ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ମହାସାଗର ତଳେ ଉତ୍ପନ୍ନ ହେଉଛି ‘ଡାର୍କ ଅକ୍ସିଜେନ୍‌’, ସୂର୍ଯ୍ୟାଲୋକ ବିନା ହେଉଛି ଫଟୋସିନ୍ଥେସିସ୍

ନୂଆଦିଲ୍ଲୀ, ୨୪/୦୭ : ମହାସାଗର ତଳେ ‘ଡାର୍କ ଅକ୍ସିଜେନ୍‌’ । ସୂର୍ଯ୍ୟାଲୋକ ବିନା ଉତ୍ପନ୍ନ ହେଉଛି ଅମ୍ଳଜାନ । ଏହି ଘଟଣା ବୈଜ୍ଞାନିକଙ୍କୁ ଚକିତ କରିଛି । ସମୁଦ୍ର ଚଟାଣରେ ଧାତୁର ଛୋଟ ଛୋଟ ନୋଡୁଲ୍ସ ବା ପିଣ୍ଡ ଦ୍ୱାରା ଅମ୍ଳଜାନ ଉତ୍ପନ୍ନ ହେଉଥିବା ବୈଜ୍ଞାନିକମାନେ ଆବିଷ୍କାର କରିଛନ୍ତି । ଉତ୍ତର ପ୍ରଶାନ୍ତ ମହାସାଗରର କ୍ଲାରିଅନ୍‌-କ୍ଲିପର୍ଟନ୍‌ ଜୋନ୍‌ରେ ବିଶାଳ କ୍ଷେତ୍ରରେ ବିସ୍ତୃତ ଅମ୍ଳଜାନ ଉତ୍ପନ୍ନକାରୀ ଏହି ଛୋଟ ଧାତବ ପିଣ୍ଡ ଠାବ କରାଯାଇଛି । 

ଆମେ ଶ୍ୱାସକ୍ରିୟାରେ ଗ୍ରହଣ କରୁଥିବା ପ୍ରାୟ ଅଧା ଅମ୍ଳଜାନ ମହାସାଗରରୁ ଆସେ । କିନ୍ତୁ ଏହି ଆବିଷ୍କାର ପୂର୍ବରୁ ସଭିଙ୍କ ଧାରଣା ଥିଲା, ସାମୁଦ୍ରିକ ଉଦ୍ଭିଦଙ୍କ ଦ୍ୱାରା ଫଟୋସିନ୍ଥେସିସ୍‌ (ଯାହା ସୂର୍ଯ୍ୟାଲୋକ ଆବଶ୍ୟକ କରେ)ରୁ ଏଠାରେ ଅମ୍ଳଜାନ ଉତ୍ପନ୍ନ ହେଉଥିଲା । ମହାସାଗରର ୫ କିମି ଗଭୀରକୁ ଯୂର୍ଯ୍ୟାଲୋକ ଯାଇପାରେ ନାହିଁ । ଏହି ସ୍ଥିତିରେ ପ୍ରାକୃତିକ ଧାତବ ପିଣ୍ଡ (ନୋଡୁଲ୍ସ) ଦ୍ୱାରା ଅମ୍ଳଜାନ ଉତ୍ପନ୍ନ ହେଉଛି, ଯାହା ସମୁଦ୍ରଜଳ ଏଚ୍‌୨ଓକୁ ଉଦ୍‌ଯାନ ଓ ଅମ୍ଳଜାନରେ ବିଭାଜିତ କରେ । ଅନେକ ଖଣି କମ୍ପନି ଏହି ନୋଡୁଲ୍‌ଗୁଡ଼ିକୁ ସଂଗ୍ରହ କରିବାକୁ ଯୋଜନା କରୁଛନ୍ତି । କିନ୍ତୁ ଏହା ସଦ୍ୟ ଆବିଷ୍କୃତ ଅମ୍ଳଜାନ ଉତ୍ପନ୍ନ ପ୍ରକ୍ରିୟାରେ ବାଧା ସୃଷ୍ଟି କରିବ ବୋଲି ସାମୁଦ୍ରିକ ବୈଜ୍ଞାନିକମାନେ ଭୟ କରୁଛନ୍ତି । ଏହା ନୋଡୁଲ୍ସ ଉତ୍ପନ୍ନକାରୀ ଅମ୍ଳଜାନ ଉପରେ ନିର୍ଭରଶୀଳ ତମାମ ସାମୁଦ୍ରିକ ଜୀବଙ୍କୁ କ୍ଷତି ପହଞ୍ଚାଇବ । 

