ପ୍ରମୂଖ ଖବର
  • କଟକ : ଗୁଡ଼ି ଦୋକାନରେ ପୋଲିସର ରେଡ୍‌, ଜବତ ହେଲା ଚାଇନିଜ୍‌ ମାଞ୍ଜା ସୂତା
  • ||
  • ହିନ୍ଦୋଳ : ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ସ୍ୱାମୀ ଅଟକ
  • ||
  • ହିନ୍ଦୋଳ : କ୍ରିକେଟ୍‌ ଖେଳକୁ ନେଇ ବେଡ଼ାପଡ଼ା ଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ଗୁରୁତର
  • ||
  • ଡମଣା ଛକ ନିକଟରେ ସିରିଜ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ସ୍କୁଟି ଚାଳକ
  • ||
  • ସୋମବାର ଆୟୁଷ୍ମାନ୍‌ ଭାରତ ପାଇଁ ହେବ ବୁଝାମଣା ପତ୍ର ସ୍ୱାକ୍ଷର, ଦିଲ୍ଲୀରେ ଉପସ୍ଥିତ ରହିବେ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ
  • ||
  • ଶ୍ରୀଲିଙ୍ଗରାଜଙ୍କ ପୁଷ୍ୟାଭିଷେକ ନୀତି: ୧୦୮ ଗରା ତୀର୍ଥ ଜଳରେ ସ୍ନାନ କରିବେ ମହାପ୍ରଭୁ
  • ||
  • ଘନ କୁହୁଡିରେ ଲୁଚିଗଲା ସୂର୍ଯ୍ୟମନ୍ଦିର, ସୂକ୍ଷ୍ମ କାରୁକାର୍ଯ୍ୟ ଦେଖି ପାରିଲେନି ପର୍ଯ୍ୟଟକ
  • ||
  • କରଞ୍ଜିଆ : ଚିକିତ୍ସାଧିନ ଅବସ୍ଥାରେ ପ୍ରାଣ ହରାଇଲା ‘ମହେନ୍ଦ୍ର’ ହାତୀ, ବ୍ୟବଚ୍ଛେଦ ପରେ ହେବ ଶବ ସଂସ୍କାର
  • ||
  • ଶ୍ରୀମନ୍ଦିରରେ ଦେବାଭିଷେକ ନୀତି: ଆଜି ମହାପ୍ରଭୁଙ୍କ ରାଜାଧିରାଜ ଓ ନବାଙ୍କ ବେଶ
  • ||
  • ସୁବର୍ଣ୍ଣପୁର : ଇଥାନଲ ପ୍ଲାଣ୍ଟ ମେସିନରେ ଚାପି ହୋଇ ଶ୍ରମିକଙ୍କ ମୃତ୍ୟୁ
  • ||

ନିଆରା ବାହାଘର : ବିଶ୍ୱ ଯୁଦ୍ଧ ଲଢିଥିବା ଶତାୟୁ ଯୋଦ୍ଧାଙ୍କୁ ବିବାହ କଲେ ୯୬ ବର୍ଷିୟା ମହିଳା

Published By : Prameya | June 9, 2024 10:41 PM

ପ୍ୟାରିସ୍‌ – ହେରୋଲ୍ଡ ଟେରେନ୍ସ ଆମେରିକା ପକ୍ଷରୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ଲଢି ଥିଲେ। ଏବେ ତାଙ୍କର ବୟସ ୧୦୦ ବର୍ଷ ହୋଇ ସାରିଛି। ଉତ୍ତର-ପଶ୍ଚିମ ଫ୍ରାନ୍ସରେ ଡି-ଡେ ଲ୍ୟାଣ୍ଡିଂର ୮୦ତମ ଆନଭର୍ସାରୀ ଅବସରରେ କିଛି ଦିନ ପୂର୍ବେ ହିଁ ତାଙ୍କୁ ସମ୍ମାନିତ କରାଯାଇ ଥିଲା। ଏହାର କିଛି ଦିନ ପରେ ସେ ନାର୍ମଣ୍ଡିରେ ନିଜର ୯୬ ବର୍ଷିୟା ପ୍ରିୟତମାଙ୍କୁ ବିବାହ କରିଛନ୍ତି। ଏହାକୁ ଏକ ପ୍ରକାରର ସବୁଠୁ ଦୀର୍ଘ ପ୍ରତୀକ୍ଷା ମଧ୍ୟ କୁହାଯାଉଛି । ବିବାହ ଉତ୍ସବ ବେଳେ ଟେରେନ୍ସ କହିଛନ୍ତି , ମୁଁ ତୁମକୁ ସର୍ବଦା ପ୍ରେମ କରିବି । ଏହାର ଜବାବରେ ତାଙ୍କ ପ୍ରିୟତମା ଜିନ୍ ସ୍ୱେର୍ଲିନ କହିଥିଲେ ମୁଁ ମଧ୍ୟ । ଏହି ଉତ୍ସବରେ ଅନେକ ଅତିଥି ସାମିଲ ହୋଇଥିଲେ,  ଯେଉଁଥିରେ କିଛି ୟୁନିଫର୍ମ ପିନ୍ଧି ଥିଲେ। 

