ପାଟଣାଗଡ଼ ,୧୨।୧ : ଘରୋଇ କଳହକୁ ନେଇ ଟେଲିକମ ଟାୱାର ଉପରୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା। ଯୁବକ ଜଣକ ହେଲେ ବେଲପଡା ଥାନା ନୁନହାଡ ଗାଁର ନିରାକାର ଶବର।
ବେଲପଡା ଥାନା ନୁନହାଡ ଗାଁର ନିରାକାର ଘରେ କୌଣସି କାରଣକୁ ନେଇ ଝଗଡା କରିଥିଲେ। ପରେ ସେ ରାଗି ଯାଇଥିଲେ । ଏହାପରେ ଘରୁ ଦୌଡି ଯାଇ ନିକଟରେ ଥିବା ଟାଓ୍ବରକୁ ଚଢ଼ି ଯାଇଥିଲେ । ପରେ ତାଙ୍କ ମା’ ପୁଅକୁ ଟାଓ୍ବର ଖୁଣ୍ଟରୁ ଓହ୍ଲାଇବା ପାଇଁ କାକୁତିମିନତୀ କରିଥିଲା । ହେଲେ ସେ ଓହ୍ଲାଇ ନଥିଲା । ତାଙ୍କ ବଡ଼ଭାଇ ହେମନ୍ତ ଭାଇଙ୍କୁ ବଞ୍ଚାଇବା ପାଇଁ ଟାଓ୍ବର ଖୁଣ୍ଟକୁ ଚଢ଼ି ଉଦ୍ୟମ କରିଥିଲେ । ହେଲେ ନିରାକାର ଖୁଣ୍ଟରୁ ଡେଇଁ ପଡିବା ଫଳରେ ମୃତ୍ୟୁ ହୋଇଥିଲା। ବେଲପଡ଼ା ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ୍ କରି ତଦନ୍ତ କରୁଛି।