ରାଉରକେଲା , ୪।୨ : ମହିଳାଙ୍କୁ ତୀର ମାଡ଼। ଏଥିରେ ମହିଳା ଜଣକ ଗୁରୁତର ହୋଇଛନ୍ତି। ମହିଳାଙ୍କ ଡାହାଣ ହାତରେ ତୀର ଲାଗି ରହିଥିବା ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବିଶ୍ରା ଥାନା ଅଚଂଳରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ଜଣକ ହେଲେ ସୀତା ସିଂ ।
ବିଶ୍ରା ଥାନା ଅଚଂଳର ସୀତା ସିଂଙ୍କ ଉପରକୁ ତୀର ମାଡ଼ ହୋଇଛି। ମହିଳାଙ୍କ ଡ଼ାହାଣ ହାତରେ ବାଜିଛି ତୀର । ଗୁରତର ଅବସ୍ଥାରେ ମହିଳାଙ୍କୁ ରାଉରକେଲା ସରକାରୀ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି। ତେବେ କେଉଁ କାରଣରୁ ତୀର ମାଡ଼ ହୋଇଛି ତାହା ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ବିଶ୍ରା ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।