ପ୍ରମୂଖ ଖବର
  • ପାଣିକୋଇଲି : ଝରକା ଭାଙ୍ଗି ଲକ୍ଷାଧିକ ଟଙ୍କା ସହିତ ଅଳଙ୍କାର ଚୋରି, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଗଜପତି : ଧରାପଡ଼ିଲା ଅନ୍ତରାଜ୍ୟ ବାଇକ୍‌ ଚୋର, ୧୯ ବାଇକ୍ ଜବତ
  • ||
  • ବ୍ରହ୍ମପୁର : ନଡ଼ିଆ ଦୋକାନ ଉପରକୁ ମାଡିଗଲା କାର୍‌, ନଡ଼ିଆ ବିକାଳୀ ମୃତ
  • ||
  • ବାରିପଦା : ଘରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ପାରିବାରିକ କଳହରୁ ଆତ୍ମହତ୍ୟା କରିଥିବା ସନ୍ଦେହ
  • ||
  • ସାଲେପୁର : ଯୁବତୀଙ୍କୁ ବିବାହ ପ୍ରତିଶୃତି ଦେଇ ଯୁବକ ଗିରଫ
  • ||
  • ଦିନିକିଆ ଯାଜପୁର ଗସ୍ତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଶୁଣିଲେ ପ୍ରଧାନମନ୍ତ୍ରୀଙ୍କ ‘ମନ୍‌ କି ବାତ୍’
  • ||
  • ସୁବର୍ଣ୍ଣପୁର : ଭାରସାମ୍ୟ ହରାଇ ଘର ଭିତରକୁ ପଶିଲା କାର୍‌, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକେ
  • ||
  • କେନ୍ଦୁଝର : ଦନ୍ତା ଆକ୍ରମଣରେ ବ୍ୟକ୍ତି ମୃତ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଦଶହରା ପୂର୍ବ ଆସିଲା ଖୁସି ଖବର, ଆସନ୍ତା ୯ ତାରିଖରେ ମହିଳାଙ୍କ ଖାତାକୁ ଯିବ 'ସୁଭଦ୍ରା' ଟଙ୍କା
  • ||
  • କୋଣାର୍କ : ମାଛ ଧରିବାକୁ ଯାଇ ମତ୍ସ୍ୟଜୀବୀଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ମାଲକାନଗିରି : ଆଇଇଡି ବିସ୍ଫୋରଣରେ ୫ ଯବାନ ଆହତ, ଚିକିତ୍ସା ପାଇଁ ବିଜାପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି
  • ||
  • ଭରତପୁର ଥାନାରେ ହଙ୍ଗାମା ମାମଲା: ଆଜି ଗୁଜରାଟ ଯିବେ ନିଲମ୍ବିତ ୫ ପୁଲିସ, ସମସ୍ତଙ୍କର ପଲିଗ୍ରାଫ ଟେଷ୍ଟ୍‌ କରାଇବ କ୍ରାଇମ୍‌ବ୍ରାଞ୍ଚ୍‌
  • ||
  • ମଧ୍ୟପ୍ରଦେଶରେ ବଡ଼ ଧରଣର ସଡ଼କ ଦୁର୍ଘଟଣା, ୯ଜଣଙ୍କ ମୃତ୍ୟୁ
  • ||
  • ଭୁବନ : ନାଳରେ ବୁଡି ଯୁବକଙ୍କ ମୃତ୍ୟୁ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଫରେଷ୍ଟରଙ୍କ ସୁଇସାଇଡ ନୋଟ ପାଇ ବି ବନ ବିଭାଗ ଓ ପୁଲିସ ନିରବ: ପତ୍ନୀ ବିଚଳିତ, ଶୁଦ୍ଧିକ୍ରିୟାରେ ଅଘଟଣ
  • ||
  • ଭୁବନେଶ୍ୱର : ଓଲଟିଲା କ୍ଷୀର ବୋଝେଇ କଣ୍ଟେନର, ୩ ଆହତ
  • ||
  • ମୌସୁମୀ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ: ଏବେ ବି ୪ ଜିଲ୍ଲା ନିଅଣ୍ଟିଆ ବର୍ଷା, ଭଦ୍ରକରେ ସର୍ବାଧିକ ୨୬% ନିଅଣ୍ଟିଆ
  • ||
  • ଭୁବନେଶ୍ୱର : ଡ୍ରଙ୍କେନ୍ ଡ୍ରାଇଭ୍ ଚେକିଂ ବେଳେ କାରରୁ ମିଳିଲା ଟଙ୍କା; ଚାଳକ ଅଟକ, କାର୍ ଓ ଟଙ୍କା ଜବତ
  • ||

ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ଘରୁ ତଡ଼ିଦେଲେ, ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ପୁଅକୁ ଜୀବନରୁ ମାରିଦେଲେ ପରିବାର

