ପ୍ରମୂଖ ଖବର
  • ପଦ୍ମପୁର : ଶିକ୍ଷକ ଦାବିରେ ସ୍କୁଲରେ ପଡ଼ିଲା ତାଲା, ବିଦ୍ୟାଳୟ ବାହାରେ ଧାରଣା ଦେଲେ ଛାତ୍ରଛାତ୍ରୀ ଓ ଅବିଭାବକ
  • ||
  • ୨ ଦିନିଆ ଝାଡ଼ଖଣ୍ଡ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ନିର୍ବାଚନ ପ୍ରଚାର ହେବେ ସାମିଲ୍
  • ||
  • ବ୍ରହ୍ମପୁର : ଏମକେସିଜି ମେଡିକାଲ ନର୍ସିଙ୍ଗ ସଙ୍ଘର କାର୍ଯ୍ୟବନ୍ଦ ଆନ୍ଦୋଳନ; ଜରୁରୀ କାଳୀନ ସେବା ବନ୍ଦ, ରୋଗୀ ହନ୍ତସନ୍ତ
  • ||
  • ଆଠମଲ୍ଲିକ : ବାର୍‌ହା ଶିକାର କରିବାକୁ ଯାଇ ଶିକାରୀ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଆସ୍କା : ବିଦ୍ୟୁତ ଆଘାତରେ ଯୁବକ ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • କାମାକ୍ଷାନଗର : ବିଦ୍ୟୁତ ଆଘାତରେ ଦେଢ଼ ବର୍ଷର ଶିଶୁ ପୁତ୍ରର ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଉମରକୋଟ : ତିନି ହାତୀ ଆକ୍ରମଣରେ ବ୍ୟକ୍ତିଙ୍କ ମୃତ୍ୟୁ, ମୃତକଙ୍କ ପରିବାରକୁ ମିଳିବ ସରକାରୀ ସାହାୟତା
  • ||
  • ରାଉରକେଲା ଷ୍ଟିଲ୍ ପ୍ଲାଣ୍ଟରେ ବଡ଼ ଧରଣର ବିସ୍ଫୋରଣ, ୫ ଶ୍ରମିକ ଆହତ
  • ||
  • ମର୍ଶାଘାଇ : ଦିବ୍ୟାଙ୍ଗଙ୍କ ଦୋକାନ ଉପରେ ମାଡିଗଲା ମାଲବାହୀ ଟ୍ରକ୍, ଅଳ୍ପକେ ବର୍ତ୍ତିଗଲେ ୪ ଜଣ
  • ||
  • ମୋହନା : ମିନି ଟ୍ରକ୍‌ ଧକ୍କାରେ ଶ୍ରମିକ ଗୁରୁତର, ଜାତୀୟ ରାଜପଥ ଅବରୋଧ କଲେ ଗ୍ରାମବାସୀ
  • ||
  • ଦରମା ନପାଇବାରୁ ସମଲେଇ ମନ୍ଦିର ପରିସରରେ ସୁରକ୍ଷାକର୍ମୀଙ୍କ ଧାରଣା
  • ||
  • ସୋସିଆଲ ମିଡିଆ ପୋଷ୍ଟରୁ ଅଶାନ୍ତ ଭଦ୍ରକ: ଲାଗିଲା ୧୬୩ ଧାରା, ୧୦ ପ୍ଲାଟୁନ୍‌ ଫୋର୍ସ ମୁତୟନ, ୧୦ ଗିରଫ
  • ||
  • ରେଳ ଧାରଣା ଦାବିରେ ପାଟଣାଗଡ ୧୨ଘଣ୍ଟିଆ ବନ୍ଦ, ଯାନବାହନ ଚଳାଚଳ ଠପ୍‌
  • ||
  • ବିଶ୍ୱ ଅର୍ଥନୀତି ପାଇଁ ସତର୍କଘଣ୍ଟି: ଚରମ ସ୍ତରରେ ବେକାରି ହାର, ୨୦୦୮ ଭଳି ଲକ୍ଷଣ ଦେଖିବାକୁ ମିଳିଲାଣି
  • ||
  • ବୌଦ୍ଧ : ସରପଞ୍ଚଙ୍କ ଗୁଳିମାଡରେ ଯୁବକ ଗୁରୁତର, ପୂର୍ବ ଶତ୍ରୁତାକୁ ନେଇ ଆକ୍ରମଣ ହୋଇଥିବା ସନ୍ଦେହ
  • ||
  • ଶନିବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ, ୪ଟି ପ୍ରସ୍ତାବରେ ବାଜିପାରେ ମୋହର
  • ||
  • ଜଳେଶ୍ୱର : ଅଧୁରା ରହିଗଲା ଜଗା ଦର୍ଶନ;୨୦ ଫୁଟ ତଳକୁ ଖସିଲା ଟୁରିଷ୍ଟ ବସ୍‌, ୪ ମୃତ
  • ||
  • ରାଜ୍ୟରେ ଆଜିଠୁ କମିବ ବର୍ଷା, ଅକ୍ଟୋବର ୧ରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା, ୬ରେ ଲଘୁଚାପ
  • ||

