ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା: ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ

Published By : Harapriya Sethi | March 6, 2025 12:52 PM

ଭୁବନେଶ୍ୱର, ୦୬/୦୩: ବହୁ ଚର୍ଚ୍ଚିତ ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ମାମଲା । ପାଟଣାଗଡ ADJ କୋର୍ଟରେ ହାଜର ହୋଇଛନ୍ତି ପୁଞ୍ଜିଲାଲ । ଗୁରୁବାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ବୟାନ ରେକର୍ଡ ହେଉଛି । ୬୩ ଜଣଙ୍କ ସାକ୍ଷ ଗ୍ରହଣ ପରେ ପୁଞ୍ଜିଲାଲଙ୍କ ବୟାନ ରେକର୍ଡ ଆରମ୍ଭ ହୋଇଛି । ମାନ୍ୟବର ସୁପ୍ରିମ କୋର୍ଟ ଏହି ମାମଲା ୪ ସପ୍ତାହ ମଧ୍ୟରେ ଶେଷ କରିବାକୁ ଆଦେଶ ଦେଇଛନ୍ତି। ବୟାନ ରେକର୍ଡ ପରେ ବିଚାରପତି ରାୟ ପ୍ରକାଶ କରିପାରନ୍ତି ।

ସୂଚନା ମୁତାବକ, ୨୦୧୮ ଫେବ୍ରୁଆରୀ ୨୩ରେ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା । ପାଟଣାଗଡ଼ ଜବାହରଲାଲ କଲେଜର ତତ୍କାଳୀନ ଅଧ୍ୟାପକ ରବୀନ୍ଦ୍ର ସାହୁ ଏବଂ ଭଇଁଷା କଲେଜର ତତ୍କାଳୀନ ଅଧ୍ୟକ୍ଷା ସଞ୍ଜୁକ୍ତା ସାହୁଙ୍କ ଏକମାତ୍ର ପୁଅ ସୌମ୍ୟଶେଖର ସାହୁଙ୍କ ବିବାହରେ ଉପହାର ଭାବେ ଆସିଥିବା ଏକ ପାର୍ସଲକୁ ଖୋଲିବା ବେଳେ ବିସ୍ଫୋରଣ ହୋଇଥିଲା । ଏଥିରେ ନବବିବାହିତ ସୌମ୍ୟଶେଖର ଓ ତାଙ୍କ ଜେଜେମା’ ଜେମାମଣି ସାହୁଙ୍କ ମୃତ୍ୟୁ ଘଟିଥିଲା । ସୌମ୍ୟଶେଖରଙ୍କ ସ୍ତ୍ରୀ ରିମାରାଣୀ ଗୁରୁତର ହୋଇଥିଲେ । ମାମଲାରେ କ୍ରାଇମବ୍ରାଞ୍ଚ ଭଇଁଷା କଲେଜର ଇଂଲିଶ ଅଧ୍ୟାପକ ପୁଞ୍ଜିଲାଲ ମେହେରଙ୍କୁ ମୁଖ୍ୟ ଏବଂ ଏକମାତ୍ର ଅଭିଯୁକ୍ତ ଭାବେ ଗିରଫ କରିଥିଲା । ଅଭିଯୁକ୍ତ ପୁଞ୍ଜିଲାଲ ଏବେ ବଲାଙ୍ଗିର  ଜିଲା କାରାଗାରରେ ବିଚାରାଧୀନ କଏଦୀ ଭାବେ ରଖାଯାଇଥିଲା । 

ଏହି ମାମଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ଙ୍କ କୋର୍ଟରେ ବିଚାରାଧୀନ ରହିଛି । ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲ ମେହେରଙ୍କ ପକ୍ଷରୁ ସୁପ୍ରିମକୋର୍ଟରେ ଜାମିନ ଆବେଦନ କରାଯାଇଥିଲା । ପୁଞ୍ଜିଲାଲଙ୍କ ଆବେଦନକୁ ବିଚାର କରି ଏହି ମାମଲାରେ ୪ ସପ୍ତାହ ମଧ୍ୟରେ ସମସ୍ତ ସାକ୍ଷ୍ୟ ଗ୍ରହଣ କରି ଶୁଣାଣି ସାରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.