ପ୍ରମୂଖ ଖବର
  • ଗୁରୁବାର ଦୁଇଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ନିବେଶ ଟାଣିବାକୁ କରିବେ ରୋଡ ସୋ’
  • ||
  • ବଙ୍ଗୋପସାଗରେ ଘୂର୍ଣ୍ଣିବଳୟ ସକ୍ରିୟ, ଆଜି ନେଇପାରେ ଲଘୁଚାପ ରୂପ: ୧୮ରୁ ୨୦ମଧ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା
  • ||

ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍, ଜଣେ ମୃତ

ବଡ଼ଚଣା, ୧୪/୧୦ : ବାଇକ୍‌କୁ ଧକ୍କା ଦେଇ ଜଳିଗଲା ବସ୍। ବୈରୀ ଥାନା ଅଧୀନ ଛତିଆବଟ ଛକ ୧୬ ନଂ ଜାତୀୟ ରାଜପଥ ନିକଟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଛି। ମୃତ ବ୍ୟକ୍ତି ଜଣଙ୍କ କଟକ କନ୍ଦରପୁର ଥାନା ଅଧୀନ ପରମହଂଶପୁରର ବଳରାମ ସାହୁ ବୋଲି ଜଣାପଡିଛି। ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛି।

ସୂଚନାନୁଯାୟୀ, ସୋମବାର ସକାଳ ପ୍ରାୟ ସାଢେ଼ ୮ ଟାରେ ବାଲେଶ୍ଵରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିବା ଏକ ଘରୋଇ ବସ୍ ଛତିଆବଟ ନିକଟରେ ଏକ ବାଇକ୍‌କୁ ଧକ୍କା ଦେଇଥିଲା।ବାଇକ୍‌ଟି ବସ୍ ତଳେ ରହିଯିବାରୁ ବସ୍ ୫୦୦ ମିଟର ଟାଣି ନେଇଥିଲା। ଏହାପରେ ବାଇକ୍‌ରୁ ନିଆଁ ଲାଗି ବସ୍‌ଟି ସମ୍ପୂର୍ଣ୍ଣ ଜଳିଯାଇଥିଲା। ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ହୋଇଥିଲା। ଖବର ପାଇ ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। 

ସ୍ଥାନୀୟ ଲୋକଙ୍କ ସହାୟତାରେ ବସ୍‌ରେ ଥିବା ପ୍ରାୟ ୬୦ ଜଣ ଯାତ୍ରୀ ସୁରକ୍ଷିତ ଭାବେ ଉଦ୍ଧାର ହୋଇଛନ୍ତି। ବୈରୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ବାଇକ୍ ଆରୋହୀଙ୍କ ଶବ ଉଦ୍ଧାର କରି ବଡ଼ଚଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ଘଟଣା ସ୍ଥଳରେ ବୈରୀ ଥାନା ପୁଲିସ, ଛତିଆ ଫାଣ୍ଡି, ଚଣ୍ଡିଖୋଲ ଆରଟିଓ, ଏମଭିଆଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଅଛନ୍ତି।


  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.