ପ୍ରମୂଖ ଖବର
  • ସନ୍ଧ୍ୟାରେ ଶ୍ରୀଲିଙ୍ଗରାଜଙ୍କୁ ଦର୍ଶନ କରିବେ ମୁଖ୍ୟମନ୍ତ୍ରୀ, ସାଂସ୍କୃତିକ କାର୍ଯ୍ୟକ୍ରମରେ ହେବେ ସାମିଲ
  • ||
  • ଝାରସୁଗୁଡ଼ା ଇକୋ ପାର୍କରେ ଅଗ୍ନିକାଣ୍ଡ, ଜଳିଗଲା ୨୨ ହଜାରରୁ ଉର୍ଦ୍ଧ୍ୱ ଗଛ
  • ||
  • କଟକ : ବିଚାରାଧୀନ କଏଦୀଙ୍କ ସନ୍ଦେହଜନକ ମୃତ୍ୟୁ, ହତ୍ୟା ଅଭିଯୋଗ ଆଣିଲେ ପରିବାରଲୋକେ
  • ||
  • ବଲାଙ୍ଗୀର : ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା: ମୁଖ୍ୟ ଅଭିଯୁକ୍ତ ଗିରଫ
  • ||
  • ପୁରୀ : ବାଲିକପିଳେଶ୍ୱର ପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼, ରାତି ୩ଟାରେ ଉଠିବ ମହାଦୀପ
  • ||
  • ବାଲେଶ୍ୱର : ରାସ୍ତା କଡ଼ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • ଶିବରାତ୍ରୀ ପାଇଁ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କ ସମାଗମ, ରାତି ୧ଟାରେ ଉଠିବ ମହାଦୀପ
  • ||
  • ଶ୍ରୀଲିଙ୍ଗରାଜ ପୀଠରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼, ଠେଲାପେଲା ଭିତରେ ୨ ମହିଳା ଗୁରୁତର
  • ||
  • ଭଦ୍ରକ : ଦୁର୍ଘଟଣାଗ୍ରସ୍ତ ହୋଇ ଓଭର୍ ବ୍ରିଜ୍‌ରୁ ତଳକୁ ଖସିଲା ଦୁଇ ଟ୍ରକ୍‌, ୩ ଗୁରୁତର
  • ||
  • ଜାଗର ପାଇଁ ଚଳଚଞ୍ଚଳ ଲୋକନାଥଙ୍କ ପୀଠ, ଭୋର ୩ଟାରେ ଉଠିବ ମହାଦୀପ
  • ||

ବରକୁ ହତ୍ୟା ଷଡ଼ଯନ୍ତ୍ର ଘଟଣା : ମୁଖ୍ୟ ଅଭିଯୁକ୍ତ ଗିରଫ

Published By : Harapriya Sethi | February 26, 2025 11:44 AM

ଭୁବନେଶ୍ୱର, ୨୬/୦୨: ବରଯାତ୍ରୀରେ ବରକୁ ହତ୍ୟା ଷଡଯନ୍ତ୍ର ଘଟଣାର ମୁଖ୍ୟ ଅଭିଯୁକ୍ତ ଗିରଫ । ମୁଖ୍ୟ ଅଭିଯୁକ୍ତ ସୁଶାନ୍ତ ବିଶ୍ୱାଳକୁ ଗିରଫ କଲା ଦେଓଗାଁ ପୋଲିସ । ମୋହନଗିରିରେ ଲୁଚିଥିବା ବେଳେ ପୋଲିସ ସୁଶାନ୍ତ ବିଶ୍ୱାଳକୁ ଗିରଫ କରିଛି। ଏହି ଘଟଣାରେ ପୋଲିସ ପୂର୍ବରୁ ୭ ଜଣଙ୍କୁ କୋର୍ଟ ଚାଲାଣ କରିଥିବା ବେଳେ ଫେରାର ମୁଖ୍ୟ ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି । ଜମି ଭାଗବଣ୍ଟାକୁ ନେଇ ପୂର୍ବ ଶତ୍ରୁତା ଯୋଗୁଁ ଏହି ଘଟଣାର ସୂତ୍ରପାତ ହୋଇଥିବା ସୂଚନା ମିଳିଛି । 

ସୂଚନାନୁଯାୟୀ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ଗାଈବାହାଲ ଗାଁକୁ ରବିବାର ରାତିରେ ବାଦୀଜୋରରୁ ବରଯାତ୍ରୀ ଆସିଥିଲେ। ବରକୁ ମାରିବା ପାଇଁ ୧୦ରୁ ଅଧିକ ଯୁବକ ପ୍ଲାନ୍‌ କରି ବରଯାତ୍ରୀଙ୍କ ସହ ସାମିଲ ହୋଇଥିଲେ । ସେମାନଙ୍କ ଗତିବିଧି ଉପରେ ଗାଁ ଲୋକଙ୍କର ସନ୍ଦେହ ହୋଇଥିଲା । ଏହାପରେ ଗାଁଲୋକେ ପୋଲିସକୁ ଖବର ଦେଇଥିଲେ। ଘଟଣାସ୍ଥଳରେ ପୋଲିସ ତୁରନ୍ତ ପହଞ୍ଚି ଯୁବକମାନଙ୍କୁ କାବୁ କରିଥିଲା । ହେଲେ ଏହାରି ଭିତରେ ୩ ଜଣ ଫେରାର ହୋଇଯାଇଥିବା ବେଳେ ଦେଓଗାଁ ପୋଲିସ ୭ ଜଣଙ୍କୁ ଧରିବାରେ ସଫଳ ହୋଇଥିଲା । ସେମାନଙ୍କ ପାଖରୁ ଅନେକ ମାରଣାସ୍ତ୍ର ସହ ବନ୍ଧୁକ ଜବତ କରିଥିଲା । ସମସ୍ତ ଅଭିଯୁକ୍ତଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.