ପ୍ରମୂଖ ଖବର
  • ଆଜି ସୃଷ୍ଟି ହୋଇପାରେ ଅବପାତ: ୫ ଜିଲ୍ଲାକୁ ଅରେଞ୍ଜ, ୯ ଜିଲ୍ଲାକୁ ୟେଲୋ ଓ୍ୱାର୍ଣ୍ଣିଂ ,୧୧ ଯାଏ ପ୍ରବଳ ବର୍ଷିବ
  • ||

ଅନନ୍ତ–ରାଧିକାଙ୍କ ପ୍ରି-ୱେଡିଂ : ରିହାନଙ୍କ ପ୍ରଦର୍ଶନ ପାଇଁ ଅମ୍ୱାନୀ ଦେଲେ କୋଟି କୋଟି ଟଙ୍କା, ଫିସ୍‌ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ମୁମ୍ୱାଇ : ଅନନ୍ତ ଅମ୍ୱାନୀ ଓ ରାଧିକା ମର୍ଚେଣ୍ଟଙ୍କ ପ୍ରି-ୱେଡିଂ ପ୍ରୋଗ୍ରାମର ଚାଲିଛି ପ୍ରସ୍ତୁତି। ଆଉ ଏହି କ୍ରମରେ ଏଥିରେ ପରଫର୍ମ କରିବାକୁ ୨୯ ଫେବ୍ରୁଆରୀରେ ଜାମନଗରରେ ପହଞ୍ଚିଛନ୍ତି ପପ୍‌ କ୍ୱିନ୍‌ ରିହାନା। ତାଙ୍କୁ ଅମ୍ୱାନୀ ପରିବାରରୁ ମିଳିଛି ଫିସ୍‌ ବାବଦରେ କୋଟି କୋଟି ଟଙ୍କା। ଇଣ୍ଡିଆ ଟୁଡେର ରିପୋର୍ଟ ଆଧାରରେ , ଆମେରିକାର ପ୍ରସିଦ୍ଧ ପପ୍‌ ସିଙ୍ଗର ରିହାନାଙ୍କୁ ୮-୯ ମିଲିୟନ ଡଲାରର ପେମେଣ୍ଟ କରାଯାଇଛି। ଭାରତୀୟ ମୁଦ୍ରାରେ ଏହା ୬୬ରୁ ୭୪ କୋଟି ଟଙ୍କା ମଧ୍ୟରେ ହେବ। 

ରିଲାଏନ୍ସର ଚେୟାରମ୍ୟାନ ମୁକେଶ ଅମ୍ୱାନୀଙ୍କ ସବୁଠୁ ସାନ ପୁଅ ଅନନ୍ତ ଅମ୍ୱାନୀ ଚଳିତ ବର୍ଷ ୧୨ ଜୁଲାଇରେ ବ୍ୟବସାୟୀ ଭିରେନ୍‌ ମର୍ଚେଣ୍ଟଙ୍କ ଝିଅ ରାଧିକା ମର୍ଚେଣ୍ଟଙ୍କୁ ବିବାହ କରିବେ। ଏକ ଭାଇରାଲ ଭିଡ଼ିଓରେ ସିଙ୍ଗର ରିହାନାଙ୍କୁ ପର୍ପଲ କଲରର କାର୍ଗୋ ପ୍ୟାଣ୍ଟ ସହ କଳା ହାଇ-ନେକ୍‌ ଟପ୍‌ ପିନ୍ଧିବାର ବିମାନ ବନ୍ଦରରୁ ବାହାରୁ ଥିବାର ଦେଖିବାକୁ ମିଳିଥିଲା। ସେ ନିଜର ଅଣ୍ଟାରେ ଏକ କପଡ଼ା ବି ବାନ୍ଧି ଥିଲେ। 

ଏହା ବ୍ୟତୀତ ଆମେରିକୀୟ ସିଙ୍ଗର ଓ ସଙ୍ଗ ରାଇଟର ଜେ ବ୍ରାଉନ୍‌ , ମଲ୍ଟି ଇନଷ୍ଟ୍ରୁମେଣ୍ଟଲିଷ୍ଟ , ସଙ୍ଗ୍‌ ରାଇଟର ଓ ପ୍ରଡୁସର ଏଡମ୍‌ ବ୍ଲାକଷ୍ଟୋନ୍‌ ମଧ୍ୟ ଗୁରୁବାର ୩ଦିନ ଚାଲୁଥିବା ପ୍ରୀ-ୱେଡିଂ ସମାରୋହ ପାଇଁ ଜାମନଗରରେ ପହଞ୍ଚିଛନ୍ତି।  


ଉଲ୍ଲେଖନୀୟ ଯେ, ଉକ୍ତ ଭବ୍ୟ କାର୍ଯ୍ୟକ୍ରମରେ ୧,୦୦୦ରୁ ଅଧିକ ଅତିଥିଙ୍କୁ ନିମନ୍ତ୍ରଣ ଦିଆଯାଇଛି ଏବଂ ଭିଭିଆଇପି ଲୋକଙ୍କର ଏହି ଲିଷ୍ଟରେ ବିଲ୍‌ ଗେଟ୍ସ ଓ ମାର୍କ ଜୁକରବର୍ଗଙ୍କ ସମେତ ଅନେକ ବଡ଼ ବଡ଼ ବ୍ୟକ୍ତି ସାମିଲ ହେବେ। 

ମିଡ଼ିଆ ରିପୋର୍ଟ ଅନୁସାରେ , ଅତିଥିଙ୍କୁ ଉତ୍ତମ ଖାଦ୍ୟ ପରସିବା ପାଇଁ ମଧ୍ୟ ପ୍ରଦେଶର ଇନ୍ଦୋରରୁ ୬୫ ଜଣ ରୋଷେୟାଙ୍କ ଏକ ସ୍ପେଶାଲ ଟିମକୁ ଏହି ବିଶେଷ କାର୍ଯ୍ୟକ୍ରମର ଦାୟିତ୍ୱ ଦିଆଯାଇଛି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.