯେ , କେନ୍ଦ୍ର ସରକାର ଶନିବାର କହିଛନ୍ତି କି, ଶିକ୍ଷା ମନ୍ତ୍ରଣାଳୟର ଯୁଗ୍ମ ସଚିବ ଗୋବିନ୍ଦ ଜାୟସୱାଲ ଓ ପିପଲ ଷ୍ଟ୍ରଙ୍ଗ୍‌ର ସହ-ସଂସ୍ଥାପକ ଓ କର୍ମଯୋଗୀ ଭାରତର ବୋର୍ଡ ସଦସ୍ୟ ପଙ୍କଜ ବଂଶଲ ଦୁଇ ସଦସ୍ୟ ରହିଛନ୍ତି। ଗୁରୁବାର ପ୍ରଧାନ କହିଥିଲେ, ସରକାର ଏକ ଉଚ୍ଚ ସ୍ତରୀୟ ସମିଟି ମଧ୍ୟ ଗଠନ କରୁଛନ୍ତି। ଏହି କମିଟି ଏନଟିଏର ସରଞ୍ଚନା, ଏହାର କାର୍ଯ୍ୟପ୍ରଣାଳୀ, ପରୀକ୍ଷା ପ୍ରକ୍ରିୟା, ଦକ୍ଷତା ଓ ଡାଟା ତଥା ସୁରକ୍ଷା ପ୍ରୋଟକଲରେ ସଂସ୍କାର ବିଷୟରେ ପରାମର୍ଶ ଦେବ। ଆମେ ତ୍ରୁଟିଶୂନ୍ୟ ପରୀକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.