ପ୍ରମୂଖ ଖବର
  • ବାଲେଶ୍ବର : OSSC ପରିଚାଳିତ ପରୀକ୍ଷାର ପ୍ରଶ୍ନପତ୍ର ସିଲ୍‌ ଖୋଲାଥିବା ଛାତ୍ରଛାତ୍ରୀଙ୍କ ଅଭିଯୋଗ, ଖଣ୍ଡନ କଲେ କର୍ତ୍ତୃପକ୍ଷ
  • ||
  • ଧର୍ମଗଡ଼ : କେନାଲ ପାଣି ଦାବିରେ ତାତିଲେ ଚାଷୀ, ଧର୍ମଗଡ ତମ୍ବାଛଡା ମୁଖ୍ୟ ରାସ୍ତା ଅବରୋଧ
  • ||
  • ଭୁବନେଶ୍ବର : ମିଠା ଦୋକାନୀଙ୍କୁ ଦାଦାବଟି ମାଗିଲା ଜେଲ ଫେରନ୍ତା, ଅଭିଯୁକ୍ତ ଗିରଫ
  • ||
  • ଖୋର୍ଦ୍ଧା : ପାଣିରେ ଭାସୁଛି ବ୍ୟକ୍ତିଙ୍କ ଗଳିତ ମୃତଦେହ, ପରିଚୟ ଅସ୍ପଷ୍ଟ
  • ||
  • ଆଜିଠୁ ଅନଲାଇନରେ ପଞ୍ଜୀକରଣ କରିପାରିବେ ହବିଷ୍ୟାଳି, ଶାରୀରିକ ଓ ମାନସିକ ଭାବେ ଅସୁସ୍ଥ ଥିଲେ ମିଳିବନି ଅନୁମତି
  • ||
  • ଧର୍ମଗଡ : ଅଜଣା ଗାଡ଼ି ଧକ୍କାରେ ବ୍ୟକ୍ତିଙ୍କ ମୃତ୍ୟୁ, ପରିଚୟ ଅସ୍ପଷ୍ଟ
  • ||
  • ଆନନ୍ଦପୁର : ଗଣେଶ ପୂଜା ବିସର୍ଜନ ବେଳେ ଢେଲା ମାଡକୁ ନେଇ ଉତ୍ତେଜନା ଘଟଣା, ୨ ଗିରଫ
  • ||
  • ବାସୁଦେବପୁରର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗର ଚଢ଼ାଉ; ବିପୁଳ ପରିମାଣର ମଦ ଜବତ, ୫ ଗିରଫ
  • ||
  • ଛତ୍ରପୁର : ରୁଟି ବ୍ୟବସାୟୀଙ୍କୁ ପଛପଟୁ ଧକ୍କା ଦେଲା ଅଜଣା ଗାଡି, ଜଣେ ଗୁରୁତର
  • ||
  • ରବିବାର ତିନିଦିନିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ମାଓ ମୁକାବିଲା ସମୀକ୍ଷା ବୈଠକରେ ହେବେ ସାମିଲ
  • ||
  • ଜଗତସିଂହପୁରରେ ମୂର୍ତ୍ତି ଚୋରୀ ରାକେଟ ସକ୍ରିୟ, ଜଣେ ଅଭିଯୁକ୍ତ ଏବଂ ତାଙ୍କ ମା ଅଟକ
  • ||
  • କୋଣାର୍କ : ମୃତଦେହକୁ ଘରକୁ ନେବାକୁ ମିଳିଲାନି ଆମ୍ୱୁଲାନ୍ସ, ଟ୍ରଲିରେ ବୁହା ହେଲା ଶବ
  • ||
  • ସୋମବାର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କ ନକ୍ସଲ ମୁକାବିଲା ବୈଠକ, ଯୋଗଦେବେ ୮ ରାଜ୍ୟର ମୁଖ୍ୟମନ୍ତ୍ରୀ
  • ||
  • କଣ୍ଟାବାଞ୍ଜି : ବେଆଇନ କ୍ଲିନିକ ଖୋଲି ଚିକିତ୍ସା କରୁଥିଲେ ନକଲି ଡାକ୍ତର, ଅଭିଯୁକ୍ତ ଗିରଫ
  • ||
  • ଅକ୍ଟୋବର ହେଲାଣି ଖରା ଦିନ ଯାଉନି, ଅସ୍ୱାଭାବିକ ପାଣିପାଗରେ ସମସ୍ତେ ନାକେଦମ୍‌: ୧୪ ଯାଏଁ ବିଶେଷ ବର୍ଷା ନାହିଁ
  • ||

