ପ୍ରମୂଖ ଖବର
  • ଭଦ୍ରକ : ଭଦ୍ରକ ସହରର ଏଲେଖା ନିକଟ ଏକ ଘରୁ ମିଳିଲା ବ୍ରାଉନସୁଗାର ସହ ପୁଳା ପୁଳା ଟଙ୍କା
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଖଣ୍ଡଗିରି ସବରେଜିଷ୍ଟ୍ରାର କାର୍ଯ୍ୟାଳୟର କନିଷ୍ଠ କିରାଣୀ
  • ||
  • ବେତନଟୀ : ଟ୍ରକ୍‌ ଧକ୍କାରେ ବୁଲେଟ୍‌ ଚାଳକଙ୍କ ମୃତ୍ୟୁ, ଜଣେ ଆହତ
  • ||
  • ଭଦ୍ରକ : ଶିଶୁ ମହୋତ୍ସବ ମହକ୍‌ ଉଦ୍‌ଘାଟିତ, ଅଂଶ ଗ୍ରହଣ କଲେ ୪୨୨ ଛାତ୍ରଛାତ୍ରୀ
  • ||
  • ମୁନିଗୁଡ଼ା : ଦୋକାନ ଖୋଲିବା ବେଳେ ଲୁଟ୍‌, ସୁନା ବ୍ୟାଗ୍‌ ଧରି ଚମ୍ପଟ ମାରିଲେ ଦୁର୍ବୃତ୍ତ
  • ||
  • ଆଠଗଡ : ୧୪ ଲିଟର ଦେଶୀ ମଦ ଜବତ, ମହିଳା ଗିରଫ
  • ||
  • କନ୍ଧମାଳ : ମୋବାଇଲ ଟାୱାର ପାଇଁ ଆନ୍ଦୋଳନକୁ ଓହ୍ଲାଇଲେ ଗ୍ରାମବାସୀ, ଟାୟାର ଜାଳି ରାସ୍ତାରୋକ
  • ||
  • ରିଆମାଳ : ସନ୍ଦେହ ଜନକ ଭାବେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର
  • ||
  • ତେଲକୋଇରେ କଙ୍ଗାରୁ କୋର୍ଟ, ଦୁଇ ଧାନ ଚୋରଙ୍କ ମୁହଁରେ କାଳି ବୋଳି ଶାସ୍ତି ଦେଲେ ଲୋକେ
  • ||
  • ଚିତ୍ରକୋଣ୍ଡା : ମାଓବାଦୀଙ୍କ ନାଁରେ ଆଦାୟ କରୁଥିଲେ ବଟି, ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ
  • ||
  • କନ୍ଧମାଳରେ ଅପରେସନ୍‌ ନୀଳ ଜହର, ୧୩୦ ଏକର ଜମିରୁ ଗଞ୍ଜେଇ ଚାଷ ନଷ୍ଟ
  • ||
  • ସାଲେପୁର : ଅଜଣା ଗାଡି ଧକ୍କାରେ ୩ ଆହତ
  • ||
  • ଆଠମଲ୍ଲିକ : ଟ୍ରକ୍‌ ଧକ୍କାରେ ଜଣେ ମୃତ, ଜଣେ ଗୁରୁତର
  • ||
  • ରାଜ୍ୟରେ ଲୁଚକାଳି ଖେଳୁଛି ଶୀତ: ଆଜି ୧୧ ଜିଲ୍ଲାରେ ବର୍ଷା ସମ୍ଭାବନା, ବୁଧବାରଠାରୁ ୪ ଡିଗ୍ରୀ କମିବ ତାପମାତ୍ରା
  • ||

ଧର୍ମଶାଳା ବିଧାୟକଙ୍କୁ ଆକ୍ରମଣ ଘଟଣା: କ୍ରାଇମ୍‌ବ୍ରାଞ୍ଚ୍‌ ଟିମ୍‌ର ତଦନ୍ତ ଆରମ୍ଭ, ୩ଟି ମାମଲାର ହେବ ତନାଘନା