ଅଧ୍ୟୟନର ମୁଖ୍ୟ ଗବେଷକ ସ୍କଟିଶ ଆସୋସିଏସନ୍‌ ଫର ମେରାଇନ୍‌ ସାଇନ୍ସର ପ୍ରଫେସର ଆଣ୍ଡ୍ର‌୍ୟୁ ସ୍ୱିଟ୍‌ମ୍ୟାନ କହିଛନ୍ତି, ମୁଁ ପ୍ରଥମେ ୨୦୧୩ ମସିହାରେ ଏହି ପ୍ରକ୍ରିୟାକୁ ଦେଖିଥିଲି । ସମ୍ପୂର୍ଣ୍ଣ ଅନ୍ଧାରରେ ସମୁଦ୍ର ତଳେ ପ୍ରଚୁର ମାତ୍ରାରେ ଅମ୍ଳଜାନ ଉତ୍ପନ୍ନ ହେଉଥିଲା । କିନ୍ତୁ ଏହାକୁ ଅଣଦେଖା କଲି । କାରଣ ମୁଁ ପଢ଼ିଥିଲି ଯେ କେବଳ ଫଟୋସିନ୍ଥେସିସ୍‌ ଜରିଆରେ ଅମ୍ଳଜାନ ମିଳେ । ଶେଷରେ ମୁଁ ହୃଦୟଙ୍ଗମ କଲି ଯେ ଦୀର୍ଘ ବର୍ଷ ଧରି ଏହି ଗୁରୁତ୍ୱପୂର୍ଣ୍ଣ ଆବିଷ୍କାରକୁ ମୁଁ ଅଣଦେଖା କରୁଆସୁଥିଲି । ସ୍ୱିଟ୍‌ମ୍ୟାନ ଓ ତାଙ୍କ ସହକର୍ମୀମାନେ ହୱାଇ ଓ ମେକ୍ସିକୋ ମଧ୍ୟରେ ଗଭୀର ସମୁଦ୍ର ଅଞ୍ଚଳରେ ଏହି ଅଧ୍ୟୟନ କରିଥିଲେ । ଏହା ଗଭୀର ସମୁଦ୍ର ତଳର ଏକ ବିଶାଳ ଅଂଶ, ଯାହା ଏ ପ୍ରକାର ନୋଡୁଲ୍ସ ବା ଧାତବ ପିଣ୍ଡ ଦ୍ୱାରା ଆବୃତ୍ତ । ସମୁଦ୍ର ଜଳରେ ମିଶ୍ରିତ ଧାତୁ ଯେତେବେଳେ ଶାମୁକା ଖୋଳ କିମ୍ବା ଅନ୍ୟ ଅବଶେଷ ଉପରେ ଜମା ହୁଏ, ନୋଡୁଲ୍ସ ପିଣ୍ଡ ସୃଷ୍ଟି ହୁଏ । ଏହି ପ୍ରକ୍ରିୟା ଲାଗି ଅନେକ କୋଟି ବର୍ଷ ଲାଗେ । ଏହି ଧାତବ ପିଣ୍ଡଗୁଡ଼ିକରେ ଲିଥିୟମ୍‌, କୋବାଲ୍ଟ ଓ କପର୍‌ ଭଳି ଧାତୁ ନିହିତ ଥାଏ । ଏ ସମସ୍ତ ବ୍ୟାଟେରି ପ୍ରସ୍ତୁତି ପାଇଁ ଆବଶ୍ୟକ । ଅନେକ ଖଣି କମ୍ପାନି ଏଗୁଡ଼ିକୁ ସଂଗ୍ରହ କରି ଭୂପୃଷ୍ଠକୁ ଆଣିବାକୁ ବିଭିନ୍ନ ଟେକ୍ନୋଲୋଜିର ବିକାଶ ଚଳାଇଛନ୍ତି । 

