ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ପ୍ରେମ ବିବାହର କରୁଣ କାହାଣୀ; ଭଡାଘରୁ ବିବାହିତ ମହିଳାଙ୍କ ମୃତଦେହ ଉଦ୍ଧାର, ସ୍ୱାମୀ ଅଟକ

କୁଆଖିଆ,୦୨/୧୦: କୁଆଖିଆ-ଜେନାପୁର ରାସ୍ତାର କୁଆଖିଆ ବଜାର ଅଞ୍ଚଳରେ ଏକ ଭଡ଼ାଘରୁ ଜଣେ ମହିଳାଙ୍କ ମୃତଦେହ ମଙ୍ଗଳବାର ବିଳମ୍ବିତ ରାତିରେ  ଉଦ୍ଧାର ହୋଇଛି। ମୃତ ମହିଳା ଜଣକ ଭୋଟକା ଗାଁର କୈଳାସ ରାଉତଙ୍କ ଝିଅ ଦୀପାଞ୍ଜଳୀ (୨୨) ଜଣାପଡ଼ିଛି । ଯାଜପୁର ଜିଲ୍ଲା କୁଆଖିଆ ବଜାରରେ ଏଭଳି ଘଟଣା ଘଟିଛି । 

ସୂଚନା ମୁତାବକ, ଦୀପାଞ୍ଜଳୀ ଗତ ୩ ବର୍ଷ ତଳେ ଭୋଟକା ଗାଁର ବିଷ୍ଣୁ ଚରଣ ବେହେରାଙ୍କ ପୁଅ ସତ୍ୟ ରଞ୍ଜନ ବେହେରାଙ୍କୁ ପ୍ରେମ ବିବାହ କରିଥିଲେ ।ବିବାହ ପରେ ପାରିବାରିକ ବିବାଦ ଯୋଗୁଁ ଉଭୟ ପତି ଓ ପତ୍ନୀ କୁଆଖିଆ ମଧୁବନ ରୋଡ ଗ୍ରାମ୍ୟ ବ୍ୟାଙ୍କ ନିକଟରେ ରହି ଆସୁଥିଲେ l ବାରମ୍ବାର ଅର୍ଥ ଦାବି କରି ଦୀପାଞ୍ଜଳିଙ୍କ ସ୍ୱାମୀ ତାଙ୍କୁ ଅତ୍ୟାଚାର କରିଆସୁଥିଲେ । ଏନେଇ ବହୁ ଆଗରୁ ଝିଅ ଘର ପରିବାର ପକ୍ଷରୁ କୁଆଖିଆ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । ମଙ୍ଗଳବାର ଝିଅ ଘର ପରିବାର ଲୋକେ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ କୌଣସି ଉତ୍ତର ନ ମିଳିବାରୁ ସ୍ବାମୀ ସତ୍ୟରଞ୍ଜନଙ୍କୁ ଫୋନ କରିଥିଲେ । ସେ ମଧ୍ୟ କୌଣସି ସନ୍ତୋଷ ଜନକ ଉତ୍ତର ନ ଦେବାରୁ ପରିବାର ଲୋକଙ୍କୁ ସନ୍ଦେହ ହୋଇଥିଲା । ସନ୍ଦେହ ହେବାରୁ ଆସି ଦେଖ‌ିବାରୁ ଘର ଭିତରୁ ଦୁର୍ଗନ୍ଧ ବାହାରୁଥ‌ିବା ଜାଣିବାକୁ ପାଇଥିଲେ ପରିବାର ଲୋକେ । ସତ୍ୟରଞ୍ଜନ ପ୍ରମାଣ ନଷ୍ଟ ପାଇଁ ଉଦ୍ୟମ କରୁଥ‌ିବା ଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ । ତେବେ ଏହା ଏକ ସୁଚିନ୍ତିତ ହତ୍ୟାକାଣ୍ଡ ବୋଲି ମହିଳାଙ୍କ ପରିବାର ପକ୍ଷରୁ କୁଆଖିଆ ଥାନାରେ ଅଭିଯୋଗ କରାଯାଇଛି ।

ଉକ୍ତ ଅଭିଯୋଗ ଆଧାରରେ ପୁଲିସ ବିଳମ୍ବିତ ରାତିରେ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ କରି ଅଭିଯୁକ୍ତ ସ୍ୱାମୀ ସତ୍ୟରଞ୍ଜନକୁ ଗିରଫ କରି ଆଣିଥିଲେ । ସେହି ସମୟରେ ଉତ୍ୟକ୍ତ ଲୋକେ ସତ୍ୟକୁ ଆକ୍ରମଣ କରି ମାଡ ମାରିଥିଲେ l ଏହି ଆକ୍ରମଣରେ କୁଆଖିଆ ପୋଲିସି ମଧ୍ୟ ଆକ୍ରମଣର ଶିକାର ହୋଇଥିଲା l ବୁଧବାର ସକାଳେ ମାଜିଷ୍ଟ୍ରେଟ ଭାବେ ରସୁଲପୁର ତହସିଲଦାରଙ୍କ ଉପସ୍ଥିତିରେ ସାଇଣ୍ଟିଫିକ ଟିମ ସହାୟତାରେ ତଦନ୍ତ କରାଯାଇଛି । ଶବ ଜବତ କରି ବ୍ୟବଛେଦ ପାଇଁ ପଠାଯାଇ ତଦନ୍ତ ଚଲାଇଥିବା ଜଣାପଡିଛି l

 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.