ପ୍ରମୂଖ ଖବର
  • ଦୁର୍ଗାମୂର୍ତ୍ତି ବିସର୍ଜନ ବେଳେ ବହରାଇଚରେ ହିଂସା, ଇଣ୍ଟରନେଟ ବନ୍ଦ
  • ||
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ରାବଣା ଛକରେ ଦୋକାନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ , ୨ଆହତ

ଯାଜପୁର ରୋଡ଼, ୧୧/୧୦ : ଯାଜପୁର ଜିଲ୍ଲା ଯଖପୁରା ଥାନା ରାବଣା ଛକରେ ଦୋକାନ ଗୃହ ନିର୍ମାଣକୁ ନେଇ ଗୋଷ୍ଠୀ ସଂଘର୍ଷ । ଏଥିରେ ୨ ଜଣ ଆହାତ ହୋଇଥିବାବେଳେ ଆହତଙ୍କୁ ଚିକିତ୍ସା ପାଇଁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । 

ସୂଚନା ମୁତାବକ ରାବଣା ଛକରେ ଥିବା କିଛି ସରକାରୀ ଜମିରେ ଦୋକାନ ଗୃହ ନିର୍ମାଣକୁ ନେଇ ଗତ କିଛିଦିନ ହେବ ସେହି ଗ୍ରାମର ୨ ଗୋଷ୍ଠୀଙ୍କ ମଧ୍ୟରେ ତିକ୍ତତା ଲାଗି ରହିଥିଲା । ତେବେ ଆଜି ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ମାରପିଟ୍ ହୋଇଛି । ଖବରପାଇ ଯଖପୁରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.