ପ୍ରମୂଖ ଖବର
  • ମିନାକ୍ଷୀ ବାହିନୀପତି ହେଲେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ
  • ||
  • ଦିଗପହଣ୍ଡି : ଝାଡାବାନ୍ତିରେ ଜଣେ ମୃତ, ୯ ଗୁରୁତର
  • ||
  • ନୂଆପଡ଼ା : ଲଗାଣ ବର୍ଷାରେ ଭୁଶୁଡ଼ିଲା ନିର୍ମାଣାଧୀନ କୁକୁଡ଼ା ଫାର୍ମ କାନ୍ଥ, ଚାପି ହୋଇ ଦୁଇ ମହିଳା ମୃତ
  • ||
  • ବିଶ୍ୱ ପୁଲିସ ଓ ଅଗ୍ନିଶମ କ୍ରୀଡ଼ାରେ ଇତିହାସ ରଚିଲା ଓଡ଼ିଶା ପୁଲିସ; ମିଳିଲା ୯ ସ୍ୱର୍ଣ୍ଣ, ୨ଟି ରୌପ୍ୟ ଓ ୩ଟି ବ୍ରୋଞ୍ଜ ପଦକ
  • ||
  • ଝାରସୁଗୁଡାରେ ବର୍ଷା ବିତ୍ପାତ, ୪ ବ୍ଲକରେ ଅତି ପ୍ରବଳ ବର୍ଷା ରେକର୍ଡ
  • ||
  • କଟକ : କାର୍‌ - ବାଇକ୍‌ ମୁହାଁମୁହିଁ ଧକ୍କା; ଜଣେ ଗୁରୁତର, ୨ ଆହତ
  • ||
  • ନୟାଗଡ଼ : ଟାଙ୍ଗିଆ ଚୋଟରେ ବୃଦ୍ଧଙ୍କ ମୃତ୍ୟୁ, ଅଭିଯୁକ୍ତ ଅଟକ
  • ||
  • ପୂଜାର୍ଚ୍ଚନା ପରେ ଖୋଲିଲା ହୀରାକୁଦର ୭ ନମ୍ବର ଗେଟ୍, ଛଡ଼ାଗଲା ଚଳିତ ବର୍ଷର ପ୍ରଥମ ବନ୍ୟାଜଳ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

'ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ', ପଦ ସମ୍ଭାଳିବା ପରେ କହିଲେ ସିଇସି ଜ୍ଞାନେଶ କୁମାର

Published By : Ankita S | February 19, 2025 10:40 AM

ନୂଆଦିଲ୍ଲୀ,୧୯/୦୨: ଦେଶର ନବ ନିଯୁକ୍ତ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାର ଗୁପ୍ତା ଆଜି (ବୁଧବାର) ଦାୟିତ୍ବ ଗ୍ରହଣ କରିଛନ୍ତି । ଦେଶର ୨୬ତମ ସିଇସି ଭାବେ ପଦ ସମ୍ଭାଳିଛନ୍ତି ଜ୍ଞାନେଶ କୁମାର । ସେ ପୂର୍ବତନ ସିଇସି ରଜୀବ କୁମାରଙ୍କ ସ୍ଥାନ ନେଇଛନ୍ତି । ୨୦୨୯ ଜାନୁଆରୀ ୨୯ରେ ତାଙ୍କର କାର୍ଯ୍ୟକାଳ ଶେଷ ହେବ । ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । ଭୋଟରଙ୍କ ସହ ଇସିଆଇ ସବୁବେଳେ ରହିଛନ୍ତି ବୋଲି କାର୍ଯ୍ୟଭାର ସମ୍ଭାଳିବା ପରେ କହିଛନ୍ତି ଜ୍ଞାନେଶ କୁମାର ଗୁପ୍ତା ।