ସ୍ୱେର୍ଲିନ ବିବାହ ଉତ୍ସବ ଆରମ୍ଭ ହେବା ପୂର୍ବରୁ ଏଏଫ୍‌ପି ସହ କଥାବାର୍ତ୍ତା ହୋଇ ଥିଲେ । ଏହି ସମୟରେ ସେ କହିଥିଲେ , ମୁଁ  ସଠିକ୍‌ ମଣିଷ ଖୋଜିବା ପାଇଁ ୯୬ ବର୍ଷ ଯାଏ ଅପେକ୍ଷା କଲି। ଏବେ ମୋର ବିବାହ ହେଉଛି ଏବଂ ଏମିତି ଯେମିତି ରାଜା ଓ ରାଣୀ କରୁଛନ୍ତି । ଦ୍ୱିତୀୟ ବିଶ୍ୱ ଯୁଦ୍ଧର ୧୦୦ବର୍ଷିୟ ଯୋଦ୍ଧା ଡି-ଡେ କାର୍ଯ୍ୟକ୍ରମ ପରେ ଫ୍ରାନ୍ସରେ ୯୬ ବର୍ଷିୟ ବର୍ଷିୟା କନ୍ୟାଙ୍କୁ ବିବାହ କରିଛନ୍ତି । କହି ରଖୁଛୁ କି ହେରୋଲ୍ଡ ଟେରେନ୍ସଙ୍କର ଜିନ ସ୍ୱେର୍ଲିନଙ୍କ ସହ ସାକ୍ଷାତ ୨୦୨୧ ମସିହାରେ ହୋଇଥିଲା। ବିବାହ ବନ୍ଧନରେ ବାନ୍ଧି ହେବା ପରେ ଟେରେନ୍ସ କହିଛନ୍ତି, ମୁଁ ପୁଣି ଥରେ ଯୁବକ ଅନୁଭବ କରୁଛି । ମୋର ପୂରା ଜୀବନର ଏହା ସବୁଠୁ ଭଲ ସମୟ। 

ଟେରେନ୍ସ ନିଜର ବିବାହ ଅବସରରେ ହାଲକା ନୀଳ ରଙ୍ଗର ସୁଟ୍‌ ପିନ୍ଧି ଥିଲେ। ପରିବାରର ଲୋକେ ଓ ବନ୍ଧୁଙ୍କ ତାଳି ମାଡ଼ ମଧ୍ୟରେ ମ୍ୟାରେଜ୍‌ ହଲରେ ସେ ପ୍ରବେଶ କରି ଥିଲେ। ସେଠାରେ ସ୍ୱେର୍ଲିନ ଗୋଲାପୀ ରଙ୍ଗର ପୋଷାକରେ ନଜର ଆସିଛନ୍ତି। ସେ ଆଇ ୱିଲ୍‌ ଅଲୱେଜ୍‌ ଲଭ୍‌ ୟୁର ମ୍ୟୁଜିକ୍‌ ମଧ୍ୟ ଏଣ୍ଟ୍ରି ନେଲେ। ଉଭୟ କିଛି ସମୟ ପାଇଁ ଭାବବିହ୍ୱୋଳ ହୋଇଗଲେ ଏବଂ ବର-କନ୍ୟା ପରସ୍ପରକୁ ଆଲିଙ୍ଗନ କରି ଥିଲେ। ମେୟର ଜିନ ପିୟରେ ଲୋନୁର ପଚାରି ଥିଲେ କି, ସେ ଟେରେନ୍ସଙ୍କ ନିଜର ସ୍ୱାମୀ ଭାବେ ବରଣ କରିବାକୁ ଚାହାଁନ୍ତି କି ? ସ୍ୱେର୍ଲିନ ଫ୍ରେଞ୍ଚ ଭାଷାରେ ଏହାର ଜବାବ ଦେଇ କହିଥିଲେ ହଁ। ବିବାହ ଉତ୍ସବରେ ଉପସ୍ଥିତ ଲୋକ ମଧ୍ୟ ଖୁବ୍ ଉତ୍ସାହିତ ନଜର ଆସିଥିଲେ। ସମସ୍ତେ ଏହି  ଯୋଡ଼ିଙ୍କୁ ଶୁଭେଚ୍ଛା ଦେଇଥିଲେ ଏବଂ ତାଙ୍କର ଉତ୍ତମ ସ୍ୱାସ୍ଥ୍ୟର କାମନା କରିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.