ଛତ୍ରପତି ଶମ୍ଭାଜୀନଗର,୧୯/୦୨ : ଆସନ୍ତା ୫ ରୁ ୬ ମାସ ଭିତରେ ମିଳିବ ମହିଳାଙ୍କ କ୍ୟାନସର ଟିକା। ୯ ବର୍ଷରୁ ୧୬ ବର୍ଷ ବୟସ୍କ କିଶୋରୀଙ୍କୁ ଦିଆଯିବ ଏହି ଟିକା। ଏନେଇ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ଆୟୁଷ ରାଷ୍ଟ୍ରମନ୍ତ୍ରୀ (ସ୍ୱାଧୀନ ଦାୟିତ୍ୱ) ପ୍ରତାପରାଓ ଯାଦବ ।
ପ୍ରତାପରାଓ ଯାଦବ କହିଛନ୍ତି ଯେ, କ୍ୟାନସର ଟିକା ଉପରେ ଗବେଷଣା ଶେଷ ହୋଇଛି ଏବଂ ବର୍ତ୍ତମାନ ଟିକାର ପରୀକ୍ଷା କରାଯାଉଛି । ପରୀକ୍ଷା ଶେଷ ହେବା ପରେ ତାହା ପ୍ରଦାନ କରାଯିବ । ଏଥିପାଇଁ ୫ରୁ ୬ମାସ ସମୟ ଲାଗିବ । ଦେଶରେ କ୍ୟାନସର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ତାର ମୁକାବିଲା କରିବା ଲାଗି କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ୩୦ ବର୍ଷରୁ ଅଧିକ ବୟସର ମହିଳାଙ୍କୁ ସରକାରୀ ହସ୍ପିଟାଲରେ ଯାଞ୍ଚ କରାଯିବ ଏବଂ ଆରମ୍ଭରୁ କ୍ୟାନସର ରୋଗ ଚିହ୍ନଟ କରିବା ଲାଗି ଡେକେୟାର କ୍ୟାନସର ସେଣ୍ଟର ପ୍ରତିଷ୍ଠା କରାଯିବ । କ୍ୟାନସର ଚିକିତ୍ସା ପାଇଁ ବ୍ୟବହୃତ ଔଷଧର ସୀମା ଶୁଳ୍କ ମଧ୍ୟ ସରକାର ଛାଡ କରିଛନ୍ତି। ଏହି ଟିକା ସ୍ତନ କର୍କଟ, ମୁଖଗହ୍ୱର କର୍କଟ ଓ ଗର୍ଭାଶୟ କର୍କଟ ରୋଗର ମୁକାବିଲା କରିବ।
ଏହି ଖବରଟିକୁ ପଢନ୍ତୁ-'ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ', ପଦ ସମ୍ଭାଳିବା ପରେ କହିଲେ ସିଇସି ଜ୍ଞାନେଶ କୁମାର