ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ପ୍ୟାରିସ୍‌ ଅଲମ୍ପିକ୍‌ରେ ଭୟଙ୍କର ହିଟ୍‌ଓ୍ବେଭର ବିପଦ, ପଦକ ପାଇବା ରେସ୍‌ ହୋଇପାରେ ପ୍ରାଣଘାତୀ !

ନୂଆଦିଲ୍ଲୀ,୨୨।୭:  ପ୍ରାୟ ୧୦୦ ବର୍ଷ ପରେ ପ୍ୟାରିସ୍ ଅଲମ୍ପିକ୍ ଆରମ୍ଭ ହେଉଛି। ଏଠାରେ ଗତ ଅଲମ୍ପିକ ୧୯୪୭ ରେ ହୋଇଥିଲେ। ଏତେ ବର୍ଷ ପରେ ତାପମାତ୍ର ୧.୮ ଡିଗ୍ରୀ ସେଲସିୟସ୍‌ ବଢିସାରିଛି। ୧୦୦ ବର୍ଷରେ ହିଟ୍‌ଓ୍ବେଭ୍‌ର ୫୦ଟି ଘଟଣା ପ୍ୟାରିସ୍‌ରେ ହୋଇସାରିଛି। ତେଣୁ ଖେଳାଳି ଓ ଆୟୋଜକଙ୍କୁ ଏହି କଥା ନେଇ ଚିନ୍ତା ରହିଛି ଯେ, ଖେଳ କିପରି ଆୟୋଜନ ହେବ ?

୨୦୦୩ ରେ ହିଟ୍‌ଓ୍ବେଭ୍‌ ଯୋଗୁଁ ଫ୍ରାନ୍ସରେ ୧୪ ହଜାର ଲୋକଙ୍କର ମୃତ୍ୟୁ ହୋଇଥିଲା। ସେବେଠାରୁ ନେଇ ଗରମ ବଢିବାରେ ଲାଗିଛି। ପ୍ରାୟ ୧୦ ଗୁଣା ବଢି ଯାଇଛି। ଗମର କାରଣରୁ ପ୍ୟାରିସ୍‌ରେ ମୃତ୍ୟୁ ସଂଖ୍ୟା ୭୦ ପ୍ରତିଶତ ବୃଦ୍ଧି ହୋଇଛି। ଅଲମ୍ପିକ୍ ବେଳେ ପ୍ୟାରିସ୍‌ରେ ଦୁଇ ସପ୍ତାହ ପର୍ଯ୍ୟନ୍ତ ହିଟ୍‌ଓ୍ବେଭ୍‌ର ଆଶଙ୍କା ରହିଛି। ଏହା ପୂର୍ବରୁ ଏଭଳି ୨୦୦୩ ରେ ହୋଇଥିଲା। ତା ଠାରୁ ଅଧିକ ଖରାପ ସ୍ଥିତି ଏଥର ହୋଇପାରେ। ବିଂଶ ଶତାବ୍ଦୀରେ ତାପମାତ୍ରା ରେକର୍ଡ ଭାଙ୍ଗିବା ସହଜ ନଥିଲା। କିନ୍ତୁ ଏବେ ଏହା ପ୍ରତିଦିନ ରେକର୍ଡ ଭାଙ୍ଗିବାରେ ଲାଗିଛି। ଏକ ଷ୍ଟଡି ରିପୋର୍ଟ ‘ଦ ଲାନସେଣ୍ଟ ପ୍ଲାନେଟ୍‌ ହେଲଥ୍ ଜର୍ଣ୍ଣାଲ’ରେ ଗତ ବର୍ଷ ପ୍ରକାଶ ପାଇଥିଲା। ଏଥିରେ କୁହାଯାଇଥିଲା ପୁରା ୟୁରୋପରେ ପ୍ୟାରିସ୍‌ରେ ସବୁଠାରୁ ଅଧିକ ୮୫୪ ଜଣଙ୍କ ମୃତ୍ୟୁ ହିଟ୍‌ଓ୍ବେଭ୍‌ ଓ ଗରମ କାରଣରୁ ହୋଇଛି।

ଏହାପଛର ସବୁଠାରୁ ବଡ କାରଣ ହେଉଛି ଅଧିକ ଘନତ୍ବ ଥିବା ଜନସଂଖ୍ୟା। ଜୁଲାଇ ୨୦୧୯ରେ ପ୍ୟାରିସ୍‌ରେ ସର୍ବାଧିକ ତାପମାତ୍ରା ୪୨.୬ ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଏଥର ଅଧିକ ରହିବାର ଆଶଙ୍କା ରହିଛି। ଅଲମ୍ପିକରେ ଅଧିକ ଗରମ କାରଣରୁ ମାରାଥନ, ଟେନିସ୍, ଭଲିବଲ୍‌ ଖେଳାଳିଙ୍କୁ ସମସ୍ୟା ହୋଇପାରେ। ଗତ ଥର ଟୋକିଓ ଅଲମ୍ପିକ୍‌ ସବୁଠାରୁ ଗରମ ଇଭେଣ୍ଟ ବୋଲି କୁହାଯାଉଥିଲା। ସେଠାରେ ୩୦ ଡିଗ୍ରୀ ସେଲସିୟସ୍‌ରୁ ଅଧିକ ତାପମାତ୍ରା ଥିଲା। ଏହା ସହିତ ୮୦% ଆଦ୍ରତା ଥିଲା। ଏହାପରେ ବି ଖେଳାଳିଙ୍କ ସ୍ଥିତି ଗରମ କାରଣରୁ ବିଗିଡି ଯାଇଥିଲା। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.