X‘ରେ ଲାଇଭଷ୍ଟ୍ରିମିଂ ପାଇଁ ଦେବାକୁ ପଡ଼ିବ ଟଙ୍କା

Image Courtesy: scotsman

ନୂଆଦିଲ୍ଲୀ: ଲୋକପ୍ରିୟ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସ (ପୂର୍ବରୁ ଟ୍ବିଟର)ରେ ଖୁବଶୀଘ୍ର ଲାଇଭଷ୍ଟ୍ରିମିଂ ଫିଚର ଲଞ୍ଚ ହେବାକୁ ଯାଉଛି । ଏହି ସୁବିଧା କେବଳ ପ୍ରିମିୟମ୍‌ ସବସ୍କ୍ରାଇବରଙ୍କୁ ମିଳିବ । କିନ୍ତୁ ଏହି ସୁବିଧା କେବେଠୁ ମିଳିବ ସେନେଇ ଏକ୍ସ ପକ୍ଷରୁ ସ୍ପଷ୍ଟ ସୂଚନା ଦିଆଯାଇ ନାହିଁ । ସେପଟେ ଇନଷ୍ଟାଗ୍ରାମ, ଫେସବୁକ୍‌, ୟୁଟ୍ୟୁବ ଏବଂ ଟିକଟକ୍‌ ଭଳି ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଲାଇଭଷ୍ଟ୍ରିମିଂ ପାଇଁ କୌଣସି ପ୍ରିମିୟନ ସବସ୍କ୍ରିପ୍ସନର ଆବଶ୍ୟକତା ପଡ଼ୁନାହିଁ । କିନ୍ତୁ ଏକ୍ସ ଲାଇଭଷ୍ଟ୍ରିମିଂ ପାଇଁ ପ୍ରମିୟମ୍‌ ସବସ୍କ୍ରିପ୍ସନ ଦାବି କରୁଛି । ଟଙ୍କା ଦେଲେ ହିଁ ୟୁଜର ଲାଇଭଷ୍ଟ୍ରିମିଂ ଫିଚର ବ୍ୟବହାର କରିପାରିବେ । 

ଏଲନ ମସ୍କ ୨୦୨୨ରେ ଏକ୍ସକୁ ଅଧିଗ୍ରହଣ କରିବା ସହ ବହୁ ବଡ଼ ବଡ଼ ପରିବର୍ତ୍ତନ କରିଛନ୍ତି । ପୁରୁଣା ଭେରିଫାଏଡ୍‌ ନିୟମକୁ ପରିବର୍ତ୍ତନ କରାଯାଇଛି । ଏପରିକି ସେ କମ୍ପାନିର ନାଁ ଟ୍ବିଟରରୁ ଏକ୍ସ କରିଛନ୍ତି । ଏବେ ଲାଇଭଷ୍ଟ୍ରିମିଂ ପାଇଁ ପ୍ରିମିୟମ୍‌ ସବସ୍କ୍ରିପ୍ସନ ଦାବି କରି କମ୍ପାନି ଏକ୍ସ ୟୁଜର୍ସଙ୍କୁ ସବସ୍କ୍ରାଇବ କରିବାକୁ ବାଧ୍ୟ କରିପାରେ । ଏକ୍ସରେ ସବସ୍କ୍ରିପ୍ସନ ଲାଗି ୨୧୫ ଟଙ୍କାରୁ ୧୧୩୩ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପଡ଼େ । 

ଏକ୍ସର ଏହି ନିଷ୍ପତ୍ତି ଲାଇଭଷ୍ଟ୍ରିମିଂର ବ୍ୟବହାର କରି ଯେଉଁ ୟୁଜର ନିଜର ଫଲୋୟର୍ସଙ୍କୁ ମେସେଜ ଦେବାକୁ ଇଚ୍ଛୁକ ସେମାନଙ୍କୁ ପ୍ରଭାବିତ କରିବ । କେହି କେହି ଅନ୍ୟ ସୋସିଆଲ ପ୍ଲାଟଫର୍ମକୁ ଯିବାକୁ ବାଧ୍ୟ ହୋଇପାରନ୍ତି । ତେବେ ଏକ୍ସ ଲାଇଭଷ୍ଟ୍ରିମିଂ ପାଇଁ ଚାର୍ଜ କରିବା ପରେ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମ ମଧ୍ୟ ଏଭଳି କିଛି ନିଷ୍ପତ୍ତି ନେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି । 

 

  • Elon Musk
  • facebook
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.