ଭୁବନେଶ୍ବର, ୧୬/୨ : ଖଣ୍ଡଗିରି ଉଦୟଗିରି ପାହାଡ଼ରୁ ମିଳିଲା ମହିଳାଙ୍କ ମୃତଦେହ । ସନ୍ଦେହ ଜନକ ଅବସ୍ଥାରେ ମିଳିଛି ମୃତଦେହ । ଖଣ୍ଡଗିରି ଥାନା ପୋଲିସ ମୃତଦେହ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ ପୋଲିସ ମୃତଦେହକୁ ଏମ୍ସ ପଠାଛି । ମେଳା ବୁଲାବୁଲି କରି ଥକିବା ପରେ ବସି ପଡିଲେ ମହିଳା । ବସିଥିବାବେଳେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।
ପ୍ରାଥମିକ ଭାବେ ପୋଲିସ ଦେଇଥିବା ସୂଚନା ଅନୁଯାୟୀ, ମହିଳା ଜଣକ ହୃଦଘାତରେ ମୃତ୍ୟୁ ହୋଇଥିବା ଅନୁମାନ କରାଯାଉଛି । ତେବେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ମୃତ୍ୟୁର କାରଣ ସ୍ପଷ୍ଟ ହେବ।