ଯାଜପୁର ରୋଡ୍, ୨୯।୯: ଅନ୍ୟ ଜାତିରେ ପ୍ରେମ ବିବାହ କରିବାରୁ ଘରୁ ତଡ଼ିଦେଇଥିଲେ ପରିବାର । ଆଉ ଏବେ ଦେଇଥିବା ଟଙ୍କା ଫେରସ୍ତ ମାଗିବାରୁ ପୁଅକୁ ଜୀବନରୁ ମାରିଦେଲେ । ଏଭଳି ଅଭିଯୋଗ ଆସିଛି ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରୁ । ମୃତକଙ୍କ ପତ୍ନୀ ଥାନାରେ ଏଭଳି ଲିଖିତ ଅଭିଯୋଗ କରିବା ପରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ସୁକିନ୍ଦା ପୋଲିସ । ସେପଟେ ଘଟଣା ପରେ ଫେରାର ହୋଇଯାଇଛନ୍ତି ମୃତକଙ୍କ ପରିବାର ଲୋକେ । 

ସୂଚନା ଅନୁଯାୟୀ, ସୁକିନ୍ଦା ଅଞ୍ଚଳର ଦେବ ରଞ୍ଜନ ସିଂ ସାମନ୍ତଙ୍କ ପୁଅ ସୁଶିଲମୟ ସିଂ ସାମନ୍ତ କଳିଙ୍ଗନଗର ଥାନା ଡ଼ୁବୁରୀ ଅଞ୍ଚଳର ନୀଳମଣି ସାହୁଙ୍କ ଝିଅ ବିଜୟଲକ୍ଷ୍ମୀ ସାହୁଙ୍କୁ ପ୍ରମ ବିବାହ କରିଥିଲେ । ହେଲେ ବିଜୟଲକ୍ଷ୍ମୀ ଦଳିତ ଜାତିର ହୋଇଥିବାରୁ ପୁଅ ବୋହୁଙ୍କୁ ଘରୁ ବାହାର କରିଦେଇଥିଲେ ସୁଶିଲଙ୍କ ପରିବାର ଲୋକେ । ପରେ ଉଭୟ ସୁଶିଲ ଓ ବିଜୟଲକ୍ଷ୍ମୀ ସୁକିନ୍ଦା ଅଞ୍ଚଳରେ ଦୀର୍ଘ ଦିନରୁ ଏକ ଭଡ଼ା ଘରେ ରହିଆସୁଥିଲେ । ଏବେ ତାଙ୍କର ଏକ ୪ ବର୍ଷର ପୁଅଟିଏ ମଧ୍ୟ ରହିଛି । ସୁଶିଲ ବାଙ୍ଗାଲୋରଠାରେ ସୁରକ୍ଷାକର୍ମୀ ଭାବେ କାର୍ଯ୍ୟ କରୁଥିବା ବେଳେ କିଛି ମାସ ହେବ ଘରକୁ ଆସିଥିଲେ । ତାଙ୍କ ପରିବାର ଲୋକେ ପୂର୍ବରୁ ବିଭିନ୍ନ ସମୟରେ ସୁଶିଲଙ୍କଠାରୁ ଉଧାର ଆକାରରେ ଲକ୍ଷାଧିକ ଟଙ୍କା ନେଇଥିଲେ । ହେଲେ ଟଙ୍କା ଆବଶ୍ୟକ ପଡ଼ିବାରୁ ସୁଶିଲ ତାଙ୍କ ବାପାଙ୍କୁ ଦେଇଥିବା ଟଙ୍କା ଫେରସ୍ତ ମାଗିଥିଲେ । ଯାହାକୁ ନେଇ ଆରମ୍ଭ ହୋଇଥିଲା ମତଭେଦ । 

ପରିବାର ଲୋକେ ଟଙ୍କା ନଦେଇ ବିଭିନ୍ନ ଆଳ ଦେଖାଇଥିଲେ । ଗତ କିଛିଦିନ ତଳେ ସୁଶିଲଙ୍କୁ ବାଙ୍ଗାଲୋର ଯିବାପାଇଁ ଟଙ୍କା ଦରକାର ପଡ଼ିବାରୁ ନିଜ ଘରକୁ ଟଙ୍କା ମାଗିବାକୁ ଯାଇଥିଲେ । ହେଲେ ଆଉ ଫେରି ନଥିଲେ । ଏହାର ଠିକ୍ ପରଦିନ ଘର ନିକଟ କୂଅରୁ ତାଙ୍କ ମୃତଦେହ ମିଳିଥିଲା । ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସୁକିନ୍ଦା ଥାନାରେ ଲିଖିତ ଅଭିଯୋଗ କରିଥିଲେ ସୁଶିଲଙ୍କ ପତ୍ନୀ ବିଜୟଲକ୍ଷ୍ମୀ । ଏଥିରେ ତାଙ୍କ ବାପା, ମା', ୫ ଭଉଣୀଙ୍କ ସମେତ ଜଣେ ମାମୁଁ ସମ୍ପୃକ୍ତ ଥିବା ସେ ଅଭିଯୋଗରେ ଦର୍ଶାଇଥିଲେ । ଅଭିଯୋଗ ପାଇବା ପରେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି । ସେପଟେ ସୁଶିଲଙ୍କ ପରିବାର ଲୋକେ ଘଟଣା ପରଠୁ ଫେରାର ରହିଥିବା ଜଣାପଡ଼ିଛି । ଏହି ଘଟଣା ଏବେ ସୁକିନ୍ଦା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି । 

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.