ପ୍ରମୂଖ ଖବର
  • ଘଟଗାଁ : ଶାଳଗଛରୁ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ
  • ||
  • କଣ୍ଟାବାଞ୍ଜି : ନଦୀକୁ ଗାଧୋଇବାକୁ ଯାଇ ପାଣିରେ ବୁଡି ଛାତ୍ରଙ୍କ ମୃତ୍ୟୁ, ଅପମୃତ୍ୟୁ ମାମଲା ରୁଜୁ କଲା ପୋଲିସ
  • ||
  • କରଞ୍ଜିଆ : ଦନ୍ତା ହାତୀ ଶିକାର ଘଟଣା: ଗିରଫ ହେଲେ ଆଉ ୫ ଶିକାରୀ
  • ||
  • ଚାନ୍ଦବାଲି : କାର ଧକ୍କାରେ ସାଇକେଲ ଆରୋହୀ ମୃତ, କାର୍‌ ଡ୍ରାଇଭର ଅଟକ
  • ||
  • ଓଡ଼ିଶାକୁ ଚତୁର୍ଥ ବନ୍ଦେ ଭାରତ ଭେଟି:୧୫ରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ,
  • ||
  • ମଧ୍ୟପ୍ରଦେଶରେ ଟ୍ରାକରୁ ଖସିଲା ‘ସୋମନାଥ ଏକ୍ସପ୍ରେସ’, ୨ଟି ବଗି ଲାଇନଚ୍ୟୁତ
  • ||
  • ଆଜି ସୁଭଦ୍ରା ସଚେତନତା ରଥ ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ
  • ||
  • ଆହୁରି ଘନୀଭୂତ ହେବ ଲଘୁଚାପ, ସୋମବାର ଅବପାତ: ଆଜିଠୁ ତିନି ଦିନ ଗର୍ଜିବ ମେଘ, ୧୮ଜିଲ୍ଲାକୁ ଆଲର୍ଟ
  • ||

ଆଫଗାନିସ୍ତାନର ବିଜୟ ପରେ ପଏଣ୍ଟ ଟେବୁଲରେ ବଡ଼ ପରିବର୍ତ୍ତନ; ଦଶମ ସ୍ଥାନରେ ବିଶ୍ୱ ଚାମ୍ପିୟନ ଇଂଲଣ୍ଡ ଏବଂ ଷଷ୍ଠରେ ପାକିସ୍ତାନ

Image source: ABP

ନୂଆଦିଲ୍ଲୀ,୦୪/୧୧: ୨୦୨୩ ଦିନିକିଆ ବିଶ୍ୱକପ ଆଫଗାନିସ୍ତାନ ପାଇଁ ଏପର୍ଯ୍ୟନ୍ତ ଐତିହାସିକ ରହିଆସିଛି। ଲକ୍ଷ୍ନୌର ଏକାନା କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ନେଦରଲ୍ୟାଣ୍ଡକୁ ୭ ୱିକେଟରେ ପରାସ୍ତ କରି ଏହି ଟୁର୍ଣ୍ଣାମେଣ୍ଟର ଚତୁର୍ଥ ବିଜୟ ହାସଲ କରିଛି ଆଫଗାନ ଦଳ। ଏହି ବିଜୟ ସହିତ ଆଫଗାନିସ୍ତାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ପହଞ୍ଚିଛି, ଯେଉଁଠି ପୂର୍ବରୁ ପାକିସ୍ତାନ ଥିଲା। ଚତୁର୍ଥ ବିଜୟ ପରେ ଆଫଗାନିସ୍ତାନ ଦଳ ନ୍ୟୁଜିଲ୍ୟାଣ୍ଡ ଏବଂ ଅଷ୍ଟ୍ରେଲିଆ ସହିତ ବରାବର ୮ ପଏଣ୍ଟ ସମାନ ରହିଛି। ଯେଉଁଠି ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ଦଶମ ସ୍ଥାନରେ ରହିଛି। 

ଆଫଗାନିସ୍ତାନ ଏହି ଟୁର୍ଣ୍ଣାମେଣ୍ଟରେ ୭ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ଦଳ ୪ ଟିରେ ବିିଜୟ ହାସଲ କରିଛି। ଆଫଗାନିସ୍ତାନଠାରୁ ଷଷ୍ଠ ସ୍ଥାନରେ ଥିବା ପାକିସ୍ତାନ ସାତୋଟି ମ୍ୟାଚ ମଧ୍ୟରୁ ତିନୋଟି ଜିତିଛି। ଏଭଳି ପରିସ୍ଥିତିରେ ଆଫଗାନିସ୍ତାନ ଦଳ ପରବର୍ତ୍ତୀ ମ୍ୟାଚ୍ ଜିତି ସେମିଫାଇନାଲ ପାଇଁ ଏକ ଶକ୍ତିଶାଳୀ ଦାବିଦାର ହୋଇପାରେ ଏବଂ ପାକିସ୍ତାନର ପତା କଟିପାରେ। 

