ପ୍ରମୂଖ ଖବର
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଗାଡି ପାର୍ଟସ ଆଣିବାକୁ ଯାଉଥିଲେ, ଦୁର୍ଘଟଣାରେ ଚାଲିଗଲା ଜୀବନ

ବ୍ରହ୍ମବରଦା,୮।୨:  ଯାଜପୁର ଜିଲା ବରୁହାଁ-ବ୍ରହ୍ମବରଦା ମୁଖ୍ୟ ରାସ୍ତା ଶଙ୍ଖମଠ ନିକଟରେ ଅଜଣା ଗାଡି ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକ ଜଣକ ହେଲେ ରସୁଲପୁର ବ୍ଲକ ବନ୍ଧଡିହ ପଂଚାୟତ ବ୍ରହ୍ମବରଦା ଥାନା ଅନ୍ତର୍ଗତ ଜୟସୁଙ୍ଗୁଡା ଗ୍ରାମର ହରିହର ଜେନାଙ୍କ ପୁଅ ପିଂଟୁ ବୋଲି ଜଣାପଡିଛି । 

ସନ୍ଧ୍ୟାରେ ସେ ନିଜ ବୁଲେଟ୍ ବାଇକରେ ଟ୍ରାକ୍ଟର ପାର୍ଟସ୍ ଆଣିବା ପାଇଁ ବରୁହାଁ ଯାଇଥିଲେ । ପାର୍ଟସ୍ ନେଇ ଘରକୁ ଫେରୁ ଥିବା ସମୟରେ କେହି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିଲା । ଫଳରେ ସ୍ଥାନୀୟ ଲୋକେ ଓ ଯାଜପୁର ସଦର ପୋଲିସ ଘଟଣାସ୍ଥଳରେ ପଂହଚି ଯାଜପୁର ମୁଖ୍ୟ ଚିକିତ୍ସାଳୟକୁ ନେଇଥିବା ଜଣାପଡିଛି । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତେବେ ପିଂଟୁଙ୍କ ବେକ କଟିଯାଇଥିବା ବେଳେ ତାଙ୍କର ଅନ୍ୟ କୌଣସି ସ୍ଥାନରେ କ୍ଷତ ନ ଥିବାରୁ ଏହାକୁ କେହି ହତ୍ୟା କରି ଦୁର୍ଘଟଣାର ରୂପ ଦେବା ନେଇ ଏବେ ସାଧାରଣରେ ଆଲୋଚନା ହେଉଛି । 

ଆହୁରି ପଢନ୍ତୁ : ଚାଷୀଙ୍କୁ ମୋବାଇଲ ସୂଚନା ଦେବା ବନ୍ଦ କଲେ କୃଷି କର୍ମଚାରୀ, ୧୩ରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ଚେତାବନୀ


News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.