ପ୍ରମୂଖ ଖବର
  • ଭରତପୁର ଥାନା ଘଟଣା; ସମସ୍ତ ତଥ୍ୟ ବିଚାର ବିଭାଗୀୟ କମିଶନଙ୍କୁ ପ୍ରଦାନ କରିବ କ୍ରାଇମବ୍ରାଞ୍ଚ
  • ||
  • ପୁରୁଷୋତ୍ତମପୁର : ପ୍ରେମ ପାଇଁ ହାରିଲେ ଜୀବନ, ବେକରେ ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
  • ||
  • ବୌଦ୍ଧ ଗସ୍ତରେ ଡିଜିପି ୱାଇ ବି ଖୁରାନିଆ, ମାଓ ଦମନ ଏବଂ ଆଇନ ଶୃଙ୍ଖଳା ବିଷୟରେ କରିବେ ଆଲୋଚନା
  • ||
  • କୋଣାର୍କ : ଗୋପର ୨ଟି ବେଆଇନ କରତକଳ ଉପରେ ଚଢ଼ାଉ, ଲକ୍ଷାଧିକ ଟଙ୍କାର ଯନ୍ତ୍ରାଂଶ ଜବତ
  • ||
  • ଅନ୍‌ଲାଇନ୍‌ ଆବେଦନ କରି ନିରାଶ ହେଲେ ହବିଷ୍ୟାଳୀ: ଶିବିର ସାମ୍ନାରେ ଧାରଣା ଦେଲେ, କାନ୍ଦିକାନ୍ଦି ଘରକୁ ଫେରିଲେ
  • ||
  • ଅଧା ସହରବାସୀ ଭୋଗିବେ ଜଳ କଷ୍ଟ, ଦୁର୍ବଳ ପାଇପ ମରାମତି ପାଇଁ ଅପରାହ୍ନ ୨ଟାରୁ ୨୪ ଘଣ୍ଟା ଜଳ ଯୋଗାଣ ବନ୍ଦ
  • ||
  • ଓଏଏସ୍‌ ସ୍ତରରେ ବଡ଼ ଧରଣର ଅଦଳବଦଳ: ୧୧୮ ଓଏଏସ୍‌ଙ୍କ ବଦଳି, ୭୦ରୁ ଅଧିକ ତହସିଲଦାର ବଦଳିଲେ
  • ||
  • ଆଜିଠୁ ମୁମ୍ୱାଇରେ ନିବେଶକ ସମ୍ମିଳନୀ, ସାମିଲ ହେବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
  • ||
  • କଳିଙ୍ଗ ଷ୍ଟାଡିୟମ୍‌ ଟ୍ରାଫିକ୍‌ ପୋଷ୍ଟରେ ଆସହାୟ ପୋଲିସ, ଡିଆଇଜି ଏବଂ ତାଙ୍କ ପତ୍ନୀଙ୍କୁ ଦୁର୍ବ୍ୟବହାର
  • ||
  • ପୁରୀ : ଆଜିଠୁ ମହାକାର୍ତ୍ତିକ ବ୍ରତ: ଶ୍ରୀକ୍ଷେତ୍ରରେ ସଂକଳ୍ପ କରି ଚଉରା ମୂଳେ ରାଇଦାମୋଦର ବ୍ରତ କରିବେ ହବିଷ୍ୟାଳୀ
  • ||

ଅଶ୍ଳୀଳ ନୃତ୍ୟକୁ ବିରୋଧ, ନିଶା ମହାରଣାଙ୍କୁ ଚେୟାର ମାଡ

କୋରେଇ, ୧୦/୧୦ : ଯାତ୍ରା ମଞ୍ଚରେ ଆଇଟମ୍‌ ଡ୍ୟାନ୍ସ ପରିବେଷଣ ବେଳେ ଅଶ୍ଳୀଳ ନୃତ୍ୟକୁ ବିରୋଧ କରି ଦର୍ଶକ ନିଶା ମହାରଣାଙ୍କୁ ଚେୟାର ମାଡ଼ କରିଥିବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । ଏଥିରେ ନିଶାଙ୍କର ମୁଣ୍ଡରେ ଆଘାତ ଲାଗିଛି । ଏହାକୁ ନେଇ ସେ କୋରେଇ ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ରଗଡ଼ି ନିକଟସ୍ଥ ମା’ କାମୁଡ଼େଇ ପୀଠ ନିକଟରେ ସ୍ଥାନୀୟ ଯୁବକ ସଂଘ ଆୟୋଜନରେ ଯାତ୍ରା ସ୍ୱପ୍ନ ମହଲ ଚଳିତ ମାସ ୬ ତାରିଖଠାରୁ ଯାତ୍ରା ପରିବେଷଣ କରୁଛି । 

