ଯାଜପୁର, ୨୩/୧୧ : ଯାଜପୁର ପୂର୍ବତନ ପୌର ଅଧ୍ୟକ୍ଷ ତଥା ବବି ଦାସଙ୍କ ଭାଇ ଭବପ୍ରସାଦ ଦାସ ଅଟକ। ଭବପ୍ରସାଦଙ୍କୁ ଘରୁ ରାତି ଅଧିଆ ଉଠାଇନେଲା ଟାଉନ ଥାନା ପୋଲିସ। ହାଟ ବ୍ୟବସାୟୀ ମଦନ ନାୟକଙ୍କୁ ଆକ୍ରମଣ ଘଟଣାରେ ତାଙ୍କୁ ଏସ୍ଡିଜେଏମ୍ଙ୍କ ବାସଭବନରେ ଅଟକ ରଖାଯାଇଛି।
ସୂଚନାନୁଯାୟୀ, ଭବପ୍ରସାଦ ଦାସ ବିରଜା ହାଟରେ ଜଣେ ବ୍ୟବସାୟୀ ମଦନ ନାୟକଙ୍କୁ ଆକ୍ରମଣ କରିବା ସହ ତାଙ୍କ ପରିବା ଫିଙ୍ଗି ଦେଇଥିଲେ। ତାଙ୍କ ପକେଟରେ ଥିବା ୧୨ ହଜାର ଟଙ୍କା ମଧ୍ୟ ନେଇଯାଇଥିଲେ। ଏନେଇ ବ୍ୟବସାୟୀ ଜଣଙ୍କ ଟାଉନ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ ଟାଉନ ଥାନା ପୋଲିସ ଭବ ପ୍ରସାଦଙ୍କୁ ଅଟକ ରଖିଛି। ତାଙ୍କ ନାମରେ ୨ ଜଣ ବ୍ୟବସାୟୀ ଅଭିଯୋଗ କରିଛନ୍ତି। ୪ଟି ପୃଥକ ମାମଲା ରୁଜୁ ହୋଇଛି।