ପ୍ରମୂଖ ଖବର
  • ଓଡ଼ିଶା ଗସ୍ତ‌ରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ,୨୪ରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ଷ୍ଟିଲ୍‌ ସିଟିରେ ଗର୍ଜିଲା ପୋଲିସର ବନ୍ଧୁକ, ଏନ୍‌କାଉଣ୍ଟରରେ ଘାଇଲା ହେଲା ଦୁର୍ଦ୍ଦାନ୍ତ ଅପରାଧି ବିୟୁସ ଲାଖୁଆ
  • ||
  • ରାଜ୍ୟରେ ଆହୁରି ୩ ଦିନ କଲବଲ କରିବ ତାତି, ୪୦ ଟପିବ ତାପମାତ୍ରା, ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି
  • ||

ପୂର୍ବ ଶତ୍ରୁତାକୁ ନେଇ ଦୁଇ ପରିବାର ମୁହାଁମୁହିଁ: ଜଣେ ମୃତ, ୪ ଗୁରୁତର

Published By : Harapriya Sethi | March 5, 2025 7:57 AM

ବଲାଙ୍ଗୀର,୦୫/୦୩: ପୂର୍ବ ଶତ୍ରୁତାକୁ ନେଇ ମହାଭାରତ । ଦୁଇ ପରିବାର ଭିତରେ ଗଣ୍ଡଗୋଳ । ମାରପିଟ୍‌ରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ମୃତକ ଜଣକ ହେଲେ ଶ୍ୟାମବାଗ ଏବଂ ହତ୍ୟାକାରୀ ରୁପା ରଣା ବୋଲି ଜଣାପଡ଼ିଛି । ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଏଭଳି ଘଟଣା ଘଟିଛି । 

ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଲା ସ୍କୁଲ୍‌ ବସ୍‌, ଯୁବକ ମୃତ

ସୂଚନା ମୁତାବକ, ତୁଷୁରା ଥାନା ଅନ୍ତର୍ଗତ ଆଠଗାଁରେ ଦୁଇ ପରିବାରଙ୍କ ମଧ୍ୟରେ ପୂର୍ବ ଶତ୍ରୁତାକୁ ନେଇ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ନେଇଥିଲା । ଦୁଇ ପରିବାରଙ୍କ ମଧ୍ୟରେ ଗଣ୍ଡଗୋଳ ହେଇଥିଲା । ମାରପିଟ୍‌ ଭିତରେ ରୁପା ରଣା ନାମକ ଯୁବକ ଶ୍ୟାମବାଗଙ୍କୁ ଆକ୍ରମଣ କରିଥିଲା । ଏଥିରେ ଶ୍ୟାମବାଗଙ୍କ ମୃତ୍ୟୁ ହୋଇଥିବା ବେଳେ ମାରପିଟ୍‌ରେ ଆଉ ୪ ଜଣ ଗୁରୁତର ହୋଇଥିଲେ । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣା ସ୍ଥଳରେ ତୁଷୁରା ଥାନା ପୋଲିସ ପହଞ୍ଚି ଗୁରୁତର ମାନଙ୍କୁ ଉଦ୍ଧାର କରି ବଲାଙ୍ଗୀର ଭୀମଭୋଇ ମେଡିକାଲକୁ ପଠାଇଛି । ଏହା ସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପାଠାଇଛି । ଏଥି ସହିତ ଘଟଣା ସ୍ଥଳରେ ଉପସ୍ଥିତ ରହି ଘଟଣାର ତଦନ୍ତ କରୁଛି ପୋଲିସ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.