ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇଥିବା ଛାତ୍ରୀଙ୍କୁ ନିଟ୍‌ରେ ମିଳିଛି ୭୦୫ ନମ୍ୱର , ସ୍କୁଲ ପ୍ରଶାସନ ବି ଆଶ୍ଚର୍ଯ୍ୟ

ଅହମ୍ମଦାବାଦ : ଗୁଜରାଟରେ ଜଣେ ଛାତ୍ରୀ କିଛି ଏମିତି କରି ଦେଖାଇଛନ୍ତି , ଯାହାକି ସେ ସବୁ ପିଲାଙ୍କ ପାଇଁ ଉଦାହରଣ ପାଲଟି ଯାଇଛନ୍ତି। ନିଟ୍‌–ୟୁଜି ପରୀକ୍ଷାରେ ଜଣେ ଛାତ୍ର ୭୨୦ ମଧ୍ୟରୁ ୭୦୫ ଅଙ୍କ ହାସଲ କରିଛନ୍ତି। ଏଥିରେ ଆଶ୍ଚର୍ଯ୍ୟର କଥା ଏହା କି, ଏହି ଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇ ଯାଇଥିଲେ। ନିଟ୍‌ ୟୁଜି ପରୀକ୍ଷାର ଫଳାଫଳର ଘୋଷଣା ଶନିବାର ହୋଇଥିଲା। 

ଟାଇମ୍‌ ଅଫ୍‌ ଇଣ୍ଡିଆର ରିପୋର୍ଟ ଏହି କମାଲ ଅହମ୍ମଦାବାଦରେ ରହୁଥିବା ଜଣେ ଛାତ୍ରୀ କରି ଦେଖାଇଛନ୍ତି। ସୋସିଆଲ ମିଡ଼ିଆରେ ଦ୍ୱାଦଶ ଶ୍ରେଣୀ ଓ ନିଟ୍‌ ୟୁଜିର ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କର ମାର୍କସିଟ୍‌ ମଧ୍ୟ ଭାଇରାଲ ହେଉଛି , ଯେଉଁଥିରେ ଉଭୟ ମାର୍କସିଟ୍‌ରେ ଏତେ ତଫାତ୍‌ ଦେଖିଲେ ଯେକେହି ଆଶ୍ଚର୍ଯ୍ୟ ହେବେ। ହେଲେ ଏହି ମାର୍କସିଟ୍ ଗୁଜରାଟର ଏହି ଛାତ୍ରୀଙ୍କର କି ନାହିଁ , ଏହାର ସ୍ପଷ୍ଟ ରିପୋର୍ଟରେ କରାଯାଇ ନାହିଁ। 

ତାଙ୍କର ଦ୍ୱାଦଶ ଶ୍ରେଣୀର ମାର୍କସିଟ୍‌ ମୁତାବିକ , ଫିଜିକ୍ସରେ ତାଙ୍କୁ ୨୧ ମାର୍କ୍ସ ମିଳିଥିଲା, କେମେଷ୍ଟ୍ରି ଓ ବାୟୋଲଜିରେ ୩୧ ଓ ୩୯ ମାର୍କ ଆସିଥିଲା। ଏହା ବ୍ୟତୀତ ଇଂରାଜୀରେ କେବଳ ୫୯ ମାର୍କ୍ସ ମିଳିଥିଲା। ୭୦୦ମଧ୍ୟରୁ ତାକୁ ମୋଟ୍‌ ୩୫୨ ମାର୍କ ଥିଲା। ରିପୋର୍ଟ ମୁତାବିକ , ସ୍କୁଲ୍‌ ତାଙ୍କର ଖରାପ ପ୍ରଦର୍ଶନ ବିଷୟରେ କଥାବାର୍ତ୍ତା କରିବା ପାଇଁ ତାଙ୍କ ମାତାପିତାଙ୍କୁ ମଧ୍ୟ ଡାକି ଥିଲା। ତାଙ୍କର କୋଚିଂ ସେଣ୍ଟର କହିଥିଲା କି ଦ୍ୱାଦଶ ଶ୍ରେଣୀରେ ରହି ସେ ଦୁଇଥର ଡ୍ରପ୍‌ ଆଉଟ୍‌ ମଧ୍ୟ କରି ନେଇ ଥିଲେ। ରିପୋର୍ଟ ମୁତାବିକ , ଛାତ୍ରୀ ଜଣଙ୍କ ଏକାଦଶ ଶ୍ରେଣୀ ଓ ଦ୍ୱାଦଶ ଶ୍ରେଣୀ ପାଇଁ କୋଚିଂ ସେଣ୍ଟରରେ ରେଜିଷ୍ଟ୍ରେସନ କରାଇ ଥିଲେ ଏବଂ ସ୍କୁଲରେ ସେ କେବଳ ଡମି ଛାତ୍ର ଭାବେ ରେଜିଷ୍ଟର୍ଡ ଥିଲେ। ନିଟ୍‌ ପରୀକ୍ଷାର ଫିଜିକ୍ସରେ ତାଙ୍କୁ ୯୯.୧ ପ୍ରତିଶତ ମାର୍କ ମିଳିଛି। ଏହା ବ୍ୟତୀତ ୯୯.୧ ପ୍ରତିଶତ କେମିଷ୍ଟ୍ରୀ ଓ ବାୟୋଲଜିରେ ମିଳିଛି, ଯେଉଁଥିରେ ତାଙ୍କର ମୋଟ ପ୍ରତିଶତ ୯୯.୮ ପ୍ରତିଶତ ହୋଇ ଯାଇଛି।

ଏହି ମଧ୍ୟରେ ଶନିବାର ନିଟ୍‌ ୟୁଜି ପରୀକ୍ଷାର ରେଜଲ୍ଟ ସ୍କୁଲ୍‌ ପ୍ରଶାସନ ମଧ୍ୟ ଆଶ୍ଚର୍ଯ୍ୟ ହୋଇଛନ୍ତି। ଯେଉଁ ଛାତ୍ରୀ ଦ୍ୱାଦଶ ଶ୍ରେଣୀରେ ଫେଲ୍‌ ହୋଇ ଥିଲେ ତାଙ୍କୁ ନିଟ୍‌ ୟୁଜି ପରୀକ୍ଷାରେ ୭୨୦ରୁ ୭୦୫ ମାର୍କ ମିଳିଥିଲା, ଯେଉଁଥିରେ କି ସେ ଗୁଜରାଟର ଟପ୍‌ ଫରଫର୍ମରରେ ସାମିଲ ହୋଇଥିଲେ। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.