ପ୍ରମୂଖ ଖବର
  • ବୋରିଗୁମ୍ମା : ଗୋଟିଏ ଦିନରେ ୩ ଘରୁ ଚୋରି, ୨କୋଟି ଟଙ୍କାର ସୁନା ଅଳଙ୍କାର ସହ ନଗଦ ଟଙ୍କା ଲୁଟି ନେଲେ ଦୁର୍ବୃତ୍ତ
  • ||
  • ବଣାଇ : ବିଦ୍ୟୁତ ଖୁଣ୍ଟକୁ ପିଟି ଓଲଟିଲା OSRTC ବସ୍‌, ୨୦ ଆହତ
  • ||

ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ

Published By : Prameya | February 10, 2025 10:34 AM

ଦାରିଙ୍ଗବାଡି,୧୦/୨: ଓଡ଼ିଶାର କାଶ୍ମୀର କୁହା ଯାଉଥିବା ଦାରିଙ୍ଗବାଡ଼ିକୁ ପୁଣି ଫେରିଲା ଶୀତ। କିଛି ଦିନ ହେବ ରାଜ୍ୟରୁ ଶୀତ ଉଭାନ ହୋଇଯାଇଥିବା ବେଳେ ରବିବାର ଠାରୁ ଶୀତ ଅନୁଭୂତ ହେଉଛି। ଏହି କ୍ରମରେ ଦାରିଙ୍ଗବାଡ଼ିରେ ବି ଶୀତ ପଡ଼ିଛି। ସକାଳୁ ସକାଳୁ ସାରା ଅଞ୍ଚଳ ଘନ କୁହୁଡ଼ିରେ ଆଚ୍ଛାଦିତ ହୋଇଥିବା ଦେଖିବାକୁ ମିଳିଛି। ଲୋକମାନ ନିଆଁ ପୁଆଁଇ ଶୀତ ଛଡାଉଛନ୍ତି।

କିଛି ଦିନ ହେବ ରାଜ୍ୟରେ ଶୀତ ଗଏବ ହୋଇଯାଇଥିଲା। ତେଣୁ ଲୋକମାନେ ଶୀତବସ୍ତ୍ର ପିନ୍ଧିବା ବନ୍ଦ କରି ଦେଇଥିଲେ। ରବିବାର ଠାରୁ ପୁଣି ଥରେ ଶୀତ ପଡ଼ିବାରୁ ଲୋକମାନେ ଶୀତବସ୍ତ୍ର ପିନ୍ଧିବା ଆରମ୍ଭ କରିଛନ୍ତି। ସକାଳେ ହେଉ ଅବା ସନ୍ଧ୍ୟାରେ ଥଣ୍ଡା ସାଙ୍ଗକୁ କୋହୋଲା ପବନ ବହୁଛି। ସକାଳୁ ସକାଳୁ ଘନ କୁହୁଡ଼ି ଯୋଗୁଁ ଯାତାୟତରେ ଅସୁବିଧା ହେଉଛି। ଲୋକମାନେ ଚା ଦୋକାନରେ ଭିଡ଼ ଜମାଉଛନ୍ତି। ନିଆଁ ପୁଆଁଇ ଶୀତ ଛଡାଉଛନ୍ତି।  

ଏହି ଖବରଟିକୁ ପଢନ୍ତୁ-ରାଜ୍ୟରେ ଖସିବ ପାରଦ: ଆସନ୍ତା ଦୁଇ ଦିନ ଘନ କୁହୁଡ଼ି ସମ୍ଭାବନା,୧୦ ଜିଲ୍ଲାକୁ ୟେଲୋ ଆଲର୍ଟ

ପାଣିପାଗର ପୂର୍ବାନୁମାନ ଅନୁସାରେ ପଶ୍ଚିମାଝଡ଼ ଅପସାରଣ ପରେ ଉତ୍ତର ପଶ୍ଚିମ ଦିଗରୁ ଥଣ୍ଡା ଓ ଶୁଷ୍କ ବାୟୁ ରାଜ୍ୟକୁ ପ୍ରବେଶ କରୁଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ୪ ଡିଗ୍ରୀ ପର୍ଯ୍ୟନ୍ତ କମିଛି ପାରଦ। ଆସନ୍ତା ୨୪ ଘଣ୍ଟା ଆହୁରି ୨ରୁ ୩ ଡିଗ୍ରୀ କମିବ ବୋଲି ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ସେପଟେ ଆସନ୍ତା ଦୁଇ ଦିନ ଯାଏଁ କଲବଲ କରିବ ଘନ କୁହୁଡ଼ି ।  ୨୪ ଘଣ୍ଟା ପାଇଁ ୧୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।  



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.