ଦିଲ୍ଲୀକୁ ଦେବି ପୂର୍ଣ୍ଣ ରାଜ୍ୟର ମାନ୍ୟତା, ଏଲଜିଙ୍କ ଠାରୁ କରିବି ମୁକ୍ତ : କେଜ୍ରିଓ୍ବାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲ ବସ୍ ମାର୍ଶଲ ପ୍ରସଙ୍ଗ, ଆଇନ ଶୃଙ୍ଖଳା ପରିସ୍ଥିତି ତଥା ବିରୋଧ ପ୍ରଦର୍ଶନ ପ୍ରସଙ୍ଗରେ ବିଜେପି ଉପରେ ଜୋରଦାର ଆକ୍ରମଣ କରିଛନ୍ତି । ଦିଲ୍ଲୀର ଛତ୍ରସାଲ ଷ୍ଟାଡିୟମରେ ଚାଲିଥିବା 'ଜନତା କି ଅଦାଲତ' କାର୍ଯ୍ୟକ୍ରମରେ ଯୋଗ ଦେଇ ପୂର୍ବତନ ମୁଖ୍ୟମନ୍ତ୍ରୀ ଦିଲ୍ଲୀକୁ ଏକ 'ପୂର୍ଣ୍ଣ ରାଜ୍ୟ' କରିବା ଏବଂ ସ୍ଥାନୀୟ ପ୍ରଶାସନରେ ଲେଫ୍ଟନାଣ୍ଟ ଗଭର୍ଣ୍ଣର (ଏଲଜି) ଙ୍କ ପ୍ରଭାବ ହ୍ରାସ କରିବାକୁ ଲୋକମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି।

ନ୍ୟୁଜ୍ ଏଜେନ୍ସି ANI ର ରିପୋର୍ଟ ଅନୁଯାୟୀ, ସେ କହିଛନ୍ତି ଯେ ଆଜି ମୁଁ ଏକ ଶପଥ ନେଉଛି ଯେ ଏହି ଜୀବନରେ ମୁଁ ଦିଲ୍ଲୀକୁ ସମ୍ପୂର୍ଣ୍ଣ ରାଜ୍ୟ କରିବି । ଦିଲ୍ଲୀକୁ ଏଲଜିଙ୍କ ଠାରୁ ମୁକ୍ତ କରିବି । କେଜ୍ରିୱାଲ କହିଛନ୍ତି ଯେ ଉଭୟ ହରିୟାଣା, ଜାମ୍ମୁ କାଶ୍ମୀରରେ ବିଜେପି ସଂଘର୍ଷ କରୁଛି ଏବଂ ସେମାନଙ୍କ ପାଇଁ ଜନସାଧାରଣଙ୍କ ସମର୍ଥନ ହ୍ରାସ ପାଇଛି ।

ସେ କହିଛନ୍ତି, "ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ହେବାକୁ ଥିବା ନିର୍ବାଚନରେ ବିଜେପିକୁ ପରାଜୟର ସାମ୍ନା କରିବାକୁ ପଡିବ । ବିଜେପିକୁ ସମାଲୋଚନା କରି ସେ କହିଛନ୍ତି ଯେ,ଡବଲ ଇଞ୍ଜିନ୍ ସରକାର ମାନେ ଅଧିକ ବେକାରୀ, ଅଧିକ ଦୁର୍ନୀତି, ଅଧିକ ମହଙ୍ଗା ।  ଗତକାଲି ସନ୍ଧ୍ୟାରେ ମୁଁ ଟିଭି ଦେଖୁଥିଲି, ଏକଜିଟ୍ ପୋଲ୍ ଆସୁଥିଲା । ହରିୟାଣା, ଜାମ୍ମୁ କାଶ୍ମୀରରେ ବିଜେପି ଡବଲ୍ ଇଞ୍ଜିନ୍ ସରକାର ହରାଉଛି ।

ସେ ଆହୁରି କହିଛନ୍ତି, “ବର୍ତ୍ତମାନ ଦେଶରେ ଡବଲ ଇଞ୍ଜିନ ବିଫଳ ହୋଇଛି । ପ୍ରଥମ ଇଞ୍ଜିନ୍ ନିଜେ ଜୁନ୍‌ରେ ବିଫଳ ହୋଇଥିଲା । ଦ୍ୱିତୀୟତ ଝାଡଖଣ୍ଡ ଏବଂ ମହାରାଷ୍ଟ୍ରରେ ମଧ୍ୟ ଡବଲ୍ ଇଞ୍ଜିନ୍ ସରକାର ବିଫଳ ହେବ । ଏବେ ଦିଲ୍ଲୀ ନିର୍ବାଚନ ଆସୁଛି। ସେମାନେ କହିବେ ଏକ ଡବଲ୍ ଇଞ୍ଜିନ୍ ସରକାର ଗଠନ କରନ୍ତୁ। ସେମାନଙ୍କୁ ପଚାରନ୍ତୁ ହରିୟାଣାର ଲୋକମାନେ କ’ଣ କରିଛନ୍ତି ? ହରିୟାଣାର ଲୋକମାନେ ମଧ୍ୟ ବିଜେପି ଲୋକଙ୍କୁ ନିଜ ଗାଁରେ ପ୍ରବେଶ କରିବାକୁ ଦେଉନାହାଁନ୍ତି । ସେମାନେ ସେମାନଙ୍କୁ ଗାଳି ଦେଉଛନ୍ତି ଏବଂ ସେମାନଙ୍କୁ ଘଉଡାଉଛନ୍ତି । 

 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.