ପ୍ରମୂଖ ଖବର
  • ୨୦୨୬ ସୁଦ୍ଧା ମୂଳପୋଛ ହେବ ନକ୍ସଲବାଦ; ୧୦ ବର୍ଷରେ ୨୯ ଜିଲ୍ଲା ନକ୍ସଲମୁକ୍ତ, ଗୃହମନ୍ତ୍ରୀଙ୍କ ବଡ଼ ଘୋଷଣା
  • ||
  • ଦୋଳମୁଣ୍ଡାଇ ଛକରେ ଭୟଙ୍କର ଅଗ୍ନିକାଣ୍ଡ: ହୁ ହୁ ହୋଇ ଜଳିଲା ସୋ' ରୁମ୍‌, ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ
  • ||
  • ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ବନକଲାଗି ନୀତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ
  • ||
  • ଲାଲ ସଂଗଠନକୁ ବଡ଼ ଝଟକା, ୧୩ ସକ୍ରିୟ ମାଓବାଦୀଙ୍କୁ ବାନ୍ଧିଲା ପୋଲିସ
  • ||
  • ଓଡ଼ିଶା ପୁଲିସର ୯୦ ତମ ପ୍ରତିଷ୍ଠା ଦିବସ, ମୁଖ୍ୟ ଅତିଥି ଭାବେ ଯୋଗଦେବେ ପୁଲିସ୍‌ ମହାନିର୍ଦ୍ଦେଶକ
  • ||
  • ଆଇପିଏଲ୍ ୨୦୨୫: ଆଜି ପଞ୍ଜାବ କିଙ୍ଗ୍‌ସକୁ ଭେଟିବ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ, ସଂଘର୍ଷପୂର୍ଣ୍ଣ ହେବ ମ୍ୟାଚ୍
  • ||
  • ପାର୍କ ନିକଟରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ
  • ||
  • ପଶ୍ଚିମବଙ୍ଗରେ ଗ୍ୟାସ୍ ସିଲିଣ୍ଡର ବିସ୍ଫୋରଣ, ଚାଲିଗଲା ୭ ଜୀବନ, ମୃତକଙ୍କ ମଧ୍ୟ ୩ ମହିଳାଙ୍କ ସମେତ ୪ ଶିଶୁ
  • ||
  • କଟକରେ ରାଜ୍ୟସ୍ତରୀୟ ଓଡ଼ିଶା ଦିବସ: ଆଜି ମଧୁବାବୁଙ୍କ ଜନ୍ମପୀଠ ବିକାଶ ପ୍ରକଳ୍ପର ଶୁଭ ପଡ଼ିବ
  • ||
  • ଏପ୍ରିଲ ୧ ଉତ୍କଳ ଦିବସ, ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନକୁ ପୂରିଲା ୮୯ ବର୍ଷ
  • ||
  • ଏପ୍ରିଲରେ ପ୍ରଚଣ୍ଡ ତାତି, ଜୁନ୍‌ ଯାଏ ଜାଳିବ ଖରା: ଏବେ କାଳବୈଶାଖୀ ଆଣିବ ଆଶ୍ୱସ୍ତି, ୮ରୁ ହୁ ହୁ ବଢ଼ିବ ତାତି
  • ||

ଗିରଫ ହେବା ପରେ ବି ଭାଙ୍ଗିନି ତପିଙ୍କ ତୋଡ଼, କହିଲେ "ଧର୍ମ ପାଇଁ ଲଢ଼ିକି ଯାଉଛି, ଫେରିଲେ ଆହୁରି ଶିବ ତାଣ୍ଡବ ଗାଇବି"

Published By : Prameya | March 20, 2025 2:35 PM

ଭୁବନେଶ୍ଵର, ୨୦/୦୩ : ଅନ୍ୟର ଗୀତକୁ ଚୋରି କଲେ... ଆଉ ସୋସିଆଲ ମିଡିଆରେ ବାହାବା ନେଲେ। ଚୋରି ନେଇ ପ୍ରଶ୍ନ କରିବାରୁ ଫେସ୍‌ବୁକ୍‌ ଲାଇଭ୍‌ରେ ଲେଖିକାଙ୍କ ଚରିତ୍ର ସଂହାର କଲେ। ସୋସିଆଲ୍ ମିଡିଆରେ ଏମିତି ଗାଳି ଦେଇ ଏବେ ବିବାଦ ଘେରରେ ବିବାଦୀୟ ୟୁଟ୍ୟୁବର। ଜଣାଶୁଣା ୟୁଟ୍ୟୁବର ତପି ମିଶ୍ର ଓରଫ୍ ସରୋଜଙ୍କୁ ଗିରଫ କଲା ଇନଫୋସିଟି ଥାନା ପୋଲିସ। 

