ପ୍ରମୂଖ ଖବର
  • ଭୁବନେଶ୍ୱର : ଦାନା ବାନ୍ଧୁଛି ଲଘୁଚାପ; ଆସନ୍ତା ୪ ଦିନ ବର୍ଷାରେ ଭିଜିବ, ଶନିବାର ୮ ଜିଲ୍ଲାକୁ ୟେଲୋ ଆଲର୍ଟ
  • ||
  • ମୟୂରଭଞ୍ଜ : ଶିମିଳିପାଳ ବାଙ୍ଗିରିପୋଷି ରେଞ୍ଜରେ ଅଘଟଣ, ମାଈ ହାତୀର ମୃତଦେହ ଠାବ
  • ||
  • ଆନନ୍ଦପୁର : ପ୍ରଧାନ ଶିକ୍ଷୟିତ୍ରୀଙ୍କ ମନମାନିକୁ ବିରୋଧ, ସ୍କୁଲରେ ତାଲା ପକାଇ ଧାରଣାରେ ବସିଲେ ଛାତ୍ରଛାତ୍ରୀ ଓ ଗ୍ରାମବାସୀ
  • ||
  • ଯାଜପୁର : ଖରସ୍ରୋତା ବ୍ରିଜ୍‌ ଉପରୁ ନଦୀକୁ ଡେଇଁଥିଲେ ଯୁବତୀ,୨୪ ଘଣ୍ଟା ପରେ ମିଳିଲା ମୃତଦେହ
  • ||
  • ସୁନ୍ଦରଗଡ଼ : ରେଳ ଧାରଣା ଉପରେ ପୁଣି ଲାଗିଲା ମାଓ ପୋଷ୍ଟର, ଜାରି ହେଲା ହାଇ ଆଲର୍ଟ
  • ||
  • ଚାନ୍ଦବାଲି : ଚିଙ୍ଗୁଡ଼ି ମାଫିଆଙ୍କ କବ୍ଜାରେ ଚାଷୀଙ୍କ ସ୍ଲୁଇସଗେଟ, ମତ୍ସ୍ୟ ଅଧିକାରୀଙ୍କୁ ଅଭିଯୋଗ କରିଲେ ଚାଷୀ
  • ||
  • ଜଳେଶ୍ବର : ସୁବର୍ଣ୍ଣରେଖା ନଦୀରେ ମିଳିଲା ଅଜଣା ବ୍ୟକ୍ତିଙ୍କ ମୃତଦେହ, ଘଟଣାର ତଦନ୍ତ କରୁଛି ପୋଲିସ
  • ||
  • ଧର୍ମଗଡ଼ : ସ୍କୁଲ ଜାଗାକୁ ନିଜର କହି ବିଦ୍ୟାଳୟରେ ତାଲା ପକାଇଲେ ବ୍ୟକ୍ତି, ଗଛ ମୂଳେ ପାଠ ପଢୁଛନ୍ତି ପିଲା
  • ||
  • ସୋମବାର ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ଶୁଣାଣି, ଜନଶୁଣାଣି ପୋର୍ଟାଲ କରିପାରିବେ ପଞ୍ଜୀକରଣ
  • ||
  • ବାଲେଶ୍ଵର : ଭିଜିଲାନ୍ସ ଜାଲରେ ଅତିରିକ୍ତ ମୁଖ୍ୟ ନିର୍ମାଣ ଯନ୍ତ୍ରୀ, କୁକୁଡ଼ା ପଦା ଅଫିସରେ ରେଡ୍‌
  • ||
  • ଜଳେଶ୍ବର : କମିଲା ସୁବର୍ଣ୍ଣରେଖା ନଦୀର ଜଳସ୍ତର, ପାଣି ଘେରରେ ତଳିଆ ଅଞ୍ଚଳ
  • ||
  • ଆଜିଠୁ ୩ ଦିନିଆ କେନ୍ଦୁଝର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ, ବିଧାୟକ ଓ ସାଂସଦଙ୍କ ବୈଠକରେ ଦେବେ ଯୋଗ
  • ||
  • ଆସୁଛି ଲଘୁଚାପ: ଆସନ୍ତା ୨୩ରୁ ଓଡ଼ିଶାରେ ବଢ଼ିବ ବର୍ଷା, ଅତି କମ୍‌ରେ ୪୮ ଘଣ୍ଟା ବର୍ଷିବ
  • ||
  • ଆନନ୍ଦପୁର : ଏସବିଆଇ ଶାଖାରେ ଲାଗିଲା ନିଆଁ, ସର୍ଟ ସର୍କିଟରୁ ଅଗ୍ନିକାଣ୍ଡ ହୋଇଥିବା ଅନୁମାନ
  • ||

