ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ଭାସାମ୍ୟ ହରାଇ ଓଲଟିଲା ଓଏସଆରଟିସି ବସ୍‌, ୧୨ରୁ ଉର୍ଦ୍ଧ୍ୱ ଯାତ୍ରୀ ଆହତ
  • ||

ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା, ଅଭିଯୁକ୍ତ ଫେରାର

Published By : Prameya | February 14, 2025 5:24 PM

କଟକ, ୧୪/୨ :  ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମହିଳାଙ୍କୁ ଅତି ନିର୍ମମ ଭାବେ ହତ୍ୟା କରି ଫେରାର ହୋଇଯାଇଛି ଅଭିଯୁକ୍ତ। ଏଭଳି ଏକ ଘଟଣା ଘଟିଛି କଟକ ପୋତାପୋଖରୀ ଗାନ୍ଧୀ ପଲ୍ଲୀ ନିକଟରେ ଥିବା ଏକ ବସ୍ତିରେ। ଅଭିଯୁକ୍ତ ଜଣଙ୍କ ହେଲେ ସନ୍ତୋଷ ସିନ୍ହା ଏକ ଧାରୁଆ ଅସ୍ତ୍ରରେ ନିଜ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ବିଭତ୍ସ ଭାବେ ହତ୍ୟା କରିଥିବା ଅଭିଯୁକ୍ତର ବାପା କହୁଛନ୍ତି । ଏପରିକି ଆକ୍ରମଣକାରୀ ସନ୍ତୋଷ ନିଜ ମାଙ୍କୁ ମଧ୍ୟ ହାଣିବାକୁ ପଛାଇନାହିଁ, ଏଭଳି ଲୋମ ଟାଙ୍କୁରା ଘଟଣା ପଛର କାରଣ କଣ ତାହା ଏବେ ବି ଅସ୍ପଷ୍ଟ, ପୂର୍ବ ଶତ୍ରୁତାରୁ ଏହା ଘଟିଥାଏପାରେ ବୋଲି ପୋଲିସ କେବଳ ଅନୁମାନ କରୁଛି ।  ଚାଳକୁ ଚାଳ ବାନ୍ଧି ରହିଥିବା ପଡୋଶୀଙ୍କ ଉପରେ ଦାଉ ସାଧିଛି ନିଶାଶକ୍ତ ଯୁବକ ସନ୍ତୋଷ କୁମାର ସିହ୍ନା। ଆଜି ଦିନ ପ୍ରାୟ ସାଢେ ୧୧ ଟା ବେଳେ ନିଜ ପଡ଼ୋଶୀ ପ୍ରିୟତମା ଦଳାଇଙ୍କୁ ଅତି ନିର୍ମମ ଭାବେ ହତ୍ୟା କରିଛି ସନ୍ତୋଷ। ତା ପୂର୍ବରୁ ନିଜ ମା’ବିଜୁଳି ରାଣୀ ସିହ୍ନାଙ୍କୁ ମଧ୍ୟ ଆକ୍ରମଣ କରି ସେ ଲହୁ ଲୁହାଣ କରିଦେଇଛି। ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ସନ୍ତୋଷ ଫେରାର ହୋଇଯାଇଛି। କିନ୍ତୁ ଏହି ଖଣ୍ଡ ମଣ୍ଡଳରେ ଏଭଳି ଲୋମ ଟାଙ୍କୁରା ଅପରାଧ ଆଗରୁ କେହି ଦେଖି ନ ଥିବା କହିଛନ୍ତି।

ସନ୍ତୋଷ ଏବଂ ମୃତା ପ୍ରିୟତମା ଗତ କେଇ ବର୍ଷ ହେବ ପଡ଼ୋଶୀ ଭାବେ ରହି ଆସୁଥିଲେ। କିନ୍ତୁ ଉଭୟଙ୍କ ମଧ୍ୟରେ ତିକ୍ତ ସମ୍ପର୍କ ଥିଲା, ଯାହାକୁ ନେଇ ଉଭୟ ପକ୍ଷ ଅତୀତରେ ଥାନାର ଦ୍ୱାରସ୍ତ ହୋଇଥିଲେ। ଅଭିଯୁକ୍ତ ସନ୍ତୋଷ ଅନେକ ସମୟରେ ନିଶାସକ୍ତ ରହୁଥିବାରୁ, ତାର ପରିବାରରେ ମଧ୍ୟ ଅସନ୍ତୋଷ ଲାଗି ରହିଥିଲା। ତେବେ ଆଜି କେଉଁ କାରଣରୁ ଏଭଳି କାଣ୍ଡ ଘଟିଲା, ତାହା ଏବେ ବି ରହସ୍ୟ ଘେରରେ ଅଛି । ଜୋନ ୨ ଏସିପି ଏବଂ ଉଭୟ ସିଆରଆରଆଇ ଥାନା ଓ ଚାଉଳିଆଗଞ୍ଜ ଥାନା ଅଧିକାରୀ ତଦନ୍ତ ଆରମ୍ଭ କରିଛନ୍ତି । ଏସିପି କହିଛନ୍ତି ଅପରାଧର ପର୍ଦ୍ଦାଫାଶ ପାଇଁ ଏକ ସ୍ପେଶାଲ ଟିମ ଗଠନ କରାଯିବ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.