ସ୍ୱିଟ୍‌ମ୍ୟାନ କହିଛନ୍ତି, ଏହି ପିଣ୍ଡ ଉତ୍ପନ୍ନ କରୁଥିବା ଡାର୍କ ଅକ୍ସିଜେନ୍‌ ସମୁଦ୍ର ଚଟାଣରେ ଜୀବଜଗତକୁ ସମର୍ଥନ କରୁଛନ୍ତି । ଏହି ସ୍ଥିତିରେ ଖଣି କମ୍ପାନି ଯଦି ଏଥିରେ ହସ୍ତକ୍ଷେପ କରନ୍ତି, ତେବେ ସାମୁଦ୍ରିକ ଜୀବନ ପ୍ରତି ବଡ଼ ବିପଦର ଆଶଙ୍କା ରହିଛି ବୋଲି ସେ ଚେତାଇ ଦେଇଛନ୍ତି । ଅଧ୍ୟୟନଟି ନେଚର ଜିଓସାଇନ୍ସ ପତ୍ରିକାରେ ପ୍ରକାଶ ପାଇଛି । ସ୍ୱିଟ୍‌ମ୍ୟାନ କହିଛନ୍ତି, ଏହି ଛୋଟ ଛୋଟ ଧାତବ ପିଣ୍ଡ ବା ନୋଡୁଲ୍ସ ବ୍ୟାଟେରି ଭଳି କାମ କରୁଥିବାରୁ ଅମ୍ଳଜାନ ଉତ୍ପନ୍ନ ପାଇଁ ସକ୍ଷମ । ଯଦି ଆପଣ ସମୁଦ୍ର ଜଳରେ ଏକ ବ୍ୟାଟେରି ପକାଇବେ, ସେଥିରୁ ଗ୍ୟାସ୍‌ର ଫୋଟକା ବାହାରିବ । ଏହାର କାରଣ ହେଉଛି ବୈଦ୍ୟୁତିକ ପ୍ରବାହ ସମୁଦ୍ର ଜଳକୁ ଉଦ୍‌ଯାନ ଓ ଅମ୍ଳଜାନରେ ବିଭାଜିତ କରିବ । ଆମର ଧାରଣା, ଏଠାରେ ପ୍ରାକୃତିକ ସ୍ଥିତିରେ ଏହି ନୋଡୁଲ୍‌ଗୁଡ଼ିକ ଜରିଆରେ ଏପରି ହେଉଛି । 

ଗବେଷକମାନେ ଏହି ଥିଓରିକୁ ଲ୍ୟାବ୍‌ରେ ପରୀକ୍ଷା କଲେ । ଆଳୁ ଆକୃତିର ଧାତବ ପିଣ୍ଡଗୁଡ଼ିକୁ ସମୁଦ୍ର ତଳୁ ସଂଗ୍ରହ କରି ସେଗୁଡ଼ିକର ଅଧ୍ୟୟନ କଲେ । ଭୂପୃଷ୍ଠରେ ପ୍ରତ୍ୟେକ ଧାତବ ପିଣ୍ଡର ଭୋଲ୍ଟେଜ୍‌କୁ ସେମାନେ ମାପିଲେ । ବିଶେଷକରି ସେଗୁଡ଼ିକର ବୈଦ୍ୟୁତିକ ପ୍ରବାହର ସାମର୍ଥ୍ୟକୁ ପରୀକ୍ଷା କଲେ । ପାରମ୍ପରିକ ଏଏ-ଆକାର ବ୍ୟାଟେରିର ଭୋଲ୍ଟେଜ୍‌ ସହ ଏହା ଆପାତତଃ ସମାନ ଥିବା ସେମାନେ ଜାଣିବାକୁ ପାଇଲେ । ଏହାର ଅର୍ଥ, ସମୁଦ୍ର ଶଯ୍ୟାରେ ଥିବା ଏହି ନୋଡୁଲ୍‌ ସମୁଦ୍ର ଜଳକୁ ଉଦ୍‌ଯାନ ଓ ଅମ୍ଳଜାନରେ ବିଭାଜିତ କରିବା ପାଇଁ ବିପୁଳ ମାତ୍ରାରେ ବୈଦ୍ୟୁତିକ ପ୍ରବାହ ଉତ୍ପନ୍ନ କରୁଛି । କ୍ଲାରିଅନ୍‌-କ୍ଲିପର୍ଟନ୍‌ ଜୋନ୍‌କୁ ଅନେକ ସମୁଦ୍ର ଶଯ୍ୟା ମାଇନିଂ କମ୍ପାନି ପୂର୍ବରୁ ଅନ୍ୱେଷଣ କରିଛନ୍ତି । ସମୁଦ୍ର ଶଯ୍ୟା ଖନନ ସାମୁଦ୍ରିକ ବାସସ୍ଥଳୀ ଓ ଜୀବଜଗତକୁ ଧ୍ୱଂସ କରିଦେବ ବୋଲି ୟୁଏସ୍‌ ନ୍ୟାସନାଲ ଓସେନିକ୍‌ ଆଣ୍ଡ ଆଟ୍‌ମୋସପିୟରିକ୍‌ ଆଡ୍‌ମିନିଷ୍ଟ୍ରେସନ୍‌ ଚେତାଇଛି । ୪୪ ଦେଶର ୮୦୦ରୁ ଅଧିକ ସାମୁଦ୍ରିକ ବୈଜ୍ଞାନିକ ଏହି ବଡ଼ ପାରିପାଶ୍ୱିର୍କ ବିପଦ ସମ୍ପର୍କିତ ଏକ ପିଟିସନ୍‌ରେ ଦସ୍ତଖତ କରିଛନ୍ତି ଏବଂ ସମୁଦ୍ର ଶଯ୍ୟାରେ ଖନନ କାର୍ଯ୍ୟକୁ ରୋକିବାକୁ ଆହ୍ୱାନ ଦେଇଛନ୍ତ

  • prameyanews
  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.