ସ୍ୱାମୀଙ୍କୁ ହାତ ଉଠାଇବାରୁ ନୃଶଂସ ହେଲେ ଜାତିଭାଇ: ମହିଳାଙ୍କୁ ଲଣ୍ଡା କଲେ, ମାଂସ ଭୋଜି ଖାଇଲେ...

ଝାରସୁଗୁଡ଼ା,୨୫/୦୮: ଦାମ୍ପତ୍ୟ କଳହରୁ ହାତ ଉଠାଇ ଦେଲେ ସ୍ୱାମୀଙ୍କ ଉପରକୁ । ଭୁଲ୍‌ ଥିଲା କେବଳ ଏତିକି । ଏହାର ପରିଣାମ ଅତି ଭୟଙ୍କର ହୋଇଛି । ସମାଜରେ ପ୍ରଚଳିତ ପ୍ରଥାକୁ ନେଇ ନୃଶଂସ ହୋଇପଡ଼ିଲେ ଜାତିଭାଇ । ଭୁଲିଗଲେ ମାନବିକତା । ମହିଳାଙ୍କୁ ଲଣ୍ଡା କଲେ । ବାସନ୍ଦ ଭୟ ଦେଖାଇ ଖାସି ମାଂସ ଭୋଜି ଖାଇଲେ । ଝାରସୁଗୁଡ଼ା ଜିଲ୍ଲା ଲଇକେରା ଥାନା ଜାମମାଲ ପଞ୍ଚାୟତର ରାଉତବାହାଲ ଗ୍ରାମରୁ ଆସିଛି ଜାତିପ୍ରଥାର ଏଭଳି ହୃଦୟ ବିଦାରକ ଚିତ୍ର । ଅସହ୍ୟ ଶାରୀରିକ ଉତ୍ପୀଡ଼ନର ଶିକାର ହୋଇଥିବା ମା’ଙ୍କ ସମ୍ପର୍କରେ ଜାଣିବା ପରେ ତାମିଲ୍‌ନାଡୁରେ କାମ କରୁଥିବା ପୁଅ ଗାଁକୁ ଫେରି ଅଭିଯୁକ୍ତଙ୍କ ବିରୋଧରେ ସ୍ୱର ଉଠାଇଛନ୍ତି । 

ସମ୍ପୂର୍ଣ୍ଣ ଘଟଣା ଏହିପରି । ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ କୌଣସି କାରଣରୁ ଝଗଡ଼ା ହୋଇଥିଲା । ସ୍ତ୍ରୀ କୁଆଡ଼େ ସ୍ୱାମୀଙ୍କ ଉପରକୁ ହାତ ଉଠାଇଥିଲେ । ଏହାକୁ ନେଇ ସ୍ୱାମୀ ଜାତି ସମାଜର ଦ୍ୱାରସ୍ଥ ହୋଇଥିଲେ । ଦାମ୍ପତ୍ୟ କହଳର ସମାଧାନ ପାଇଁ ଗତ ଅଗଷ୍ଟ ୯ରେ ଜାତିଭାଇଙ୍କୁ ନେଇ ଘରେ ସଭା ବସିଥିଲା । ସ୍ୱାମୀଙ୍କୁ ମାଡ଼ ମାରିବା ଅକ୍ଷମଣୀୟ ଅପରାଧ ଓ ଏଥିଲାଗି କଠୋର ଦଣ୍ଡବିଧାନ କରାଯିବ ବୋଲି ରୋକ୍‌ଠୋକ ଶୁଣାଇଥିଲେ ମୁରବୀ ଶ୍ରେଣୀର ଲୋକେ । ସମାଜର ପୁରୁଖା ଲୋକଙ୍କ ସମ୍ମୁଖରେ ଦଣ୍ଡ ନିଷ୍ପତ୍ତିକୁ ମୁଣ୍ଡପାତି ମାନିନେଇଥିଲେ ମହିଳା । 