ପଢ଼ନ୍ତୁ: ଡେଙ୍ଗୁ ପାଇଁ ୪ କେଜି ହ୍ରାସ୍ ପାଇଥିଲା ଶୁବମନ ଗିଲଙ୍କ ଓଜନ, କହିଲେ ପୁଣି କେମିତି କଲେ ଉତ୍ତମ ପ୍ରଦର୍ଶନ

ଟପ୍‌ ୪ରେ ହୋଇନାହିଁ କୌଣସି ପରିବର୍ତ୍ତନ: 

ଟପ୍ -୪ ରେ ଆୟୋଜକ ଭାରତ ୧୪ ପଏଣ୍ଟ ସହ ପ୍ରଥମ ସେମିଫାଇନାଲିଷ୍ଟ ହୋଇ ଶୀର୍ଷ ସ୍ଥାନରେ ରହିଥିବା ବେଳେ ଦ୍ବିତୀୟ ସ୍ଥାନରେ ୧୨ ପଏଣ୍ଟ ସହିତ ଦକ୍ଷିଣ ଆଫ୍ରିକା ରହିଛି। ଏହା ପରେ ଅଷ୍ଟ୍ରେଲିଆ ଏବଂ ନ୍ୟୁଜିଲ୍ୟାଣ୍ଡ ଯଥାକ୍ରମେ ୮-୮ ପଏଣ୍ଟ ସହ ତୃତୀୟ ଏବଂ ଚତୁର୍ଥ ସ୍ଥାନରେ ଅଛନ୍ତି। ନ୍ୟୁଜିଲ୍ୟାଣ୍ଡ ଅପେକ୍ଷା ଅଷ୍ଟ୍ରେଲିଆର ରନ୍ ହାର ଭଲ, ଯେଉଁ କାରଣରୁ ଏହା କିୱି ଦଳଠାରୁ ପାଦେ ଅଗରେ ଅଟେ। ଚତୁର୍ଥ ସ୍ଥାନରେ ଥିବା ନ୍ୟୁଜିଲ୍ୟାଣ୍ଡ ଏହାର ପରବର୍ତ୍ତୀ ମ୍ୟାଚ୍ ୬ ନମ୍ବରରେ ଥିବା ପାକିସ୍ତାନ ବିପକ୍ଷରେ ଖେଳିବ। 

ଅନ୍ୟ ଦଳର ସ୍ଥିତି କିପରୀ?

ଟପ୍ -୪ ଆଗରେ ଆଫଗାନିସ୍ତାନ ୮ ପଏଣ୍ଟ ଏବଂ ନେଗେଟିଭ୍ ରନ୍ ହାର -୦.୩୩୦ ସହିତ ପଞ୍ଚମ ସ୍ଥାନରେ ରହିଛି। ଏହା ପରେ ପାକିସ୍ତାନ ୬ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ରହିଛି ଏବଂ ନେଗେଟିଭ୍ -୦.୦୨୪ ର ରନ୍‌ ରେଟ୍‌ ସହିତ ଷଷ୍ଠ, ଶ୍ରୀଲଙ୍କା 4 ପଏଣ୍ଟ ସହ ସପ୍ତମ ସ୍ଥାନରେ ରହିଛି ଏବଂ ନେଗେଟିଭ୍ -୧.୧୬୨ର ନେଟ୍ ରନ୍‌ରେଟ୍‌, ନେଦରଲ୍ୟାଣ୍ଡ ୪ ପଏଣ୍ଟ ସହ ଅଷ୍ଟମ ସ୍ଥାନରେ ରହିଛି ଏବଂ ନେଗେଟିଭ୍ -୧.୩୯୮ର ନେଟ୍ ରନ୍‌ରେଟ୍‌ ଓ ବାଂଲାଦେଶ ନବମ ସ୍ଥାନରେ ରହିଛି। ଏବଂ ଡିଫେଣ୍ଡିଂ ଚାମ୍ପିଅନ୍ ଇଂଲଣ୍ଡ ୨ ପଏଣ୍ଟ ସହ ଦଶମ ସ୍ଥାନରେ ରହିଛି।

You can also read: ନେପାଳ ଭୂମିକମ୍ପରେ ବଢ଼ୁଛି ମୃତ୍ୟୁ ସଂଖ୍ୟ; ବର୍ତ୍ତମାନ ସୁଦ୍ଧା ଗଲାଣି ୭୨ ଜୀବନ, ମଧ୍ୟରାତ୍ରୀରେ ଥରିଉଠିଲା ଦିଲ୍ଲୀରୁ ବିହାର

 

  • ODI World Cup 2023
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.