ଭୁବନେଶ୍ବର,୧୪/୦୨: ମୋବାଇଲରେ ରିଲ୍ସ କରୁଥିବା ବେଳେ ଅଘଟଣ । ଅସାବଧାନତା ଯୋଗୁଁ ବ୍ରିଜ ଉପରୁ ନଦୀକୁ ଖସିଲେ ଯୁବତୀ । ଗୁରୁକର ଅବସ୍ଥାରେ ତାଙ୍କୁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଗୁରୁତର ଯୁବତୀ ଜଣଙ୍କ ଢେଙ୍କାନାଳ ସଦର ଥାନା ଅନ୍ତର୍ଗତ ତରଭା ଗ୍ରାମର ବାମଦେବ ନାୟକଙ୍କ ୧୯ବର୍ଷୀୟା ଝିଅ ଅମ୍ବିକା ନାୟକ ବୋଲି ଜଣାପଡ଼ିଛି ।
ଏହା ମଧ୍ୟ ପଢନ୍ତୁ-ରାଜ୍ୟରେ ଭିକାରୀ ସଂଖ୍ୟା ୫୨୮୪ : କଟକରେ ସର୍ବାଧିକ, ପୁରୀରେ କମ୍
ସୂଚନା ମୁତାବକ, ଯୁବତୀ ଜଣକ ରିଲ୍ସ କରୁଥିବା ବେଳେ ଅସାବଧାନତା ଯୋଗୁଁ ନଦୀକୁ ଖସି ପଡିଥିଲେ । ଏନେଇ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଉଦ୍ଧାର କରିବାରେ ସକ୍ଷମ ହୋଇଛି। ଫଳରେ ସୌଭାଗ୍ୟ ବଶତଃ ଯୁବତୀଙ୍କ ପ୍ରାଣ ରକ୍ଷା ହୋଇଯାଇଛି। ସେ ତାଙ୍କ ମାଉସୀ ଘର କାମାକ୍ଷାନଗର ଖଟୁଆ ହତା ଗ୍ରାମକୁ ଯାଇ ଆଜି ନିଜ ଗାଁକୁ ଫେରୁଥିଲେ। ତେବେ ଘରକୁ ଫେରିବା ବାଟରେ କମଗରା ବ୍ରାହ୍ମଣୀ ବ୍ରିଜ ଉପରେ ପାର୍ଶ୍ୱ ପିଲାର ଉପରେ ଚଢ଼ି ରିଲସ କରୁଥିଲେ। ମାତ୍ର ଅସାବଧାନତା ବଶତଃ ନଦୀକୁ ଖସି ପଡିଥିବା ଯୁବତୀଙ୍କ ମାଉସୀ ପ୍ରକାଶ କରିଛନ୍ତି । ଏପଟେ ଡାକ୍ତର ଖାନାରେ ଯୁବତୀଙ୍କ ଚିକିତ୍ସା ଜାରି ରହିଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ଥିବା ଡାକ୍ତରଖାନା ପକ୍ଷରୁ ଜଣାପଡ଼ିଛି।