ଏହାପରେ ଆରମ୍ଭ ହୋଇଥିଲା ନିର୍ଯାତନା । ଜାତିର ସ୍ଥାନୀୟ ମୁଖ୍ୟ ନବୀନ ପିଙ୍ଗ, ପବିତ୍ର ପିଙ୍ଗ, ଶତ୍ରୁଘ୍ନ କିଷାନଙ୍କ ସମ୍ମୁଖରେ  ମହିଳାଙ୍କୁ ସୁଶାନ୍ତ ପିଙ୍ଗ ଲଣ୍ଡା କରିଥିଲେ । ସେତିକିରେ ସରି ନ ଥିଲା ଶାସ୍ତି । ଜାତିରୁ ବାସନ୍ଦ ନ ହେବା ଲାଗି ଖାସି ମାଂସ ସହ ଭୋଜିଭାତ ଆୟୋଜନ କରିବାକୁ କହିଥିଲେ । ଜାତି ସମାଜର ଚାପ ଆଗରେ ମହିଳା ଜଣକ ମୁହଁ ଖୋଲି ନ ପାରି ଖାସି ମାଂସ ଭୋଜି ବ୍ୟବସ୍ଥା କରିଥିଲେ । ଇତିମଧ୍ୟରେ ମା’ଙ୍କୁ ନିର୍ଯାତନା ଦିଆଯାଇଥିବା ସମ୍ପର୍କରେ ସାନ ଭଉଣୀଙ୍କଠାରୁ ଜାଣିବାକୁ ପାଇଥିଲେ ତାମିଲ୍‌ନାଡୁରେ ରହୁଥିବା ଭାଇ । ଗାଁକୁ ଫେରିଥିଲେ । ଅଭିଯୁକ୍ତଙ୍କୁ କଠୋର ଦଣ୍ଡବିଧାନ କରିବା ଦାବିରେ ପ୍ରଥମେ ସାହାସପୁର ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହାପରେ ଶନିବାର ସନ୍ଧ୍ୟାରେ ଲଇକେରା ଥାନାରେ ପହଞ୍ଚି ବିଧିବଦ୍ଧ ଭାବେ ଏତଲା ଦେଇଛନ୍ତି । ଜଣେ ମହିଳାଙ୍କୁ ଲଣ୍ଡା କରି ତାଙ୍କର ସାମାଜିକ ପ୍ରତିଷ୍ଠାହାନି କରିବାର କ୍ଷମତା କିଏ ଦେଲା ବୋଲି ପୁଅ ପ୍ରଶ୍ନ କରିଛନ୍ତି । ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ନ ନିଆଗଲେ ସେ ଉଚ୍ଚ ଫୋରମ୍‌ରେ ନ୍ୟାୟ ଭିକ୍ଷା କରିବେ ବୋଲି କହିଛନ୍ତି । ଘଟଣାଟି ସମଗ୍ର ଅଞ୍ଚଳରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି । ଏ ସମ୍ପର୍କରେ ଏସ୍‌ଡିପିଓ ଉମାଶଙ୍କର ସିଂ କୁହନ୍ତି, ତଦନ୍ତ ପରେ ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ।

  • PrameyaOdia
  • prameya
  • News7 Is Now On WhatsApp Join And Get Latest News Updates Delivered To You Via WhatsApp

    Copyright © 2024 - Summa Real Media Private Limited. All Rights Reserved.