ପଦ ସମ୍ଭାଳିବା ପରେ ଜ୍ଞାନେଶ କୁମାର କହିଛନ୍ତି, ରାଷ୍ଟ୍ର ନିର୍ମାଣରେ ମତଦାନ ପ୍ରଥମ ପଦକ୍ଷେପ । ତେଣୁ ଭାରତ ପ୍ରତି ନାଗରିକ ଯାହାଙ୍କୁ ୧୮ ବର୍ଷ ହୋଇ ସାରିଛି ସେ ମତଦାନ ନିଶ୍ଚୟ କରନ୍ତୁ । ଭାରକର ସମ୍ବିଧାନ, ନିର୍ବାଚନୀ ଆଇନ୍, ନିୟମ ଏବଂ ସେଥିରେ ଜାରି ନିର୍ଦ୍ଦେଶ ଅନୁସାରେ ନିର୍ବାଚନ ଆୟୋଗ ସର୍ବଦା ମତଦାତାଙ୍କ ସହିତ ଅଛନ୍ତି ରହିବେ ।

କିଏ ଜ୍ଞାନେଶ କୁମାର ? ୧୯୮୮ ବ୍ୟାଚ୍‌ ଅବସରପ୍ରାପ୍ତ IAS ଅଧିକାରୀ ଜ୍ଞାନେଶ କୁମାର ଦେଶର ୨୬ତମ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି । ଆଜି ବିଦ୍ଧିବଦ୍ଧ ଭାବେ ଦାୟିତ୍ବ ଗ୍ରହଣ କରିଛନ୍ତି । କେରଳ କ୍ୟାଡରର ପୂର୍ବତନ ଆଇଏଏସ ଅଫିସର ଜ୍ଞାନେଶ କୁମାର ନୂଆ ମୁଖ୍ୟ ନିର୍ବାଚନ କମିଶନର ହୋଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଚୟନ ବୈଠକରେ ଜ୍ଞାନେଶ କୁମାରଙ୍କ ନାମରେ ମୋହର ବାଜିଥିଲା । ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରେ ଜ୍ଞାନେଶ କୁମାରଙ୍କ ଜନ୍ମ । ପିଲାଟି ଦିନରୁ ପ୍ରତିଭାବାନ ଥିଲେ ସେ । ବାରାଣସୀର କ୍ୱିନ୍ସ କଲେଜରେ ଟପର୍ ରହିଥିଲେ । 

ଅଧିକ ପଢନ୍ତୁ...କିଏ ଜ୍ଞାନେଶ କୁମାର ଗୁପ୍ତା ? ଧାରା ୩୭୦ରୁ ନେଇ ରାମମନ୍ଦିର ଯାଏ କନେକ୍ସନ, ଜାଣନ୍ତୁ କଣ ରହିବ ଚ୍ୟାଲେଞ୍ଜ

୧୯୮୮ରେ ସିଭିଲ୍ ସେବା ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ କେରଳ କ୍ୟାଡ୍‌ରର ଆଇଏଏସ୍‌ ଅଧିକାରୀ ହୋଇଥିଲେ । ପ୍ରଥମେ ଥିରୁଅନନ୍ତପୁରମରେ ଡିଏମ୍ ଭାବେ ନିଯୁକ୍ତ ହୋଇଥିଲା । ୟୁପିଏ ସରକାର ସମୟରେ ୨୦୦୭ରୁ ୨୦୧୨ ଯାଏ ସେ ପ୍ରତିରକ୍ଷା ମନ୍ତ୍ରଣାଳୟରେ ଯୁଗ୍ମ ସଚିବ ଭାବେ କାର୍ଯ୍ୟ କରିଥିଲେ । ୨୦୧୪ରେ ସେ କେରଳ ସରକାରଙ୍କ ଦିଲ୍ଲୀ ରେସିଡେଣ୍ଟ କମିଶନର ଥିଲେ । ଜାମ୍ମୁ କାଶ୍ମୀରରୁ ଧାରା ୩୭୦ରୁ ନେଇ ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ପ୍ରତିଷ୍ଠା ଯାଏ ଜ୍ଞାନେଶ କୁମାରଙ୍କ ବହୁ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି । ଜ୍ଞାନେଶ କୁମାରଙ୍କ କାର୍ଯ୍ୟକାଳ ଭିତରେ ଚଳିତ ବର୍ଷ ଶେଷ ଆଡକୁ ବିହାର ବିଧାନସଭା ନିର୍ବାଚନ, ୨୦୨୬ରେ କେରଳ, ପୁଡୁଚେରୀ, ତାମିଲନାଡୁ ଓ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଜ ହେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.