ଭୁବନେଶ୍ଵର, ୨୦/୦୩ : ଯାତ୍ରା ଦେଖିବାକୁ ଯାଇଥିଲେ, କାଜୁ ଜଙ୍ଗଲରୁ ଉଦ୍ଧାର ହେଲା ମୃତଦେହ। ଢେଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଚାନ୍ଦୁର ଗାଁ କାଜୁ ଜଙ୍ଗଲରୁ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ପାରିପାର୍ଶ୍ଵିକ ସ୍ଥିତିରୁ ଯୁବକଙ୍କୁ ବିଭତ୍ସ ଭାବେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି।
ସୂଚନାନୁଯାୟୀ, ମହାବିରୋଡ ଥାନା ଦଶିପୁର ଗାଁର ଲୁଲୁ ଦେହୁରୀ ପଞ୍ଚୁଦୋଳ ଯାତ୍ରା ଦେଖିବାକୁ ବୁଧବାର ୪ଟା ବେଳୁ ଘରୁ ବାହାରି ଯାଇଥିଲେ। ହେଲେ ରାତିରେ ଘରକୁ ଫେରି ନଥିଲେ। ପରିବାର ଲୋକେ ତାଙ୍କୁ କଲ୍ କରିଥିଲେ, କିନ୍ତୁ ଲୁଲୁଙ୍କ ଫୋନ ସୁଇଚ୍ ଅଫ୍ ଥିଲା। ଆଜି ତାଙ୍କର ମୃତଦେହ ଚାନ୍ଦପୁର ଗାଁ କାଜୁ ଜଙ୍ଗଲରେ ପଡ଼ିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ମହାବିରୋଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ କରୁଛି। ପାରିପାର୍ଶ୍ଵିକ ସ୍ଥିତିରୁ ଲୁଲୁଙ୍କୁ କେହି ବିଭତ୍ସ ଭାବେ ହତ୍ୟା କରିଥିବା ସନ୍ଦେହ କରାଯାଉଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
ଏହି ଖବରଟିକୁ ପଢନ୍ତୁ-ଗିରଫ ହେବା ପରେ ବି ଭାଙ୍ଗିନି ତପିଙ୍କ ତୋଡ଼, କହିଲେ "ଧର୍ମ ପାଇଁ ଲଢ଼ିକି ଯାଉଛି, ଫେରିଲେ ଆହୁରି ଶିବ ତାଣ୍ଡବ ଗାଇବି"