୨୦୨୩ ମସିହା ଅକ୍ଟୋବରରେ, ଲେଖିକା ବନସ୍ମିତା ପତିଙ୍କ ଅଗ୍ନିପରୀକ୍ଷା ପୁସ୍ତକରେ ସଂସ୍କୃତ ଭାଷାରେ ଥିବା ‘ଶିବ  ତାଣ୍ଡବ’ର ଓଡି଼ଆ ଅନୁବାଦ ପ୍ରକାଶିତ ହୋଇଥିଲା। କିନ୍ତୁ ଲେଖିକାଙ୍କଠାରୁ ନୋ ଅବଜେକ୍ସନ ସାର୍ଟିଫିକେଟ୍‌  (ଏନଓସି) ନନେଇ ତପି ମିଶ୍ର ସାମାଜିକ ଗଣମାଧ୍ୟମରେ ନିଜ ନାଁରେ ରିଲିଜ୍‌ କରିଥିଲେ। ଏହାକୁ ତୀବ୍ର ନିନ୍ଦା କରିବା ସହ ଲେଖିକା ଜଣକ ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରିଥିଲେ। ଗତମାସ ୨୭ ତାରିଖରେ ଇନ୍‌ଫୋସିଟି ଥାନାର ଦ୍ୱାରସ୍ଥ ହୋଇଥିଲେ। ପୁଲିସ ମାମଲା ରୁଜୁ କରି ତପିଙ୍କ ବିରୋଧରେ କପି ରାଇଟ୍‌ ଆଇନ୍‌-୧୯୫୭ର ସେକ୍ସନ ୬୩ ଲଗାଇଥିଲା । ବନସ୍ମିତା ଥାନାକୁ ଯିବା ଶୁଣି ତପି ଆହୁରି ରାଗିଯାଇଥିଲେ। ନିଜ ଫେସ୍‌ବୁକ୍‌ ଆକାଉଣ୍ଟରୁ ଲାଇଭ୍‌ରେ ଆସି ମନକୁ ଯାହା ଆସିଲା ଅଶ୍ଲୀଳ ଭାଷାରେ ଗାଳିଗୁଲଜ କରିଥିଲେ। ବନସ୍ମିତାଙ୍କ ଚରିତ୍ର ସଂହାର କରିଥିଲେ । ଏମିତିକି ତାଙ୍କୁ ମାଡ଼ ମାରିବାକୁ ଧମକ ମଧ୍ୟ ଦେଇଥିଲେ । ଏହାପରେ ବନସ୍ମିତା ଥାନାରେ ଆଉ ଏକ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲା। ବୁଧବାର ନୂଆପଲ୍ଲୀ ଆଇଆର୍‌ସି ଭିଲେଜର ଏକ ଆପାର୍ଟମେଣ୍ଟର ଫ୍ଲାଟ୍‌ ନଂ ୧୦୧ରୁ ତପିଙ୍କୁ ଉଠାଇ ଆଣିଥିଲା । ବୁଧବାର ସନ୍ଧ୍ୟାରେ ତପିଙ୍କୁ କୋର୍ଟଚାଲାଣ କରାଯାଇଛି। 

ପୋଲିସ ଗିରଫ କରିବା ପରେ ବି ତପିଙ୍କ ତୋଡ଼ ଭାଙ୍ଗିନି। କୋର୍ଟ ଚାଲାଣ କରିବା ବେଳେ ସେ ଛାତି ଫୁଲେଇ କହିଛନ୍ତି ଧର୍ମ ପାଇଁ ଲଢ଼ିକି ଯାଉଛି। ଜେଲ୍‌ରୁ ଫେରିଲେ ଆହୁରି ଶିବ ତାଣ୍ଡବ ଗାଇବି। ତେବେ ତପିଙ୍କ ନାଁରେ କେବଳ ଗୋଟିଏ ଘଟଣା  ନୁହେଁ, ସେ ପୂର୍ବରୁ ସାମାଜିକ ଗଣମାଧ୍ୟମରେ ଏକାଧିକ ବ୍ୟକ୍ତିବିଶେଷଙ୍କ ଚରିତ୍ର ସଂହାର କରିଥିବାର ଅଭିଯୋଗ ହୋଇଛି । ଜଣେ ସାମ୍ବାଦିକଙ୍କୁ ଫେସ୍‌ବୁକ୍‌ରେ ଗାଳିଗୁଲଜ କରିବାଥିରୁ ତପିଙ୍କ ନାଁରେ କ୍ୟାପିଟାଲ ଥାନାରେ ମାମଲା ରୁଜୁ ହୋଇଛି।



 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.