ମଙ୍ଗଳବାର ରାତିରେ ଆଇଟମ୍‌ ଗାର୍ଲ ନିଶା ମହାରଣା ନୃତ୍ୟ ପରିବେଷଣ ପାଇଁ ଆସିଥିଲେ । ନିଶା ନୃତ୍ୟ ପରିବେଷଣ କରୁଥିବା ସମୟରେ ସ୍ଥାନୀୟ ପରମାନନ୍ଦପୁର ଗ୍ରାମର ଜଣେ ଯୁବକ ତାଙ୍କୁ ଲକ୍ଷ୍ୟ କରି ଏକ ଚେୟାର ଫିଙ୍ଗିଥିଲେ । ଚେୟାରଟି ସିଧା ନିଶାଙ୍କ ମୁଣ୍ଡରେ ବାଜିଥିଲା । ଏଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଯୁବକ ସଂଘ ଓ କୋରେଇ ପୁଲିସ ସହାୟତାରେ ନିଶାଙ୍କୁ କୋରେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ନିଶାଙ୍କୁ ଚେୟାର ମାଡ଼ ଘଟଣାକୁ କିଛି ଦର୍ଶକ ବିରୋଧ କରିବା ସହ କାହିଁକି ତାଙ୍କୁ ଯାତ୍ରା ମଞ୍ଚକୁ ଅଣାଯାଇଥିଲା ବୋଲି ପ୍ରଶ୍ନ ଉଠାଇଥିଲେ । ଯାହାକୁ ନେଇ କିଛି ସମୟ ଉତ୍ତେଜନା ପ୍ରକାଶ ପାଇବା ସହ ଯାତ୍ରା ପରିବେଷଣ ବନ୍ଦ ହୋଇଥିଲା । ପରେ ସଂଘ ଓ ପୁଲିସ ପକ୍ଷରୁ ପରିସ୍ଥିତିକୁ ନିୟନ୍ତ୍ରଣ କରାଯାଇଥିଲା । ପରେ ଯାତ୍ରା ପରିବେଷଣ କରାଯାଇଥିଲା । 

ଘଟଣାକୁ ନେଇ ବୁଧବାର ନିଶା ଚେୟାର ଫିଙ୍ଗିଥିବା ଯୁବକଙ୍କ ବିରୋଧରେ କୋରେଇ ଥାନାରେ ଅଭିଯୋଗ କରିଛନ୍ତି । ଯାତ୍ରା କମିଟିର ସଭାପତି କଳାକାର ବାରିକଙ୍କ ସହିତ ଯୋଗାଯୋଗ କରିବାରୁ ସେ ଘଟଣାକୁ ନେଇ କ୍ଷୋଭ ପ୍ରକାଶ କରିବା ସହିତ ଯାତ୍ରା ପରିବେଷଣ ଓ ନିଶାଙ୍କ ନୃତ୍ୟ ଶୃଙ୍ଖଳାର ସହ ହେଉଥିଲା ବୋଲି କହିଥିଲେ । କେହି ଜଣେ ଯୁବକ ପେଣ୍ଡାଲକୁ ଚେୟାର ଫିଙ୍ଗିଥିବା ବେଳେ ଚେୟାରଟି ନିଶାଙ୍କ ମୁଣ୍ଡରେ ବାଜିଥିବା କହିଥିଲେ । ନିଶା ମହାରଣା କହିଛନ୍ତି, ବହୁ ଦର୍ଶକ ଶୃଙ୍ଖଳାର ସହ ଯାତ୍ରା ଦେଖୁଥିଲେ । କେହି ଜଣେ ଯୁବକ କ୍ରୋଧାନ୍ୱିତ ହୋଇ ଚେୟାର ପେଣ୍ଡାଲକୁ ପକାଇ ଦେବାରୁ ତାହା ତାଙ୍କ ମୁଣ୍ଡରେ ବାଜିଥିଲା । ଏହାକୁ ନେଇ ସେ ଆଇନ୍‌ର ଆଶ୍ରୟ ନେଇଛନ୍ତି ।

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.