ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ବୁଧବାର ରାତିରେ ମହାଜାଗତିକ ଦୃଶ୍ୟ: ଚନ୍ଦ୍ର ପଛରେ ଲୁଚିଯିବ ଶନି, କିଛି ସ୍ଥାନରେ ୩୦ ମିନିଟ ଯାଏଁ ଅଦୃଶ୍ୟ ରହିବ

ଭୁବନେଶ୍ୱର,୨୩/୦୭: ମହାକାଶରେ ହଜି ଯିବ ଶନି ଗ୍ରହ । ଏଭଳି ଏକ ବିରଳ ମହାଜାଗତିକ  ଘଟଣା ଆସନ୍ତା ୨୪ ତାରିଖ ମଧ୍ୟରାତ୍ର ପରେ ସୃଷ୍ଟି ହେବାକୁଯାଉଛି  । ସେଦିନ ଶନି ଗ୍ରହ ଚନ୍ଦ୍ର ପଛରେ ଲୁଚି ଯାଇ ଅଦୃଶ୍ୟ ହୋଇ  କିଛି ସମୟ ପରେ ପୁନର୍ବାର ଦେଖାଯିବ । ଅନେକ ସ୍ଥାନରେ ୩୦ ମିନିଟରୁ ଅଧିକ ସମୟ ପର୍ଯ୍ୟନ୍ତ ଶନି ଗ୍ରହ ଲୁଚିରହିବ ବୋଲି ପଠାଣୀ ସାମନ୍ତ ପ୍ଲାନେଟୋରିୟମର  ପୂର୍ବତନ ଉପନିର୍ଦ୍ଦେଶକ ତଥା ବୈଜ୍ଞାନିକ  ଡ. ଶୁଭେନ୍ଦୁ ପଟ୍ଟନାୟକ କହିଛନ୍ତି । ଏହି  ସମୟକୁ ଏକ ପ୍ରକାର ପରାଗ କୁହାଯିବ ।  

ସୂର୍ଯ୍ୟ ପରାଗ ସମୟରେ ଚନ୍ଦ୍ର ସୂର୍ଯ୍ୟକୁ  ଘୋଡ଼ାଇ ରଖିଥାଏ । ଏଠି ଚନ୍ଦ୍ର ଶନି ଗ୍ରହକୁ  ଘୋଡ଼ାଇ ଦେବ । ମଣିଷ ଖାଲି ଆଖିରେ ଦେଖୁଥିବା ବୁଧ, ଶୁକ୍ର, ମଙ୍ଗଳ, ବୃହସ୍ପତି  ଓ ଶନି ଭଳି ୫ଟି ଗ୍ରହ ମଧ୍ୟ ସୂର୍ଯ୍ୟ ଚାରିପଟେ  ବୁଲୁଛନ୍ତି । ଯାହା ତାରା ଭଳି ଦେଖାଯାଆନ୍ତି । ପୃଥିବୀ, ଚନ୍ଦ୍ର ଓ ଗ୍ରହମାନଙ୍କ ଗତି  ଫଳରେ ପୃଥିବୀ ସହ ଅନ୍ୟଦୁଇଟି ପିଣ୍ଡ  ସମୟ ସମୟରେ ଏକ ସରଳରେଖାରେ  ଚାଲିଆସନ୍ତି । ସେଗୁଡିକ ଚନ୍ଦ୍ର-ସୂର୍ଯ୍ୟ  ଅଥବା ଚନ୍ଦ୍ର ସହ ତାରା ବା ଗ୍ରହ ନ ହେଲେ  ସୂର୍ଯ୍ୟ ସହ ଗ୍ରହର ଯୋଡ଼ି ହୋଇପାରେ ।  

ଯେତେବେଳେ ଲୁଚୁଥିବା ପିଣ୍ଡଟିର ଆକାର  ଲୁଚାଉଥିବା ପିଣ୍ଡର ଆକାର ତୁଳନାରେ  ଅନେକ ଗୁଣ ଛୋଟ ହୋଇଥାଏ,  ସେତେବେଳେ ଏହାକୁ ସମାବରଣ  କୁହାଯାଏ । ଚନ୍ଦ୍ର ପଛରେ ଲୁଚିଯାଉଥିବା  ତାରା, ଗ୍ରହ, ଉପଗ୍ରହ ଅଥବା ନକ୍ଷତ୍ର ପୁଞ୍ଜ  ସମାବରଣ ଖାଲି ଆଖିରେ ଦେଖାଯାଇଥାଏ ।  ସବୁ ବର୍ଷ ଚନ୍ଦ୍ର ପଛରେ କିଛି ତାରା /ଗ୍ରହ  ଲୁଚିଥାନ୍ତି । ଚନ୍ଦ୍ର ପଛରେ ଶନି ଗ୍ରହ ଲୁଚିବା  ଓ ପୁନର୍ବାର ଧିରେ ଧିରେ ବାହାରିବା ଅତ୍ୟନ୍ତ  ମନୋରମ ଦୃଶ୍ୟ । ଆକାଶ ମେଘ ମୁକ୍ତ  ରହିଲେ ଓଡ଼ିଶାର ସବୁ ଅଞ୍ଚଳରୁ ୨୪  ତାରିଖ ବୁଧବାର ମଧ୍ୟରାତ୍ର ପରେ ପ୍ରାୟ  ୧:୩୦ ମିନିଟରୁ ୨:୩୭ ମିନିଟ୍‌ ମଧ୍ୟରେ  ଏହାକୁ ଖାଲି ଆଖିରେ ଦେଖିହେବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.