ଯାଜପୁର/କଟକ,୨୫/୧୧: ଧର୍ମଶାଳା ବିଧାୟକ ହିମାଂଶୁ  ସାହୁଙ୍କୁ ଯାଜପୁର ସଦର ଥାନା ବୁଢ଼ାଘାଟ  ନିକଟସ୍ଥ ରାସ୍ତାରେ ସଂଘବଦ୍ଧ ଆକ୍ରମଣ  ଘଟଣାର କ୍ରାଇମ୍‌ବ୍ରାଞ୍ଚ୍‌ ତଦନ୍ତ ଆରମ୍ଭ  ହୋଇଛି । ଡିଜିପି ଯୋଗେଶ ବାହାଦୂର  ଖୁରାନିଆ ରବିବାର ସନ୍ଧ୍ୟାରେ ଏହି  ଘଟଣାରେ କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ  ଦେଇଛନ୍ତି । କ୍ରାଇମ୍‌ବ୍ରାଞ୍ଚ୍‌ର ଜଣେ  ଡିଏସ୍‌ପିଙ୍କୁ ଏହାର ତଦନ୍ତ ଭାର  ଦିଆଯାଇଛି । ଏହାପରେ ରାତି ପ୍ରାୟ ୧୦ଟାରେ କ୍ରାଇମ୍‌ବ୍ରାଞ୍ଚ ଟିମ୍‌ ଯାଜପୁର ଟାଉନ୍‌  ଥାନାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।  

ଅପରପକ୍ଷରେ, ରବିବାର ସନ୍ଧ୍ୟାରେ  ହଠାତ୍‌ ଯାଜପୁର ଏସ୍‌ଡିପିଓ ସତ୍ୟବ୍ରତ  ଲେଙ୍କାଙ୍କୁ ରାଜ୍ୟ ପୁଲିସ ମୁଖ୍ୟାଳୟକୁ  ବଦଳି କରାଯାଇଛି । ଯାଜପୁରରେ ଲାଗି  ରହିଥିବା ଅଶାନ୍ତ ବାତାବରଣ ବେଳେ  ପୁଲିସ ଉଚ୍ଚ ଅଧିକାରୀ ଏସ୍‌ଡିପିଓଙ୍କ  କାର୍ଯ୍ୟଧାରାରେ ସନ୍ତୁଷ୍ଟ ନାହାନ୍ତି । ସେଥିପାଇଁ  ତାଙ୍କୁ ବଦଳି କରାଯାଇଥିବା ଚର୍ଚ୍ଚା  ହେଉଛି । ତାଙ୍କ ସ୍ଥାନରେ ଅସ୍ଥାୟୀ ଭାବେ  କୈଳାସ ଚନ୍ଦ୍ର ସେଠୀଙ୍କୁ ଏସ୍‌ଡିପିଓ  ଦାୟିତ୍ୱ ଦିଆଯାଇଛି । ଶ୍ରୀ ସେଠୀ ଏବେ  ଯାଜପୁର ଆଇୟୁସିଏଡବ୍ଲୁ ଡିଏସ୍‌ପି  ଅଛନ୍ତି । 

ଉଲ୍ଳେଖଯୋଗ୍ୟ, ଚଳିତ ମାସ  ୨୦ ତାରିଖରେ ବିରଜା ହାଟ ପୂର୍ବ  ସ୍ଥାନକୁ ଫେରିବା ସଂପର୍କରେ ପ୍ରଚାର  କରାଯାଇଥିଲା । ଯାହାକୁ ନେଇ ବିଜେଡି  କର୍ମୀମାନେ ସେହିଦିନ ସନ୍ଧ୍ୟା ସମୟରେ  ୨୦ନଂ ଜାତୀୟ ରାଜପଥର ଯାଜପୁର  ସଦର ଥାନା ଅନ୍ତର୍ଗତ ବୁଢ଼ାଘାଟ  ନିକଟରେ ରାସ୍ତାରୋକ କରିଥିଲେ ।  ଧର୍ମଶାଳା ବିଧାୟକ ଶ୍ରୀ ସାହୁ ସେହି  ସମୟରେ ଖଣି ବିଭାଗ ଉପନିର୍ଦ୍ଦେଶକଙ୍କୁ  ଦେଖା କରିବା ପାଇଁ ଯାଜପୁର ଯାଉଥିବା  ବେଳେ ରାସ୍ତାରୋକ ଚାଲିଥିବା ଦେଖିବାକୁ  ପାଇଥିଲେ । ସେଠାରେ ସେ ଅଟକି ଥିବା  ବେଳେ ତାଙ୍କ କାର୍‌ ଉପରକୁ ଆକ୍ରମଣ ହୋଇଥିଲା । ଏନେଇ ଯାଜପୁର ସଦର  ଥାନାରେ ଅଭିଯୋଗ ପରେ ପୁଲିସ  ବିଏନ୍‌ଏସ୍‌ର ଏକାଧିକ ଧାରାରେ ମାମଲା  ରୁଜୁ କରିଥିଲା । ଏହି ଘଟଣାକୁ ନେଇ ଗଲା  ୪ ଦିନ ହେବ ଯାଜପୁରରେ ରାଜନୈତିକ  ଉଷ୍ମତା ଲାଗିରହିଛି । ଡିଜିପି ଶ୍ରୀ ଖୁରାନିଆ  ଏକ ନିର୍ଦ୍ଦେଶନାମା ଜାରି କରି ବିଧାୟକଙ୍କୁ  ମାଡ଼, ରାସ୍ତାରୋକ ଓ ଥାନା ଘେରାଉ ଭଳି  ମାମଲା ଗୁଡ଼ିକର ତଦନ୍ତ କ୍ରାଇମବ୍ରାଞ୍ଚ୍‌  କରିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ।  ସଦର ଥାନାରେ ରୁଜୁ ହୋଇଥିବା ମାମଲା  ନଂ ୩୦୩/୨୪, ଯାଜପୁର ଟାଉନ୍‌  ଥାନାରେ ରୁଜୁ ହୋଇଥିବା ମାମଲା ନଂ  ୪୬୯/୨୪ ଓ ୪୭୦/୨୪ ଭଳି ତିନୋଟି  ମାମଲାରେ କ୍ରାଇମବ୍ରାଞ୍ଚ ତଦନ୍ତ କରିବ ।  

ଏନେଇ କ୍ରାଇମ୍‌ବ୍ରାଞ୍ଚ୍‌ରେ କେସ୍‌ ନଂ.  ୧୪/୨୪, ୧୫/୨୪ ଓ ୧୬/୨୪ରେ  ତିନୋଟି ମାମଲା ରୁଜୁ ହୋଇଛି ।  କ୍ରାଇମ୍‌ବ୍ରାଞ୍ଚ୍‌ର ଡିଏସ୍‌ପି ସରୋଜକାନ୍ତ  ମହନ୍ତଙ୍କ ନେତୃତ୍ୱରେ ୬ ଜଣିଆ  ତଦନ୍ତକାରୀ ଦଳ ଗଠନ କରାଯାଇଛି ।  ଗୋଟିଏ ମାମଲାର ତଦନ୍ତକାରୀ ଅଧିକାରୀ  ଶ୍ରୀ ମହନ୍ତ ଥିବା ବେଳେ ଅନ୍ୟ ଦୁଇଟି  ମାମଲାରେ ଡିଏସ୍‌ପି ମମତା ଜେନା ଓ  ଇନ୍ସପେକ୍ଟର ବିଜିତ କୁମାର ବେହେରାଙ୍କୁ  ଦିଆଯାଇଛି । ଏହି ତଦନ୍ତକାରୀ ଟିମ୍‌  ଯାଜପୁର ଟାଉନ୍‌ ଥାନାରେ ବରିଷ୍ଠ  ପୁଲିସ ଅଧିକାରୀ ଓ ଯାଜପୁର ଟାଉନ୍‌  ଥାନା ଅଧିକାରୀ ଶରତ ପାତ୍ରଙ୍କ ଉପସ୍ଥିତିରେ କାଗଜପତ୍ର ଯାଞ୍ଚ ଆରମ୍ଭ  କରିଛନ୍ତି । ଏହି ମାମଲାରେ ଏଯାବତ୍‌  ୧୯ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.